ବୌଦ୍ଧ : ଉତ୍କଳ ସାମ୍ବାଦିକ ସଂଘର ରାଜ୍ୟ ସଭାପତି ବିଭୁତି କର ଗୁରୁବାର ସଂନ୍ଧ୍ୟାରେ ବୌଦ୍ଧ ଜିଲା ଗସ୍ତ କରିଛନ୍ତି। ଏହି ଅବସରରେ ସାର୍କିଟ ହାଉସ ଠାରେ ଜିଲା ସଂଘର ସଦସ୍ୟଙ୍କ ସହ ସାଂଗଠନିକ ଆଲୋଚନା କରିଥିଲେ। ବୌଦ୍ଧ ଜିଲା ସାମ୍ବାଦିକ ସଂଘର ସଭାପତି ଶଶାଙ୍କ ଖେର ମିଶ୍ରଙ୍କ ନେତୃତ୍ୱରେ ସଦସ୍ୟମାନେ ସାଂଗଠନିକ ବୈଠକରେ ଯୋଗଦେଇ ସାମ୍ବାଦିକମାନଙ୍କ ବିଭିନ୍ନ ସମସ୍ୟା, ରାଜ୍ୟ ତଥା ଜିଲା ସଂଘର ସାଂଗଠନିକ ବିକାଶ ନେଇ ଆଲୋଚନା କରିଥିଲେ। ଏହି ଅବସରରେ ବରିଷ୍ଠ ସାମ୍ବାଦିକ ରବିନ୍ଦ୍ର କୁମାର ରାଉତ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ସଂପଦ କୁମାର ଅଗ୍ରୱାଲା, ଦେବାଶିଷ ପୁରୋହିତ, ସମ୍ପାଦକ ରବିନ୍ଦ୍ର ପଟ୍ଟନାୟକ, କୃଷ୍ଣଗୋପାଳ ମେହେର, ସଜନ ଅଗ୍ରୱାଲ ଓ ଧବଳେଶ୍ୱର ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ ।
Comments are closed.