ପୁଲିତଜର ବିଜୟୀ ସାମ୍ବାଦିକଙ୍କୁ ବିମାନ ବନ୍ଦରରୁ ଫେରାଇ ଦିଆଗଲା

0

ନୂଆଦିଲ୍ଲୀ : ଭିଜା ଆଇନ ଉଲ୍ଲଙ୍ଘନ ଅଭିଯୋଗରେ ବିଶ୍ବସ୍ତରୀୟ ଗଣମାଧ୍ୟମ ‘ରଏଟରର୍ସ’ରେ ମୁଖ୍ୟ ଫଟୋଗ୍ରାଫର ଭାବେ କାର୍ଯ୍ୟରତ ପୁଲିତଜର ପୁରସ୍କାର ବିଜେତା ସାମ୍ବାଦିକ କ୍ୟାଥାଲ ମ୍ୟାକନାଉଘଟନ୍‌ଙ୍କୁ କେନ୍ଦ୍ର ସରକାର ଭାରତରେ ପ୍ରବେଶ ଅନୁମତି ଦେବାକୁ ମନା କରିଦେଇଛନ୍ତି। ଅନ୍ୟପଟେ ତାଙ୍କ ବିରୋଧରେ ଚାଲିଥିବା ତଦନ୍ତ ଉପରେ ସ୍ଥଗିତାଦେଶ ଦେବା ତଥା ତାଙ୍କୁ ସୁରକ୍ଷା ପ୍ରଦାନ କରିବାକୁ ହିଲ୍ଲୀ ହାଇକୋର୍ଟ ମଧ୍ୟ ମନା କରିଦେଇଛନ୍ତି। ବିଦେଶଗସ୍ତରୁ ଫେରିବା ସମୟରେ ତାଙ୍କୁ ଦିଲ୍ଲୀ ବିମାନବନ୍ଦରରୁ ଫେରାଇ ଦିଆଯାଇଥିବା ବିଶେଷସୂତ୍ରରୁ ଜଣାପଡିଛି। ବିନାଅନୁମତିରେ ଜାମ୍ମୁ-କାଶ୍ମୀରର ନିଷେଧାଞ୍ଚଳକୁ ଗସ୍ତ କରି କ୍ୟାଥେଲ ଭିଜା ନିୟମ ଉଲ୍ଲଙ୍ଘନ କରିଛନ୍ତିି ବୋଲି ସ୍ବରାଷ୍ଟ୍ରମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି। ଭିଜା ନିୟମ ଉଲ୍ଲଙ୍ଘନ କ୍ଷେତ୍ରରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସ୍ବରାଷ୍ଟ୍ରମନ୍ତ୍ରାଳୟ ପକ୍ଷରୁ ବିଦେଶୀ ସାମ୍ବାଦିକମାନଙ୍କୁ ତାଗିଦ କରାଯାଇଛି। କଠୁଆ ନାବାଳିକା ଗଣବଳାତ୍କାର ଘଟଣା ପରେପରେ କ୍ୟାଥାଲ ୨୦୧୮ ଏପ୍ରିଲରେ ଜାମ୍ମୁ-କାଶ୍ମୀରରେ ଉପସ୍ଥିତ ଥିଲେ ବୋଲି ତାଙ୍କ ଇନ୍‌ଷ୍ଟାଗ୍ରାମ ଆକାଉଣ୍ଟରୁ ପ୍ରମାଣ ମିଳିଛି। ଏଥିରେ ​ଏପ୍ରିଲ ୧୩​‌ରେ ​‌ପାଷ୍ଟ କରାଯାଇଥିବା ଏକ ଫଟେରେ ଭାରତୀୟ ପୁଲିସ ଉପରକୁ ବିକ୍ଷୋଭକାରୀଙ୍କ ପଥରମାଡ଼ ବୋଲି ସେ ଉଲ୍ଲେଖ କରିଛନ୍ତି। ସେହିଭଳି ଅନେକ ଫଟୋ ସେ ଇନ୍‌ଷ୍ଟାଗ୍ରାମରେ ପୋଷ୍ଟ କରିଛନ୍ତି। ୨୦୧୮ ମେ’ରେ କ୍ୟାଥାଲଙ୍କୁ ପୁଲିତଜର ପୁରସ୍କାରରେ ସମ୍ମାନିତ କରାଯାଇଥିଲା।

Leave A Reply