www.samajalive.in
Monday, December 15, 2025
14.1 C
Bhubaneswar

ସରସରା ଗ୍ରାମରେ ପୋଖରୀ ମଧ୍ୟରେ ଶିବ ଓ ଗଣେଶଙ୍କ ମେଢ

ବୌଦ୍ଧ :  ବୌଦ୍ଧ ଜିଲ୍ଲାରେ ଶାରଦୀୟ ପୂଜା ଧୂମଧାମରେ ଅନୁଷ୍ଠିତ ହେଉଥିବା ବେଳେ ଜିଲ୍ଲାର ବିଭିନ୍ନ ସ୍ଥାନରେ ପୂଜା ମଣ୍ଡପ ଗୁଡିକୁ ଆକର୍ଷଣୀୟ କରିବା ପାଇଁ ବିଭିନ୍ନ ଭାବରେ ସାଜସଜା କରାଯାଇଥିଲା। ହେଲେ ଜିଲ୍ଲାର ହରଭଙ୍ଗା ବ୍ଲକର ସରସରା ଗ୍ରାମରେ ପୋଖରୀ ମଧ୍ୟରେ ଶିବ ଓ ଗଣେଶଙ୍କ ପୂଜା ମଣ୍ଡପ କରାଯାଇଥିଲା। ଯାହାକି ବେଶ ଆକର୍ଷକ ହୋଇଥିଲା। ଏହାକୁ ଦେଖିବା ପାଇଁ ଲୋକଙ୍କ ଭିଡ ଜମିଥିଲା। ଭକ୍ତଙ୍କ ଦର୍ଶନ ପାଇଁ ମଧ୍ୟ ମଧ୍ୟରେ ପାଣି ଉପରେ ଅସ୍ଥାୟୀ ରାସ୍ତା କରାଯାଇଥିଲା। ସରସରା ଗ୍ରାମବାସୀଙ୍କ ଦ୍ୱାରା ଏକ ନିଆରା ଢଙ୍ଗରେ ଏଭଳି ଆୟୋଜନ କରାଯାଇଛି। ଆଖପାଖ ଅଂଚଳର ଶହ ଶହ ଭକ୍ତଙ୍କ ସମାଗମ ଦେଖିବାକୁ ମିଳିଥିଲା। ଏପରିକି ୫୭ ନମ୍ବର ଜାତୀୟ ରାଜପଥ କଡରେ ହୋଇଥିବାରୁ ଏହି ବାଟଦେଇ ଯାଉଥିବା ଯାତ୍ରୀମାନେ ଏଠାରେ ଅଟକି ଠାକୁରଙ୍କ ଦର୍ଶନ କରିଥାନ୍ତି। ଗତ କିଛି ବର୍ଷ ହେବା ଗ୍ରାମବାସୀଙ୍କ ଉଦ୍ୟମରେ ଏଭଳି ପୋଖରୀ ମଧ୍ୟରେ ପୂଜା ମଣ୍ଡପ କରାଯାଉଛି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories