ପଞ୍ଜାବ ପୁଲିସ ବଳରେ ସମସ୍ତଙ୍କ ଛୁଟି ଏପ୍ରିଲ ୧୪ ଯାଏଁ ରଦ୍ଦ – ଅମ୍ରିତ୍‌ପାଲ୍‌ ସିଂ ମାମଲାରେ ଏପରି ପଦକ୍ଷେପ ନେଲେ ପଞ୍ଜାବ ପୁଲିସ ଡିଜି

ଚଣ୍ଡୀଗଡ- ଭାରତରୁ ଅଲଗା ହୋଇ ଏକ ସ୍ୱତନ୍ତ୍ର ଦେଶ ଖାଲିସ୍ତାନ ଦାବି କରୁଥିବା ଅମ୍ରିତପାଲ୍‌ ସିଂ ମାମଲାରେ ପଞ୍ଜାବ ପୁଲିସର ସମସ୍ତ କର୍ମଚାରୀ ଏବଂ ଅଧିକାରୀଙ୍କ ଛୁଟି ବାତିଲ କରାଯାଇଛି । ପୂର୍ବରୁ ଯେଉଁମାନେ ଛୁଟି ନେଇଥିଲେ ସେମାନଙ୍କର ଛୁଟି ବି ବାତିଲ କରାଯାଇଥିବା ପଞ୍ଜାବ ପୁଲିସ ପକ୍ଷରୁ ସୂଚନା ଦିଆଯାଇଛି ।

ଖାଲିସ୍ତାନ ସମର୍ଥକ ଅମ୍ରିତ୍‌ପାଲ  ଏକ ଘଟଣାରେ ଥାନା ଉପରେ ଆକ୍ରମଣ କରି ତାହାର ସାହଯୋଗୀମାନଙ୍କୁ ଛଡାଇ ନେଇଥିବା ଅଭିଯୋଗ ହୋଇଥିଲା । ସଶସ୍ତ୍ର ଭାବେ ସେମାନେ ଥାନା ଉପରେ ଆକ୍ରମଣ କରିଥିବାର ଭିଡିଓ ଭାଇରାଲ୍‌ ହୋଇଥିଲା । ଏହି ମାମଲାରେ ପଞ୍ଜାବ ପୁଲିସ ତାକୁ ଗିରଫ କରିବା ପାଇଁ ଯାଇଥିବା ବେଳେ ସେ ଫେରାର ହୋଇଯାଇଥିଲା । ଅମ୍ରିତପାଲ୍‌ର ୪ ଜଣ ସହଯୋଗୀଙ୍କୁ ଗିରଫ କରାଯାଇଥିଲା । ସେମାନଙ୍କୁ ଆସାମର ଗୌହାଟୀ ସ୍ଥାନାନ୍ତର କରାଯାଇଛି ।

ଅମ୍ରିତ ପାଲ୍‌ ଚୁଟି କାଟିବା ସହ ବିଭିନ୍ନ ସ୍ଥାନରେ ଆତ୍ମଗୋପନ କରିଥିବାର ଭିଡିଓ ଭାଇରାଲ୍‌ ହୋଇଥିଲା । ଏବେ ପଞ୍ଜାବ ପୁଲିସ ମହାନିର୍ଦେଶକଙ୍କ ନିର୍ଦ୍ଦେଶରେ ସମସ୍ତ ପ୍ରକାରରର ଛୁଟି ବାତିଲ କରାଯାଇଥିବାର ବିଜ୍ଞପ୍ତି ପ୍ରକାଶ ପାଇଛି । ଅମ୍ରିତପାଲ୍‌ ମାମଲାରେ ପୁଲିସ ଏପରି ପଦକ୍ଷେପ ନେଇଥିବା କୁହାଯାଉଛି ।

Comments are closed.