www.samajalive.in
Saturday, December 6, 2025
16.1 C
Bhubaneswar

ଆଜିଠୁ ଦଳାଚକଟା ତଥ୍ୟ ଗ୍ରହଣ

ଭୁବନେଶ୍ୱର/ପୁରୀ : ପୁରୀ ଶ୍ରୀଗୁଣ୍ଡିଚା ମନ୍ଦିର ନିକଟରେ ଜୁନ୍ ୨୯ତାରିଖ ଦଳାଚକଟାରେ ତିନି ଜଣ ଭକ୍ତଙ୍କ ମୃତ୍ୟୁ ଘଟିଥିଲା। ଏହି ଘଟଣାରେ ଦୁଇ ଦିନ ସାକ୍ଷ୍ୟ ଓ ତଥ୍ୟ ଗ୍ରହଣ କରିବେ ଉନ୍ନୟନ ଆୟୁକ୍ତ। ଜୁଲାଇ ୯ ଅର୍ଥାତ ଆଜି ଭୁବନେଶ୍ୱରରେ ଓ ଜୁଲାଇ ୧୦ ତାରିଖରେ ପୁରୀରେ ସାକ୍ଷାତ ବ୍ୟବସ୍ଥା କରାଯାଇଥିବା ରାଜ୍ୟ ଯୋଜନା ଓ ସଂଯୋଜନ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ବିଭାଗ ତରଫରୁ ଗତ ୩ ତାରିଖରେ ଜାରି କରାଯାଇଥିବା ଏକ ସାର୍ବଜନୀନ ବିଜ୍ଞପ୍ତି ପରବର୍ତ୍ତୀ ତାରିଖଗୁଡ଼ିକରେ ବିଭିନ୍ନ ସମ୍ବାଦପତ୍ରରେ ପ୍ରକାଶ କରାଯାଇଛି। କେଉଁ ପରିସ୍ଥିତିରେ ଏହି ଘଟଣା ଘଟିଲା, ସେ ସମ୍ପର୍କରେ କୌଣସି ବ୍ୟକ୍ତି କିମ୍ବା ସଂସ୍ଥା, ଘଟଣାକୁ ନେଇ କୌଣସି ସୂଚନା କିମ୍ବା ତଥ୍ୟ (ଭିଡିଓ ଫୁଟେଜ୍ ସହିତ) ଥିଲେ, ତାହାକୁ ଆସନ୍ତା ୨୦ ତାରିଖ ସୁଦ୍ଧା puritragedy. enquiry@odisha.gov.inକୁ ଇ-ମେଲ ଯୋଗେ ପଠାଇବାକୁ ଅନୁରୋଧ କରାଯାଇଛି। ଆଗ୍ରହୀ ବ୍ୟକ୍ତିମାନେ ଆସନ୍ତାକାଲି ଅପରାହ୍ଣ ୩ଟା ପରଠାରୁ ଭୁବନେଶ୍ୱର ସ୍ଥିତ ରାଜ୍ୟ ଅତିଥି ଭବନ- ଆନେକ୍ସ ଏବଂ ଜୁଲାଇ ୧୦ ତାରିଖ ଅପରାହ୍ଣ ୩ଟା ପରଠାରୁ ସ୍ୱତନ୍ତ୍ର ପ୍ରଦକ୍ଷିଣ ଭବନ (ସ୍ପେଶାଲ ସର୍କିଟ୍ ହାଉସ୍), ପୁରୀଠାରେ ଉନ୍ନୟନ ଆୟୁକ୍ତ ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କୁ ସାକ୍ଷାତ କରି ମଧ୍ୟ ଏ ସମ୍ପର୍କରେ ତଥ୍ୟ ରଖିପାରିବେ। ସେହିପରି ଏ ସମ୍ପର୍କିତ ଅଧିକ ସୂଚନା ପାଇଁ ଟେଲିଫୋନ୍ ନମ୍ବର-୦୬୭୪-୨୫୩୬୮୮୨/୨୩୯୧୯୭୦ (ଯୋଜନା ଓ ସଂଯୋଜନ କାର୍ଯ୍ୟାଳୟ)ରେ ଯୋଗାଯୋଗ କରାଯାଇପାରିବ ବୋଲି ମଧ୍ୟ ସୂଚନା ଦିଆଯାଇଛି।

Hot this week

ପଦ୍ମଭୂଷଣ ଡ. ରାଧାନାଥ ରଥଙ୍କ ୧୨୯ ତମ ଜୟନ୍ତୀ: ସେମାନଙ୍କ ଦୃଷ୍ଟିରେ ବାବୁଜୀ

ପ୍ରେରଣାର ଉତ୍ସ ଡକ୍ଟର ରଥ ଦୀର୍ଘକାଳ ଧରି ଓଡ଼ିଶାର ସାଧାରଣ ଜୀବନ ସହିତ...

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

Related Articles

Popular Categories