ଶ୍ରୀମନ୍ଦିରରେ ଟଳି ପଡ଼ିଲେ ଭକ୍ତ, ଡାକ୍ତରଖାନାରେ ମୃତ ଘୋଷଣା କଲେ ଡାକ୍ତର
ପୁରୀ: ଶ୍ରୀମନ୍ଦିର ପରିସରରେ ଟଳି ପଡ଼ିଲେ ଭକ୍ତ। ମନ୍ଦିର ପରିସରରେ ବୁଲୁଥିବାବେଳେ ଅଚେତ ହୋଇପଡ଼ିଯାଇଥିଲେ। ତୁରନ୍ତ ତାଙ୍କୁ ସେମାନଙ୍କର ପରିବାର ଲୋକେ ଶ୍ରୀମନ୍ଦିର ବାହାରକୁ ଆଣିଥିଲେ। ଏହାପରେ ତାଙ୍କୁ ଶ୍ରୀମନ୍ଦିର ପ୍ରଶାସନ ଆମ୍ବୁଲାନ୍ସ ଯୋଗେ ପୁରୀ ଜିଲା ମୁଖ୍ୟ ଡାକ୍ତରଖାନାକୁ ନିଆଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ହୃଦ୍ଘାତରେ ତାଙ୍କର ମୃତ୍ୟୁ ହୋଇଥିବା ଡାକ୍ତର ସୂଚନା ଦେଇଥିଲେ। ମୃତ ଭକ୍ତ ଉତ୍ତର ପ୍ରଦେଶ ଝାନସୀର ରାୟନ ପ୍ରସାଦ ବୋଲି ସୂଚନା ମିଳିଛି।
Comments are closed.