www.samajalive.in
Sunday, December 7, 2025
14.1 C
Bhubaneswar

ମହାପ୍ରଭୁଙ୍କ ବୁଧବାରରେ ହିଁ ହେବ ବନକଲାଗି ନୀତି: ଜିଲାପାଳ

ପୁରୀ: ମହାପ୍ରଭୁଙ୍କ ବନକଲାଗି ନୀତିକୁ ନେଇ ଥିବା ବିବାଦର ଅନ୍ତ ହୋଇଛି। ଆଜି ବନକଲାଗି ସମ୍ପର୍କରେ ଶ୍ରୀମନ୍ଦିର ପରିଚାଳନା କମିଟିରେ ନିଷ୍ପତ୍ତି ହୋଇଛି। ଏହି ନିଷ୍ପତ୍ତି ନେଇ ପୁରୀ ଜିଲାପାଳ ସମର୍ଥ ବର୍ମା ସୂଚନା ଦେଇ କହିଛନ୍ତି ଯେ ମହାପ୍ରଭୁଙ୍କ ବୁଧବାରରେ ହିଁ ବନକଲାଗି ନୀତି ଅନୁଷ୍ଠିତ ହେବ। ସାଧାରଣ ସମୟରେ ମାସକୁ ୨ ଥର ବନକଲାଗି ହୁଏ। ବୁଧବାର ବେଶି ନୀତିକାନ୍ତି ରହିଲେ ଗୁରୁବାର ବନକଲାଗି ନୀତି ସମ୍ପନ୍ନ କରାଯାଇପାରିବ। ଶ୍ରୀମନ୍ଦିର ପ୍ରଶାସନ ନିଷ୍ପତ୍ତି ଅନୁସାରେ ଗୁରୁବାର ବନକଲାଗି ନୀତି ହୋଇପାରିବ। ଯଦି ଗୁରୁବାର ହୁଏ ତେବେ ସେହି ନିଷ୍ପତ୍ତି ଶ୍ରୀମନ୍ଦିର ପ୍ରଶାସନ ହିଁ ନେବ ବୋଲି ଜିଲାପାଳ ସମର୍ଥ ବର୍ମା ପ୍ରକାଶ କରିଛନ୍ତି।

ସୂଚନା ଯୋଗ୍ୟ,, ବନକଲାଗି ନୀତିକୁ ନେଇ ଶ୍ରୀମନ୍ଦିର ପ୍ରଶାସନ ଓ ଦତ୍ତ ମହାପାତ୍ର ସେବକଙ୍କ ବିବାଦ ପରେ ଶ୍ରୀମନ୍ଦିରରେ ଏକପ୍ରକାର ଅଚଳାବସ୍ଥା ଦେଖାଦେଇଥିଲା। ନୀଳାଦ୍ରି ବିଜେକୁ ଦୀର୍ଘ ଦିନ ବିତିଯାଇଥିଲେ ମଧ୍ୟ ମହାପ୍ରଭୁଙ୍କ ବନକଲାଗି ହୋଇପାରିନାହିଁ । ବୁଧବାର ବନକଲାଗି ଶାସ୍ତ୍ରସମତ ଦର୍ଶାଇ ପ୍ରଶାସନ ସେହି ବାରରେ କରିବାକୁ ଚାହୁଁଥିବା ବେଳେ ଦତ୍ତ ମହାପାତ୍ର ସେବକ ଗୁରୁବାର ବନକଲାଗି ନୀତି କରିବାକୁ ଜିଦ୍‌ ଧରିଥିଲେ। ହେଲେ ପ୍ରଶାସନର ନିଷ୍ପତ୍ତି ନମାନିବା ଯୋଗୁ ଏପର୍ଯ୍ୟନ୍ତ ବନକଲାଗି ନୀତି ହୋଇପାରିନାହିଁ।

Hot this week

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

ଏଏନ୍‌ଏମ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ବିଜେଡିର ସମାଲୋଚନା

ଭୁବନେଶ୍ବର : ଏଏନଏମ ପ୍ରଶ୍ନପତ୍ର ପ୍ରଘଟ ଓ ଶେଷ ମୁହୂର୍ତ୍ତରେ ଏହି...

Related Articles

Popular Categories