ଭବାନୀପାଟଣା: ଭୁବନେଶ୍ୱର ମହାନଗର ନିଗମର ଅତିରିକ୍ତ କମିଶନର ରତ୍ନାକର ସାହୁଙ୍କୁ ଆକ୍ରମଣ ଘଟଣାକୁ କଳାହାଣ୍ଡି ଓଏଏସ ଏବଂ ଓଆରଏସ ସଂଘ ତୀବ୍ର ନିନ୍ଦା କରିଛି। ଜଣେ କର୍ତ୍ତବ୍ୟରତ ବରିଷ୍ଠ ଓଡ଼ିଶା ପ୍ରଶାସନିକ ଅଧିକାରୀଙ୍କୁ ଆକ୍ରମଣ କରିଥିବା ଦୁର୍ବୃତ୍ତ ମାନଙ୍କ୍ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ପାଇଁ ଉଭୟ ସଂଘ ଦାବି କରିଛି। ଏଥି ସହିତ ଅନିର୍ଦ୍ଦିଷ୍ଟ କାଳ ଯାଏଁ ଜିଲାର ସମସ୍ତ ଓଏଏସ ଏବଂ ଓଆରଏସ ଅଧିକାରୀ ମାନେ ସମୂହ ଛୁଟିରେ ଯାଇଛନ୍ତି।
ଜିଲ୍ଲାପାଳ ଦାୟିତ୍ୱରେ ଥିବା ଓଏଏସ୍ ସଂଘ ସଭାପତି ଅତିରିକ୍ତ ଜିଲ୍ଲାପାଳ ତନ୍ମୟ ଦରୱାନଙ୍କ ମାଧ୍ୟମରେ ମୁଖ୍ୟ ଶାସନ ସଚିବଙ୍କୁ ୮ ଦଫା ଦାବି ପତ୍ର ପ୍ରଦାନ କରାଯାଇଛି। ଏହି ଅବସରରେ ଜିଲାର ବହୁ ବରିଷ୍ଠ ପ୍ରଶାସନିକ ଅଧିକାରୀ ଉପସ୍ଥିତ ଥିଲେ।



