www.samajalive.in
Sunday, December 7, 2025
26.1 C
Bhubaneswar

ପୁଣେର ପ୍ରସିଦ୍ଧ ମାର୍କେଟ; ଏଠାରେ ନିଅନ୍ତୁ ସପିଙ୍ଗର ସ୍ୱତନ୍ତ୍ର ମଜା

ଭ୍ରମଣ ପାଇଁ ବହୁ ସ୍ଥାନ ରହିଛି। ଯାହା ନିଜର ସ୍ୱତନ୍ତ୍ରତା କାରଣରୁ ଖୁବ ପ୍ରସିଦ୍ଧ। ପୁଣେରେ ଯେଭଳି ବୁଲିବା ପାଇଁ ବିଭିନ୍ନ ସ୍ଥାନ ରହିଛି, ସେଭଳି ମନମୁତାବକ ସପିଙ୍ଗ କରିବା ପାଇଁ ମଧ୍ୟ ବହୁ ସ୍ଥାନ ରହିଛି। ଯହି ଆପଣ ଭ୍ରମଣ ପାଇଁ ପୁଣେ ଯିବାକୁ ଇଚ୍ଛୁକ , ତେବେ ଏହି ବଜାରକୁ ନିଶ୍ଚୟ ଯାଆନ୍ତୁ। ଏହି ବଜାର ଗୁଡ଼ିକରେ ଆପଣ ବିଭିନ୍ନ ଖାଦ୍ୟଦ୍ରବ୍ୟ ଖାଇବା ସହ ଭିନ୍ନ ଭିନ୍ନ ପୋଷାକ ଅନ୍ୟାନ୍ୟ ଦ୍ରବ୍ୟ ଓ ଉପହାର ଦେବା ଭଳି ଦ୍ରବ୍ୟ ମଧ୍ୟ ପାଇପାରିବେ। ଆସନ୍ତୁ ପୁଣେର ପ୍ରସିଦ୍ଧ ବଜାର ଗୁଡ଼ିକ ବିଷୟରେ ଯେଉଁଠାରେ ସମୟ ଅତିବାହିତ କରିବାକୁ ଖୁବ ଭଲ ଲାଗିଥାଏ ….
ଲକ୍ଷ୍ମୀ ରୋଡ଼ –
ଏହା ପୁଣେର ସବୁଠାରୁ ପୁରୁଣା ମାର୍କେଟ। ଏଠାରେ ସମସ୍ତ ଦ୍ରବ୍ୟ ଖୁବ ଭଲ ଓ ଶସ୍ତାରେ ମିଳିଥାଏ। ଆପଣଙ୍କୁ ଯଦି ଶାଢୀ କିଣିବାକୁ ଇଚ୍ଛା ଥାଏ, ତେବେ ଏଠାକୁ ନିଶ୍ଚୟ ଯାଆନ୍ତୁ। ଏହାଛଡ଼ା ବିଭିନ୍ନ ଡ଼ିଜାଇନର ପୋଷାକ, ଜିନ୍ସ, ଟିସାର୍ଟ, ସ୍କର୍ଟସ ଆଦି ଏଠାରେ ମିଳିଥାଏ।
ଫେଶସ ଷ୍ଟ୍ରିଟ –
କେବଳ ନାମରୁ ନୁହେଁ, ଏଠାରେ ମିଳୁଥିବା ବିଭିନ୍ନ ଦ୍ରବ୍ୟ ଫେଶନ ଓ ଷ୍ଟାଇଲରେ ଭରପୁର। ଏଠାରେ ମିଳୁଥିବା ସୁନ୍ଦର ସୁନ୍ଦର ଡ଼ିଜାଇନର ପୋଷାକ ଲୋକଙ୍କୁ ଖୁବ ଆକର୍ଷିତ କରିଥାଏ। ତେଣୁ ଏଠାରେ ବେଶ ଜନ ସମାଗମ ଦେଖାଯାଏ। ପ୍ରାୟ ୪୫୦ଟି ଦୋକାନ ଲାଗି ଲାଗି ହୋଇରହିଥାଏ।ଫରଗୁସନ
କଲେଜ ରୋଡ଼ –
ଏହି ସ୍ଥାନଟି ଏଠାକାର ସ୍ଥାନୀୟ ବାସିନ୍ଦା ମାନଙ୍କୁ ମଧ୍ୟ ଖୁବ ଭଲ ଲାଗିଥାଏ। ଏଠାରେ ଆପଣ ସୁନ୍ଦର ଚପଲ, ବ୍ୟାଗ ଭଳି ବିଭିନ୍ନ ଜିନିଷ ଶସ୍ତାରେ କିଣିପାରିବେ। ଏଠାରେ ଥିବା ରେସ୍ତୋରାରେ ମଧ୍ୟ ଯାଇ ଆପଣ ସୁଆଦିଆ ଖାଦ୍ୟର ମଜା ନେଇପାରିବେ। ନିକଟରେ କଲେଜ ଥିବାରୁ ଏଠାରେ ସର୍ବଦା ଭିଡ଼ ଜମିଥାଏ।
ହାଙ୍ଗକାଙ୍ଗ ଲେନ –
ଆପଣ ପୁଣେର ହାଙ୍ଗକାଙ୍ଗ ଲେନ ନିଶ୍ଚୟ ଯାଆନ୍ତୁ। ଦାମି ଜିନିଷ ଏଠାରେ ସଠିକଦାମରେ ମିଳିଥାଏ। ଏହା ଗରବାରେ ବିଜ୍ରର ନିକଟରେ ଅବସ୍ଥିତ। ସପିଙ୍ଗ ପାଇଁ ଏହି ସ୍ଥାନଟି ଖୁବ ପ୍ରସିଦ୍ଧ। ବିଭିନ୍ନ ପ୍ରକାର ଇମିଟେସନ ଅଳଙ୍କାର, ପୋଷାକ, ପରଫ୍ୟୁମ, କସମେଟିକ ଭଳି ବିଭିନ୍ନ ଦ୍ରବ୍ୟ କିଣିପାରିବେ।
ବାଜୀରାଓ ରୋଡ଼ –
ଗୃହର ସୁନ୍ଦରତାକୁ ବଢାଇବା ପାଇଁ ଏଠାରେ ଆବଶ୍ୟକୀୟ ଓ ସୁନ୍ଦର ଆସବାବ ପତ୍ର ମିଳେ। ଘରର ପାଇଁ ବିଭିନ୍ନ ଦ୍ରବ୍ୟ କିଣିବାର ଏହା ସଠିକ ସ୍ଥାନ।
ତୁଳସୀବାଗ –
ଏହି ସ୍ଥାନ ଇମିଟେସନ ଅଳଙ୍କାର ପ୍ରିୟ ଲୋକଙ୍କୁ ଖୁବ ପସନ୍ଦ। ଏଠାରେ ଆପଣ ବିଭିନ୍ନ ଡ଼ିଜାଇନର ଅଳଙ୍କାର ପାଇପାରିବେ। ଭିନ୍ନ ଭିନ୍ନ ଡ଼ିଜାଇନର ଅଳଙ୍କାର, ଜୋତାଚପଲ ଆଦି ଆପଣ ପାଇପାରିବେ। ଏପରିକି ୫୦୦ ଟଙ୍କାର ଦ୍ରବ୍ୟ ଏଠାରେ ୨୦୦ ମିଳିଥାଏ।

Hot this week

ବାରବାଟୀ ମ୍ୟାଚ ଦେଖିବେ ମୁଖ୍ୟମନ୍ତ୍ରୀ, କାଲିଠୁ ନେଟ୍‌ ପ୍ରାକ୍ଟିସ

ସମାଜଲାଇଭ ଡେସ୍କ: ଆସନ୍ତା ୯ ତାରିଖରେ କଟକ ବାରବାଟୀ ଷ୍ଟାଡିଅମରେ ଭାରତ...

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

Related Articles

Popular Categories