ସିଂହମ୍ର ପଞ୍ଜାବୀ ରିମେକ୍

ମୁମ୍ବାଇ: ରୋହିତ୍ ସେଟ୍ଟି ନିର୍ଦେଶିତ ‘ସିଂହମ୍’ ଚଳଚ୍ଚିତ୍ର ୨୦୧୧ରେ ମୁକ୍ତିଲାଭ କରିଥିଲା। ଚଳଚ୍ଚିତ୍ରର ମୁଖ୍ୟ ଭୂମିକାରେ ଅଭିନୟ କରିଥିବା ଅଜୟ ଦେବଗନ୍ଙ୍କୁ ମଧ୍ୟ ଏଥିପାଇଁ ଖୁବ୍ ସଫଳତା ମିଳିଥିଲା। ୫୫ କୋଟି ବଜେଟ୍ର ଏଇ ଚଳଚ୍ଚିତ୍ର ସେତେବେଳେ ୧୫୦କୋଟି ଟଙ୍କାରୁ ଅଧିକ ବ୍ୟବସାୟ କରି ରେକର୍ଡ ସ୍ଥାପନ କରିଥିଲା। ସଫଳତା ଦେଖି ନିର୍ଦେଶକ ଏହାର ଦ୍ବିତୀୟ ଭାଗ ନିର୍ମାଣ କରି ପୁଣି ଚର୍ଚ୍ଚାକୁ ଆସିଲେ। ପ୍ରଥମେ ଦକ୍ଷିଣ ସିନେଜଗତରେ ସିଂହମ୍ ଚଳଚ୍ଚିତ୍ରର ନିର୍ଦେଶନା ହୋଇଥିଲା। ଲୋକପ୍ରିୟତା ଦେଖି ହିନ୍ଦୀ ସିନେଜଗତରେ ସେହି କାହାଣୀକୁ ଆଧାର କରି ରୋହିତ୍ ନିଜ ଯୋଜନାରେ ଆଗେଇଥିଲେ। ଏଥରକ ସିଂହମ୍ର ପଞ୍ଜାବୀ ରିମେକ୍ର ଶୁଭାରମ୍ଭ ହୋଇଛି। ଅଜୟ ଦେବଗନ୍ ସୋସିଆଲ ସାଇଟ୍ ଜରିଆରେ ପ୍ରଶଂସକଙ୍କୁ ଏହି ତଥ୍ୟ ଅବଗତ କରାଇଛନ୍ତି। ପଞ୍ଜାବୀ ସିଂହମ୍ରେ ପରମିଶ୍ ବର୍ମା ଓ ସୋନମ୍ ବାୱେଜା ମୁଖ୍ୟ ଭୂମିକାରେ ଦେଖାଦେବେ। ଅଗଷ୍ଟ ୯ରେ ଚଳଚ୍ଚିତ୍ରଟି ମୁକ୍ତିଲାଭ କରିବ ବୋଲି ସ୍ପଷ୍ଟ ହୋଇଛି। ଉଭୟ ପ୍ରଶଂସକ ଓ ସମୀକ୍ଷକ ମହଲରେ ଏଥି ନିମନ୍ତେ ଅଜୟ ଓ ରୋହିତ୍ଙ୍କୁ ଶୁଭକାମନା ଜଣାଯାଇଛି।