ଡେସ୍କ: ଅଧାରେ ଅଟକିଲା ପୁରୀ-ହାୱଡ଼ା ବନ୍ଦେ ଭାରତ ଏକ୍ସପ୍ରେସ୍। ପୁରୀରୁ ଫେରୁଥିବା ବନ୍ଦେ ଭାରତ ଏକ୍ସପ୍ରେସ୍ ରବିବାର ଯାଜପୁର ଦୁଲାଖାପାଟଣା ଷ୍ଟେସନ ଓ ଭଦ୍ରକର ମଞ୍ଜୁରୀରୋଡ଼ ଷ୍ଟେସନ ମଝିରେ ଥିବା ବୈତରଣୀ ବ୍ରିଜ୍ରେ ଅଟକି ରହିଥିବା ସୂଚନା ମିଳିଛି।
ସ୍ଥାନୀୟ ବାସିନ୍ଦାଙ୍କଠାରୁ ହସ୍ତଗତ ହୋଇଥିବା ସୂଚନା ଅନୁସାରେ, କାଳବୈଶାଖୀ ପ୍ରଭାବରେ ବିଦ୍ୟୁତ ତାର ଛିଣ୍ଡିବା ସହ ଗଛ ପଡ଼ିବା କାରଣରୁ ଅପରାହ୍ନ ପ୍ରାୟ ସାଢେ ୪ଟା ସମୟରୁ ଟ୍ରେନଟି ଅଟକି ରହିଛି। ରେଳ ବିଭାଗ ପକ୍ଷରୁ ଟ୍ରେନକୁ ଯଥାଶୀଘ୍ର କାର୍ଯ୍ୟକ୍ଷମ କରିବା ପାଇଁ ପ୍ରୟାସ ଜାରି ରହିଛି।



