ଦକ୍ଷିଣମୋଡ଼ ପାଇଁ ତିନି ରଥ ପ୍ରସ୍ତୁତ

ପୁରୀ: ଦକ୍ଷିଣମୋଡ ପାଇଁ ଶରଧାବାଲିରେ ପ୍ରସ୍ତୁତ ହୋଇଛନ୍ତି ତିନିରଥ। ଶ୍ରୀଗୁଣ୍ଡିଚା ମନ୍ଦିର ସିଂହଦ୍ବାର ସମ୍ମୁଖରେ ରହିଥିବା ତିନିରଥଙ୍କୁ ଦକ୍ଷିଣମୋଡ କରାଯାଇ ବୁଧବାର ନାକଚଣା ଦ୍ବାର ସମ୍ମୁଖକୁ ନିଆଯିବ। ଏହାକୁ ସୁଗମ କରିବା ପାଇଁ ବଡ଼ଦାଣ୍ଡରେ ବାଲି ପକାଯାଇଛି। ସପ୍ତମୀ ତିଥିରେ ରଥ ଦକ୍ଷିଣମୋଡ କରାଯିବା ବିଧି ରହିଛି। ବୁଧବାର ଶ୍ରୀଜୀଉଙ୍କ ସକାଳଧୂପ ଶେଷହେବା ପରେ ମହାପ୍ରଭୁ ଶ୍ରୀବଳଭଦ୍ର, ଶ୍ରୀଜଗନ୍ନାଥ ଏବଂ ଦେବୀ ସୁଭଦ୍ରାଙ୍କ ଶ୍ରୀଅଙ୍ଗଲାଗି ଆଜ୍ଞାମାଳ ଧରି ତିନିଜଣ ପୂଜାପଣ୍ଡା ସେବକ ଶୋଭାଯାତ୍ରାରେ ରଥ ନିକଟକୁ ବିଜେ କରିବେ। ତିନିରଥରେ ମହାପ୍ରଭୁଙ୍କ ଆଜ୍ଞାମାଳ ଲାଗି କରାଯିବ। ଏହାପରେ ଘଣ୍ଟୁଆମାନେ ରଥ ଉପରକୁ ଯିବେ। ପର୍ଯ୍ୟାୟକ୍ରମେ ରଥ ଗୁଡିକୁ ଦକ୍ଷିଣମୋଡ କରାଯିବ।

prayash

ଉତ୍ତରକୁ ମୁହଁ କରି ରହିଥିବା ତିନିରଥକୁ ପୁଲିସ କର୍ମଚାରୀ ଏବଂ ଭକ୍ତ ଦକ୍ଷିଣ ଦିଗକୁ ଟାଣିବେ। ତାହାକୁ ମୋଡ କରାଯାଇ ନାକଚଣା ଦ୍ବାର ସମ୍ମୁଖକୁ ନିଆଯିବ। ସେଠାରେ ଦକ୍ଷିଣକୁ ମୁହଁକରି ତିନିରଥ ରଖାଯିବ। ସନ୍ଧ୍ୟାସୁଦ୍ଧା ରଥ ଗୁଡିକ ନାକଚଣା ଦ୍ବାର ସମ୍ମୁଖରେ ପହଞ୍ଚିବା ସମ୍ଭାବନା ରହିଛି। ଆଗାମୀ ୯ତାରିଖ ଶନିବାର ଦଶମୀ ତିଥିରେ ଦାରୁବ୍ରହ୍ମ ରଥରେ ବସି ସେଠାରୁ ଶ୍ରୀମନ୍ଦିର ଅଭିମୁଖେ ବାହୁଡା ବିଜେ କରିବେ। ତେଣୁ ବୈଷୟିକ କମିଟି ପରାମର୍ଶ ଅନୁଯାୟୀ ମଙ୍ଗଳବାର ରଥ ଗୁଡିକର ଆବଶ୍ୟକ ମରାମତି କରାଯାଇଛି। ମହାପ୍ରଭୁ ଶ୍ରୀବଳଭଦ୍ରଙ୍କ ତାଳଧ୍ବଜ ଏବଂ ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ରଥର ଦୁଇଟି ଚକରେ ଲୁହା ପ୍ଲେଟ ପକାଯାଇଛି।

kalyan agarbati

Comments are closed.