www.samajalive.in
Monday, December 15, 2025
16.1 C
Bhubaneswar

ଖଣ୍ଡାଚୋଟରେ ୨ ଗୁରୁତର, ୪ ଗିରଫ

ପୁରୀ: ଗୋଖାସାହି ଛକ ନିକଟରେ ୪ଜଣ ଦୁର୍ବୃତ୍ତଙ୍କ ଖଣ୍ଡା ଚୋଟରେ ୨ଜଣ ଗୁରୁତର ଆହତ ହୋଇଥିବା ବେଳେ ବାସେଳୀସାହି ଥାନା ପୁଲିସ ଏହି ମାମଲାରେ ୪ଜଣଙ୍କୁ ଗିରଫ ପରେ କୋର୍ଟ ଚାଲାଣ କରିଛି। ଅଭିଯୁକ୍ତମାନେ ହେଲେ ଗୋଖାସାହିର ଚିକୁନ ବେହେରା, ମଙ୍ଗଳାଘାଟର ଉତ୍ତମ ପ୍ରଧାନ, ମାଟିତୋଟା ୫ମ ଲେନ୍‌ର ସୁମନ ମହାପାତ୍ର ଓ ଲୋକନାଥ ରୋଡ୍ ଅଞ୍ଚଳର ସନ୍ତୋଷ ପଣ୍ଡା ବୋଲି ସୂଚନା ଦିଆଯାଇଛି।

ଶନିବାର ରାତିରେ ରେ କୁମ୍ଭାରପଡ଼ା ନବକଳେବର ରୋଡ୍ ଅଞ୍ଚଳର ଅମିତ ସାହୁ ଏବଂ ତାଙ୍କ ସାଙ୍ଗ ଶିତୁ ନାଯକ, ଜ୍ଞାନରଞ୍ଜନ ଦାସ ଓ ରୁଦ୍ରପ୍ରସାଦ ସାମର୍ଥ ୨ଟି ସ୍କୁଟର ଯୋଗେ ବ୍ରହ୍ମଗିରି-ପୁରୀ ରାସ୍ତା ଦେଇ ଘରକୁ ଫେରୁଥିଲେ। ଗୋଖାସାହି ଛକ ନିକଟରେ ୪ଜଣ ଦୁର୍ବୃତ୍ତ ରାସ୍ତାରେ ସେମାନଙ୍କୁ ଅଟକାଇ ଥିଲେ।ପ୍ରତିବାଦ କରିବାରୁ ଦୁର୍ବୃତ୍ତମାନେ ଖଣ୍ଡା ଓ ଅନ୍ୟ ମାରଣାସ୍ତ୍ରରେ ଗୋଡାଇ ଗୋଡାଇ ଆକ୍ରମଣ କରିଥିଲେ। ଜ୍ଞାନରଞ୍ଜନ ଓ ରୁଦ୍ରପ୍ରସାଦ ଘଟଣାସ୍ଥଳରୁ ଖସି ପଳାଇଥିବା ବେଳେ ଆକ୍ରମଣରେ ଅମିତ ଓ ଶିତୁ ତଳେ ପଡ଼ି ଯାଇଥିଲେ। ଘଟଣାସ୍ଥଳରେ ଦୁର୍ବୃତ୍ତମାନେ ଖଣ୍ଡାରେ ସେମାନଙ୍କୁ ଆକ୍ରମଣ କରିବା ପରେ ସ୍ଥାନୀୟ କେ ଜମା ହେବା ଦେଖ୍ ଖସି ପଳାଇଥିଲେ। ରକ୍ତ ଜୁଡୁବୁଡୁ ଅବସ୍ଥାରେ ଆହତ ଦ୍ବୟଙ୍କୁ ସଦର ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ଅମିତଙ୍କ ଅବସ୍ଥା ଗୁରୁତର ହେବାରୁ ଭୁବନେଶ୍ବରସ୍ଥିତ ଏକ ବେସରକାରୀ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି ।

- Advertisement -

ଦୁର୍ବୃତ୍ତମାନେ ଆକ୍ରମଣ ପରେ ସେହି ରାସ୍ତା ଦେଇ ଯାଉଥିବା ଗୋଟିଏ ଗାଡ଼ି ଓ ୨ଟି ସ୍କୁଟର ଭାଙ୍ଗି ଦେବା ସହ ଗୋଟିଏ ଏ ମୋବାଇଲ ଫୋନ୍ ଲୁଟି ଲୁଟି ନେଇଥିଲେ। ଅମିତଙ୍କ ବାପା ଉଦ୍ଧବ ସାହୁଙ୍କ ଅଭିଯୋଗକ୍ରମେ ପୁଲିସ ମାମଲା ରୁଜୁ କରି ବିଭିନ୍ନ ସ୍ଥାନରେ ଚଢଉ କରି ୪ଜଣଙ୍କୁ ଗିରଫ କରିଥିଲା। ଅଭିଯୁକ୍ତମାନେ ପୁରୀ- ବ୍ରହ୍ମଗିରି ରାସ୍ତାରେ ମାରଣାସ୍ତ୍ର ଦେଖାଇ ଲୋକଙ୍କୁ ଭଯଭୀତ କରୁଥିବା ପୁଲିସ ସୂଚନା ଦେଇଛି।

Hot this week

ପ୍ରେମରେ ବିଫଳ ପ୍ରେମିକର ଉନ୍ମତକାଣ୍ଡ: ପ୍ରେମିକା ସହ ନିଜ ବେକ କାଟିଦେଲା

ଫୁଲବାଣୀ: ପ୍ରେମରେ ବିଫଳ ହେବାପରେ ପ୍ରେମିକ ଘଟାଇଛି ଉନ୍ମତ୍ତକାଣ୍ଡ। ଛୁରିରେ ପ୍ରେମିକା...

ନାବାଳିକା ଝିଅକୁ ମା’ର ବଳି ଉଦ୍ୟମ !

ଜୟପୁର: କୋରାପୁଟ ଜିଲା ଜୟପୁର ଜଳସେଚନ କଲୋନୀ ତଳି ଅଞ୍ଚଳରେ ନାବାଳିକା...

ଆଜି ବି ୬,୭୦୪ ଗାଁକୁ ରାସ୍ତା ନାହିଁ

ଭୁବନେଶ୍ବର: ଦେଶ ସ୍ବାଧୀନତାର ୭୭ବର୍ଷ ପରେ ବି ରାଜ୍ୟର ୬,୭୦୪ଟି ଗାଁକୁ...

ପଶ୍ଚିମ ଓଡ଼ିଶାରେ ପ୍ରଫେସର ସଙ୍କଟ

ସମ୍ବଲପୁର: ପଶ୍ଚିମ ଓଡ଼ିଶାର ଅଧିକାଂଶ ବିଶ୍ବବିଦ୍ୟାଳୟରେ ପ୍ରଫେସର ପଦ ଖାଲି ପଡ଼ିଛି।...

ମଧ୍ୟସ୍ଥତା ହିଁ ନ୍ୟାୟ ପ୍ରଣାଳୀର ସରଳ ବିକଳ୍ପ : ପ୍ରଧାନ ବିଚାରପତି

କଟକ: ବିଚାରାଧୀନ ମାମଲା, ବଢ଼ୁଥିବା ମକଦ୍ଦମା ଖର୍ଚ୍ଚ ଏବଂ ସମୟ ବ୍ୟୟ-ଏହି...

Related Articles

Popular Categories