ଗଠନ ହେବ ସବ୍ କମିଟି : କୋର୍ଟମିତ୍ର
ପୁରୀ : ଶ୍ରୀମନ୍ଦିର ସଂସ୍କାର ପ୍ରସଙ୍ଗକୁ ନେଇ ପୁରୀରେ ଶନିବାର ଆମିକସକ୍ୟୁରିଙ୍କ ଗୁରୁତ୍ବପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ଶ୍ରୀମନ୍ଦିର ଆଇନ ସଂଶୋଧନ ସମ୍ପର୍କରେ ନିଷ୍ପତ୍ତି ଗ୍ରହଣ କରାଯାଇଥିବା ଜଣାପଡିଛି। ଶ୍ରୀମନ୍ଦିର ଆଇନ ସଂଶୋଧନ ପାଇଁ ଏକ ସବ୍ କମିଟି ଗଠନ କରାଯିବ। କଣ, କେମିତି ସଂଶାଧନ କରାଯିବ ସବ୍ କମିଟି ତାହାର ନିଷ୍ପତ୍ତି ନେବ।
ବଂଶାନୁକ୍ରମିକ ସେବା ଉଚ୍ଛେଦ ଉପରେ ମଧ୍ୟ ଏହି ବୈଠକରେ ଆଲୋଚନା ହୋଇଥିଲା। କିପରି ବଂଶାନୁକ୍ରମିକ ସେବାକୁ ଉଚ୍ଛେଦ କରାନଯିବ ତାହା ଉପରେ ଗୁରୁତ୍ୱ ପ୍ରଦାନ କରାଯାଇଥିଲା। ଜନୈକ ପରିଚାଳନା କମିଟି ସଦସ୍ୟ ବଂଶାନୁକ୍ରମିକ ସେବାକୁ ଉଚ୍ଛେଦ ନକରିବାକୁ ବୈଠକରେ ଦାବି କରିଥିଲେ। ଏହି ବୈଠକରେ ସଂପୃକ୍ତ ସଦସ୍ୟଙ୍କ ଦାବି ଗ୍ରହଣ କରାଯାଇଥିବା ଶ୍ରୀମନ୍ଦିର ପ୍ରଶାସନର ସୁପ୍ରିମକୋର୍ଟ ଓକିଲ ସଞ୍ଜୟ ଦାସ ସୂଚନା ଦେଇଛନ୍ତି।