ଶ୍ରୀମନ୍ଦିରରେ ଅଣହିନ୍ଦୁ, ୯ ଅଟକ

ପୁରୀ: ଶ୍ରୀମନ୍ଦିରରେ ଅଣହିନ୍ଦୁ ପ୍ରବେଶ କରିଥିବା ନେଇ ସୂଚନା ମିଳିଛି। ୪ଜଣ ମନ୍ଦିରକୁ ପ୍ରବେଶ କରିଥିବାବେଳେ ଆଉ ୫ଜଣ ବାହାରେ ଥିବା ଜଣାପଡ଼ିଛି। ଶ୍ରୀମନ୍ଦିର ପ୍ରବେଶ କରିଥିବା ୪ଜଣ ଅଣହିନ୍ଦୁଙ୍କୁ ବିଶ୍ବ ହିନ୍ଦୁ ପରିଷଦ ଓ ବଜରଙ୍ଗ କର୍ମୀ ସେମାନଙ୍କୁ ଧରି ସିଂହଦ୍ବାର ପୁଲିସ ଜିମାରେ ଦେଇଛନ୍ତି। ପୁଲିସ ସମସ୍ତ ୯ଜଣ ଅଣହିନ୍ଦୁଙ୍କୁ ଅଟକ ରଖି ପଚରାଉଚୁରା କରୁଛି। ଅଟକ ୯ଜଣଙ୍କ ମଧ୍ୟରୁ ବାଂଲାଦେଶ ପାସପୋର୍ଟ ମିଳିଛି। ସିଂହଦ୍ବାର ପୁଲିସ ସେମାନେ ରହୁଥିବା ହୋଟେଲ ଯାଞ୍ଚ କରୁଛି।

Comments are closed.