ସମାଜ ଡିଜିଟାଲ ଡେସ୍କ: ବଲିଉଡ ଅଭିନେତ୍ରୀ ଶିଳ୍ପା ସେଟ୍ଟୀଙ୍କୁ ଜେରା କରିଛି ମୁମ୍ବଇ ପୁଲିସର ଅର୍ଥନୈତିକ ଅପରାଧିକ ଶାଖା । ପ୍ରାୟ ୫ଘଣ୍ଟା ଧରି ଅନେକ ପ୍ରଶ୍ନ କରିଥିଲା ଇଓଡବ୍ଲ୍ୟୁ । ଶିଳ୍ପ ଓ ତାଙ୍କ ସ୍ୱାମୀ ରାଜ କୁନ୍ଦ୍ରା ୬୦କୋଟି ଟଙ୍କା ଠକେଇ ମାମଲାରେ ପୁଲିସର ସ୍କ୍ରାନରରେ ରହିଛନ୍ତି । ଏନେଇ ରାଜ କୁନ୍ଦ୍ରାଙ୍କ ସମେତ ୫ଜଣଙ୍କର ବୟାନ ରେକର୍ଡ ହୋଇଥିବା ସୂଚନା ମିଳିଛି । ଠକେଇ କରିଥିବା ସଂସ୍ଥାର ନିର୍ଦ୍ଦେଶକ ଥିଲେ ଉଭୟ ଶିଳ୍ପ ଓ ତାଙ୍କ ସ୍ୱାମୀ ରାଜ କୁନ୍ଦ୍ରା ।
ସୂଚନା ଅନୁସାରେ ଶିଳ୍ପାଙ୍କ ସ୍ୱାମୀ ରାଜ କୁନ୍ଦ୍ରା ପୁଲିସକୁ ଦେଇଥିବା ତାଙ୍କ ବୟାନରେ କହିଛନ୍ତି ଯେ ଠକେଇ ଅଭିଯୋଗକାରୀ ଦୀପକ କୋଠାରୀଙ୍କ ମାଲିକାନାରେ ଥିବା ଏକ ଏନବିଏଫସିରୁ ୬୦କୋଟି ଋଣ ନିଆଯାଇଥିଲା । ଏହି ଋଣ ପରେ କୋଠାରୀଙ୍କ କମ୍ପାନୀରେ ଇକ୍ୱିଟିରେ ରୂପାନ୍ତରିତ କରାଯାଇଥିଲା । ଏହି ପରିମାଣର ୨୦କୋଟି ସେଲିବ୍ରିଟି ପ୍ରମୋସନ, ପ୍ରସାରଣ ଖର୍ଚ୍ଚ ଏବଂ ଅନ୍ୟାନ୍ୟ ବାବଦରେ ହୋଇଥିଲା । ରାଜ ପୁଲିସକୁ ପ୍ରମୋସନର ଫଟୋ ମଧ୍ୟ ଦେଇଛନ୍ତି । ଅନେକ କାଗଜପତ୍ର ଯାଞ୍ଚ କରିବାକୁ ମଧ୍ୟ ଦେଇଛନ୍ତି ରାଜ ।



