ପୁରୀ: ଆମ ବସ ଭିତରେ ପଶି ଯାତ୍ରୀଙ୍କୁ ମରଣାନ୍ତକ ଆକ୍ରମଣ। ୪ ଜଣ ବସ ଯାତ୍ରୀ ଆହତ। ହୋଇଥିବାବେଳେ ଦୁଇ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ଚିକିତ୍ସା ପାଇଁ ସେମାନଙ୍କୁ କଣାସ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି। କଣାସ ବ୍ଲକ ଗଡିଶାଗୋଦା ଥାନା ଅନ୍ତର୍ଗତ କୋଟକକଣା ଛକରେ ଏହି ଘଟଣା ଘଟିଛି। ଅଭିଯୁକ୍ତ ତପନ ଭୋଇଙ୍କୁ ପୁଲିସ କାବୁ କରିଛି। ଉତ୍ୟକ୍ତ ଲୋକଙ୍କ ମାଡରେ ସେ ଆହତ ହୋଇଛନ୍ତି। ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଏଭଳି ଅଘଟଣ ଘଟିଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି। ତପନ ବିରୁଦ୍ଧରେ ପୁଲିସ ହତ୍ୟା ଉଦ୍ୟମ ମାମଲା ରୁଜୁ କରିଛି।
ସେପଟେ ତପନଠାରୁ ପୁଲିସ ଗୋଟିଏ କଟୁରୀ ଓ ଠେଙ୍ଗା ଜବତ କରିଛି। ଵସଟି କୋଟକଣା ଛକ ଦେଇ ଜଗନ୍ନାଥ ସଡ଼କ ଅଭିମୁଖେ ଯିବାବେଳେ ତପନ କଟୁରୀ ଓ ଠେଙ୍ଗା ଧରି ବସ ଭିତରେ ପଶିଥିଲା। ବସରେ ବସିଥିବା ୪ ଜଣ ବ୍ୟକ୍ତିଙ୍କୁ ସେ ଆକ୍ରମଣ କରିଥିଲା। ଅନ୍ୟ କିଛି ଯାତ୍ରୀ ଏହାର ପ୍ରତିବାଦ କରିବାରୁ ତପନ ସେମାନଙ୍କୁ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି।



