www.samajalive.in
Sunday, December 14, 2025
23.1 C
Bhubaneswar

ମୁନି ସମାଜର ସତସଙ୍ଗ

ପାଟଣା : ସାହାରପଡା ବ୍ଲକ ଅନ୍ତର୍ଗତ ତଣ୍ଡୋ ଗ୍ରାମର ମୁନି କୀର୍ତ୍ତନ ମହାନ୍ତଙ୍କ ବାସଭବନରେ ମୁନି ସମାଜର ଏକ ସତସଙ୍ଗ ଅନୁଷ୍ଠିତ ହୋଇଯାଇଛି।ଏଥିରେ କେନ୍ଦୁଝର ଜିଲ୍ଲା ମୁନି ସମାଜର ଅଧ୍ୟକ୍ଷ ଯୋଗାଚାର୍ଯ୍ୟ ମୀନକେତନ ମୁନି ସତ୍ୟ ପତାକା ଉତ୍ତୋଳନ କରିବା ସହିତ ଜ୍ଞାନଯଜ୍ଞରେ ଅଧ୍ୟକ୍ଷତା କରିଥିଲେ। ଯୋଗାଚାର୍ଯ୍ୟ ତ୍ରିଲୋଚନ ମୁନି ସମ୍ମାନିତ ଅତିଥି ଭାବେ, ଯୋଗୀ ଶମ୍ଭୁନାଥ ମୁନି ମୁଖ୍ୟ ବକ୍ତା ଭାବେ, ମୁନିମତୀ କୁମୁଦିନୀ ମୁନି ସମ୍ମାନିତ ବକ୍ତା ଭାବେ, ଯୋଗୀ ଲକ୍ଷ୍ମୀ ବଲ୍ଲଭ ସମ୍ମାନିତ ଅତିଥି ଭାବେ, ଯୋଗୀ ଗୋପୀନାଥ ମୁନି ଓ ଯୋଗୀ ଫକିର ଚରଣ ମୁନି ସମ୍ମାନିତ ଅତିଥି ଭାବେ ମଞ୍ଚାସିନ ହୋଇଥିଲେ। ଏହି ସତସଙ୍ଗ ସଭାର ପ୍ରାରମ୍ଭରେ ମୁନି କୀର୍ତ୍ତନ ମହାନ୍ତ ତାଙ୍କ ପରିବାର ବର୍ଗ ମାତୃପୂଜନ କାର୍ଯ୍ୟ କରିଥିଲେ। ମଞ୍ଚାସିନ ଅତିଥିଗଣ ଯୋଗ, ସ୍ୱାସ୍ଥ୍ୟ ଆତ୍ମଜ୍ଞାନ ଓ ସ୍ଵତନ୍ତ୍ର ବିଚାର ଉପରେ ନିଜ ନିଜର ବକ୍ତବ୍ୟ ପ୍ରଦାନ କରିଥିଲେ । ମୁନି ଅଯୋଧ୍ୟା ନାୟକ ଏକ ଆଧ୍ୟାତ୍ମିକ ସଙ୍ଗୀତ ପରିବେଷଣ କରି ଥିଲେ । ଶେଷରେ ସଭାପତି ତାଙ୍କର ସଭାପତିତ୍ବ ଭାଷଣ ପ୍ରଦାନ କରି ସଭା ସାଙ୍ଗ କରିଥିଲେ।

Hot this week

ଛଅଟି ଦେଶରେ ନବକଳେବର ଚଳଚ୍ଚିତ୍ର ପ୍ରଦର୍ଶିତ, ଭାବବିହ୍ୱଳ ଦର୍ଶକ

ନବକଳେବର ୬ଟି ଦେଶ (ଯୁଏସଏ, କାନାଡା, ଦକ୍ଷିଣ ଆଫ୍ରିକା, ଇଣ୍ଡୋନେସିଆ, ଜର୍ମାନୀ...

ଶୀତରେ ଗୋଇଠି ଫାଟୁଛି କି? ୨୦ଟଙ୍କାର ଜିନିଷରେ ସମ୍ପୂର୍ଣ୍ଣ ଭଲ ହୋଇଯିବ

ସମାଜ ଡିଜିଟାଲ ଡେସ୍କ: ଆୟୁର୍ବେଦରେ ପ୍ରତ୍ୟେକ ସମସ୍ୟାର ସମାଧାନ ଅଛି, ଯେଉଁଥିରେ...

ମୋକିମଙ୍କ ଚିଠି : ଭକ୍ତଙ୍କ ଉତ୍ତର

ସମାଜ ଲାଇଭ ଡ଼େସ୍କ : ସୋନିଆ ଗାନ୍ଧୀଙ୍କୁ କଂଗ୍ରେସ ନେତା ମହମ୍ମଦ...

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

Related Articles

Popular Categories