BJD Bijuli 480×75 Mob

ଶ୍ରୀମନ୍ଦିର ରତ୍ନ ଭଣ୍ଡାରର ଯାଞ୍ଚ ଶେଷ,ବାହାର ଭଣ୍ଡାର ଘର ଛାତରେ ଫାଟ, ଜାଲି ବାଟେ ଦେଖିଲେ ଭିତର ଭଣ୍ଡାର ଘର

BJD Bijuli 480×75 Mob
0

ପୁରୀ: ଶ୍ରୀମନ୍ଦିର ଭଣ୍ଡାର ଘରର ସ୍ଥିତି ଯାଞ୍ଚ ସରିଛି । ବୁଧବାର ଅପରାହ୍ନ  ୨ଟା୨୫ରୁ ୨୩୦ ମଧ୍ୟରେ ପ୍ରାଧିକୃତ ସଦସ୍ୟମାନେ ବାହାର ଭଣ୍ଡାର ଘରର ସ୍ଥିତି ଅନୁଧ୍ୟାନ କରିଛନ୍ତି ।  ବେହରଣ ଦ୍ୱାର ଦଇ ଏହି ସଦସ୍ୟମାନେ ଜଗମୋହନରେ ପ୍ରବେଶ କରିଥିଲେ । ଗାମୁଛା ପିନ୍ଧି ଏମାନେ ଜଗମୋହନରେ ପ୍ରବେଶ କରିଥିଲେ । ଏହା ପୂର୍ବରୁ ଏମାନଙ୍କର ଯାଞ୍ଚ କରାଯାଇଥିଲା ।  ଗଜପତି ମହାରାଜାଙ୍କ ପ୍ରତିନିଧି , ଶ୍ରୀମନ୍ଦିର ପ୍ରଶାସନ ଓ ଜିଲାପାଳଙ୍କ ନିକଟରେ ଥିବା ଚାବିରେ ବାହାର ଭଣ୍ଡାର ଘର ଖୋଲା ଯାଇଥିଲା । ଏହାପରେ ବାହାର ଭଣ୍ଡାର ଘରେ ଅଳନ୍ଧୁ ଓ ଧୂଳି ଲାଗିଥିଲା । ଏହି ସଦସ୍ୟମାନେ  ଅଳନ୍ଧୁ ଝାଡିବା ପରେ ବାହାର ଭଣ୍ଡାର ଘରର ସ୍ଥିତି ଯାଞ୍ଚ କରିଥିଲେ । ଭଣ୍ଡାର ଘରର ଛାତରେ ଫାଟ ଥିବା ସହ ଏହାର କାନ୍ଥରେ  ପାଣି ଜକଉ ଥିବା ବା ଓଦା ଥିବା ସୂଚନା ମିଳିଛି । ଏହାପରେ ବାହାର ଭଣ୍ଡାର ଘରରୁ ଏକ ଜାଲି ବାଟେ ସର୍ଚ ଲାଇଟ ପକାଇ ଭିତର ଭଣ୍ଡାରର ଘରର ସ୍ଥିତି ଯାଞ୍ଚ କରିଥିବା ଶ୍ରୀମନ୍ଦିରର ମୁଖ୍ୟ ପ୍ରଶାସକ ପ୍ରଦୀପ ଜେନା ସୂଚନା ଦେଇଛନ୍ତି ।

ବୁଧବାର ଅପରାହ୍ନରେ ୧୫ଜଣିଆ ପ୍ରତିନିଧି ଦଳ କଡ଼ା ସୁରକ୍ଷା ବଳୟ ମଧ୍ୟରେ ଶ୍ରୀମନ୍ଦିରର  ରତ୍ନଭଣ୍ଡାରର ସ୍ଥିତି ଯାଞ୍ଚ କରିଛନ୍ତି । ପ୍ରଥମେ ଏହି ପ୍ରତିନିଧି ମଣ୍ଡଳ  ଭଣ୍ଡାରର  ସ୍ଥିତି ଯାଞ୍ଚ କରିଥିଲେ ।  ଯାଞ୍ଚ ପରେ ଶ୍ରୀମନ୍ଦିର ମଧ୍ୟରେ ଏହାର ରିପୋର୍ଟ ଲେଖାଯାଇଥିଲା । ତେବେ ଯାଞ୍ଚ ବେଳେ କୋର କମିଟି ସଦସ୍ୟ ଜି ସି ମିତ୍ର ଝୁଣ୍ଟି ପଡିବାରୁ ଆହତ ହୋଇଥିବା ସୂଚନା ମିଳିଛି । ମାତ୍ର ଡାକ୍ତର ଥିବାରୁ ତାଙ୍କର ଚିକିତ୍ସା କରାଯାଇଥିଲା ।ଏସ୍‌ପି ସାର୍ଥକ ଷଡଙ୍ଗୀ ଗାମୁଛା ପିନ୍ଧି ନ ଥିବାରୁ ଭଣ୍ଡାର ଘରେ ପ୍ରବେଶ କରି ନ ଥିଲେ । ତେବେ ୧୫ ଜଣିଆ କମିଟି ରତ୍ନ ଭଣ୍ଡାର ଭିତରେ ପ୍ରବେଶ କରିଥିଲେ । ଯାଞ୍ଚ ପୂର୍ବରୁ ଶ୍ରୀମନ୍ଦିରର ସୁରକ୍ଷା ବ୍ୟବସ୍ଥାକୁ କଡା କଡି କରାଯାଇଥିଲା । ସାଧାରଣ ଭକ୍ତଙ୍କ ଦର୍ଶନକୁ ସମ୍ପୂର୍ଣ୍ଣ ଭାବେ ବନ୍ଦ କରାଯାଇଥିଲା । ୧୭ ଜଣିଆ କମିଟି ମଧ୍ୟରୁ ୧୫ ଜଣ ରତ୍ନ ଭଣ୍ଡାରର ସ୍ଥିତି ଯାଞ୍ଚ କରିଛନ୍ତି ।

କମିଟିରେ ଥିବା ସଦସ୍ୟ-

୧. ତପନ କୁମାର ଭଟ୍ଟାଚାର୍ଯ୍ୟ (ପ୍ରତ୍ନତତ୍ତ୍ୱବିତ୍‌)
୨. ଚିତ୍ତରଂଜନ ଦାସ (ପ୍ରତ୍ନତତ୍ତ୍ୱବିତ୍‌)
୩. ଏଚ୍‌. ଏ. ନାୟକ (ପ୍ରତ୍ନତତ୍ତ୍ୱବିତ୍‌)
୪. ଏନ୍‌.ସି ପାଲ(କୋର କମିଟି ସଦସ୍ୟ)
୫. ଅମିୟ ମହାନ୍ତି (ଗଜପତିଙ୍କ ପ୍ରତିନିଧି)
୬. ଭଣ୍ଡାର ମେକାପ: ଗଣେଶ ମେକାପ
୭. ଜନାର୍ଦ୍ଦନ ପାଟ୍ଟଯୋଶୀ ମହାପାତ୍ର (ଛତିଶା ନିଯୋଗ ମହାନାୟକ)
୮. ପ୍ରଦୀପ କୁମାର ଜେନା(ମୁଖ୍ୟ ପ୍ରଶାସକ)
୯. ଏନ୍‌.କେ ମହାନ୍ତି (ହାଇକୋର୍ଟଙ୍କ ପ୍ରତିନିଧି ଆମିକସ୍‌କ୍ୟୁରି)
୧୦. ଅରବିନ୍ଦ ଅଗ୍ରୱାଲ (ଜିଲ୍ଲାପାଳ, ଉପମୁଖ୍ୟ ପ୍ରଶାସକ)
୧୧. ରାମଚନ୍ଦ୍ର ଦାସମହାପାତ୍ର (ରତ୍ନଭଣ୍ଡାର ସବ୍‌ କମିଟି ସଦସ୍ୟ)
୧୨. ଅନନ୍ତ ତିଆଡ଼ି (ରତ୍ନଭଣ୍ଡାର ସବ୍‌ କମିଟି ସଦସ୍ୟ)
୧୩. ପ୍ରଦୀପ ଦାଶ ( ନୀତି ପ୍ରଶାସକ)
୧୪. ଦେଉଳକରଣ (ଚନ୍ଦ୍ରଶେଖର ମଙ୍ଗରାଜ)
୧୫. ହିମାଂଶୁ ପଟ୍ଟନାୟକ (ତଡ଼ଉକରଣ)

Leave A Reply