www.samajalive.in
Saturday, December 6, 2025
14.1 C
Bhubaneswar

ନୂତନ ଶ୍ରୀମନ୍ଦିର ପରିଚାଳନା କମିଟି : ୩ରେ ବସିବ ପ୍ରଥମ ବୈଠକ

ପୁରୀ : ଆସନ୍ତା ସେପ୍ଟେମ୍ବର ୩ରେ ନୂତନ ଶ୍ରୀମନ୍ଦିର ପରିଚାଳନା କମିଟିର ପ୍ରଥମ ବୈଠକ ଅନୁଷ୍ଠିତ ହେବ। କମିଟିର ସ୍ଥାୟୀ ସଭାପତି ଗଜପତି ମହାରାଜ ଦିବ୍ୟସିଂହ ଦେବଙ୍କ ଅଧ୍ୟକ୍ଷତାରେ ପ୍ରଥମ ବୈଠକରେ ନୂତନ କମିଟି ସଦସ୍ୟଙ୍କୁ ସ୍ୱାଗତ ସହ ଏକ ସବ୍ କମିଟି ଗଠନ କରାଯିବା ନେଇ ଆଲୋଚନା ହେବ ବୋଲି ସୂଚନା ମିଳିଛି। ବୈଠକରେ ଆସନ୍ତା ସେପ୍ଟେମ୍ବର ୧୫ତାରିଖରେ ନାଟମଣ୍ଡପ ଧାଡ଼ି ଦର୍ଶନ ବ୍ୟବସ୍ଥା ନେଇ ଆଲୋଚନା ହେବାର ସମ୍ଭାବନା ରହିଛି। ଧାଡ଼ି ଦର୍ଶନ ବ୍ୟବସ୍ଥା, ହୁଣ୍ଡି ସ୍ଥାନାନ୍ତର, ରତ୍ନଭଣ୍ଡାର ଅଳଙ୍କାର ସ୍ଥାନାନ୍ତର, ଗଣତି ମଣତି ଏବଂ ଅନ୍ୟାନ୍ୟ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗକୁ ନେଇ ଆଲୋଚନା ହୋଇପାରେ ବୋଲି ସୂଚନା ମିଳିଛି। ସେପ୍ଟେମ୍ବର ୨ରେ ଛତିଶାନିଯୋଗ ବୈଠକ ଅନୁଷ୍ଠିତ ହେବ। ପରଦିନ ଅର୍ଥାତ ୩ତାରିଖ ବୈଠକରେ ଶ୍ରୀମନ୍ଦିରରେ ଚନ୍ଦ୍ର ଗ୍ରହଣ ନୀତି ନିର୍ଘଣ୍ଟକୁ ନୂତନ ପରିଚାଳନା କମିଟି ଦ୍ବାରା ମୋହର ମରାଯିବ ବୋଲି ସୂଚନା ମିଳିଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories