ରଥାରୂଢ଼ ହେଲେ ଚତୁର୍ଦ୍ଧାମୂର୍ତ୍ତି; ନିର୍ଦ୍ଧାରିତ ସମୟ ପୂର୍ବରୁ ହେବ ରଥଟଣା !

ପୁରୀ: ଆଜି ପବିତ୍ର ବାହୁଡ଼ାଯାତ୍ରା । ନବଦିନାତ୍ମକ ଯାତ୍ରା ସାରି ଆଜି ଜନ୍ମବେଦୀରୁ ଫେରିବେ ଚତୁର୍ଦ୍ଧାମୂର୍ତ୍ତି  । ଧାଡି ପହଣ୍ଡି ପରେ ତିନି ରଥରେ ବଡ଼ଭାଇ ବଳଭଦ୍ର, ଭଉଣୀ ସୁଭଦ୍ରା ଓ ମାହାପ୍ରଭୁ ଶ୍ରୀ ଜଗନ୍ନାଥ  ରଥାରୂଢ଼ ହୋଇଛନ୍ତି । ଚକ୍ରରାଜ ସୁଦର୍ଶନ ପ୍ରଥମେ ରଥାରୁଢ଼ ହୋଇଥିବା ବେଳେ ପରେ ତାଳଧ୍ୱଜରେ ବିଜେ ହୋଇଛନ୍ତି ବଡ଼ ଭାଇ ବଳଭଦ୍ର । ଦେବୀ ସୁଭଦ୍ରା ଦର୍ପଦଳନରେ ବିଜେ କରିଛନ୍ତି । ବଡ ଭାଇ ବଳଭଦ୍ରଙ୍କ ପରି ମୁଣ୍ଡରେ ଟାହିଆ ଲଗଇ ଭକ୍ତଙ୍କ ଗହଣରେ ଝୁଲିଝୁଲି ଆସି ନନ୍ଦିଘୋଷ ରଥରେ ମହାପ୍ରଭୁ ଜଗନ୍ନାଥ ବିଜେ କରିଛନ୍ତି ।

ଭୋର୍‌ ୪ଟାରୁ ମାହାପ୍ରଭୁଙ୍କ ନୀତିକାନ୍ତି ଆରମ୍ଭ ହୋଇଥିବା ବେଳେ ନିର୍ଦ୍ଧାରିତ ସମୟ ଅନୁଯାୟୀ ଦିନ ସାଢ଼େ ୨ଟା ସୁଦ୍ଧା ପହଣ୍ଡି ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଥିଲା । ଅପରାହ୍ଣ ୪ଟାରେ ରଥଟଣା ଆରମ୍ଭ ହେବ ବୋଲି ସୂଚନା ଦେଇଥିଲା ପ୍ରଶାସନ । ହେଲେ ବର୍ତ୍ତମାନ ପହଣ୍ଡି ଶେଷ ହୋଇଛି । ନିର୍ଦ୍ଧାରିତ ସମୟର ପ୍ରାୟ ସଢ଼େ ୩ ଘଣ୍ଟା ପୂର୍ବରୁ ସରିଛି ଶ୍ରୀଜୀଉ ମାନଙ୍କ ପହଣ୍ଡି । ତେଣୁ ଶ୍ରୀଘ୍ର ରଥ ଟଣାଯିବ ବୋଲି ଅନୁମାନ କରାଯାଉଛି ।

prayash

କରୋନା ପାଇଁ ୨ ବର୍ଷ ପରେ ବଡ଼ ଦାଣ୍ଡରେ ଭକ୍ତ ଓ ଭଗବାନ ଏକାଠି ହୋଇଛନ୍ତି । ଆଉ କିଛି ସମୟ ପରେ ପୁରୀ ରାଜା ଗଜପତି ମହାରାଜ ପାଲିଙ୍କିରେ ଆସି ଛେରାପହଁରା କରିବେ ।  ଛେରାପହଁରା ସରିବା ପରେ ରଥରୁ ଚାରମାଳ ଫିଟାଯାଇ ରଥ ଦଉଡି ସଂଯୋଗ କରାଯିବ ।  ରଥର ଦଉଡିକୁ ଧରି ଭକ୍ତମାନେ ଶ୍ରୀମନ୍ଦିର ଅଭିମୁଖେ ତିନି ରଥକୁ ଭକ୍ତମାନେ ଟାଣିନେବେ ।

ମହାପ୍ରଭୁଙ୍କ ବାହୁଡ଼ା ଯାତ୍ରା ପାଇଁ ଭକ୍ତାରଣ୍ୟ ହୋଇଛି ଶରଧାବାଲି । ଶ୍ରୀକ୍ଷେତ୍ରରେ ସକାଳୁ ସକାଳୁ ଲକ୍ଷଲକ୍ଷ ଲୋକଙ୍କ ସମାଗମ ଦେଖିବାକୁ ମିଳିଛି । ଭକ୍ତଙ୍କ ସୁରକ୍ଷା ଓ ମହାପ୍ରଭୁଙ୍କ ରୀତିନୀତିକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି ।  ଯେପରି ଭକ୍ତ ମାନଙ୍କ କୌଣସି ଅଘଟଣ ନଘଟେ ସେଥିପାଇଁ ବ୍ୟାପକ ପଦକ୍ଷେପ ନେଇଛି ପ୍ରଶାସନ । ପ୍ରଶାସନ ପକ୍ଷରୁ ଆମ୍ବୁଲାନ୍ସ ସହ ପୁଲିସ ମୁତୟନ ହୋଇଛନ୍ତି । ନୀତିନିର୍ଘଣ୍ଟ ଅନୁଯାୟୀ ମହାପ୍ରଭୁଙ୍କ ସମସ୍ତ ନୀତିକାନ୍ତି ଅନୁଷ୍ଠିତ ହେବ।

କରୋନା ପାଇଁ ୨ ବର୍ଷ ପରେ ବଡ଼ ଦାଣ୍ଡରେ ଭକ୍ତ ଓ ଭଗବାନ ଏକାଠି ହୋଇଥିଲେ ।  ପରେ ଶରଧାବାଲିରୁ ଆଡ଼ପମଣ୍ଡପକୁ ବାଜେ କରିଥି​‌ଲେ ମହାପ୍ରଭୁ । ଆଡ଼ପମଣ୍ଡପକୁ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ବିଜେ ସମୟରେ ଶରଧାବାଲିରେ କିଛି ଅଲୌକିକ ଦୃଶ୍ୟ ଦେଖିବାକୁ ମିଳିଥିଲା । ନନ୍ଦିଘୋଷ ରଥ ଚତୁପାର୍ଶ୍ବରେ ବର୍ଷା ହେଉଥିବା ବେଳେ ଜଗନ୍ନାଥଙ୍କ ରଥରେ ବୁନ୍ଦାଏ ପାଣି ବି ପଡ଼ୁନଥିଲା । ଯାହାକୁ ନେଇ ଭକ୍ତମାନେ ଭାବବିହ୍ୱଳ ହୋଇଥିଲେ ।

kalyan agarbati

Comments are closed.