www.samajalive.in
Sunday, December 14, 2025
23.1 C
Bhubaneswar

ଶିବଶକ୍ତି ଫୁଟବଲ ପ୍ରତିଯୋଗିତା ଉଦଯାପିତ

ପାଟଣା : ଦାମାହୁଦା ଶିବଶକ୍ତି ଆଦିବାସୀ ଯୁବକ ସଙ୍ଘ ପକ୍ଷରୁ ୩୬ତମ ବାର୍ଷିକ ଫୁଟବଲ ପ୍ରତିଯୋଗିତା ଉଦଯାପିତ ହୋଇ ଯାଇଛି । ଏହି ପ୍ରତିଯୋଗିତାରେ ୩୨ ଟି ଦଳ ଅଂଶ ଗ୍ରହଣ କରିଥିଲେ। ଉଦଯାପନ ଉତ୍ସବରେ ମୁଖ୍ୟ ଅତିଥି ଭାବେ ପୂର୍ବତନ ବିଧାୟକ ସନାତନ ମହାକୁଡ଼ଙ୍କ ପ୍ରତିନିଧି ସଞ୍ଜୀବ କୁମାର ବେହେରା, ସମାନିତ ଅତିଥି ଭାବେ ପୂର୍ବତନ ସାହାରପଡା ବ୍ଲକ ଅଧ୍ୟକ୍ଷ ରବିନ୍ଦ୍ର ନାଏକ, ସାଂସଦ ପ୍ରତିନିଧି ସନ୍ତୋଷ ପଣ୍ଡା, ଦମାହୁଦା ସରପଞ୍ଚ ବାସନ୍ତୀ ଟୁଡୁ, କୁଣ୍ଡଳା ସରପଞ୍ଚ ଶତ୍ରୁଘନ ନାଏକ, ଉଦୟପୁର ସରପଞ୍ଚ ଲଳିତା ନାଏକ, ଦାମାହୁଦା ସମିତି ସଭ୍ୟ ପାରେଶ୍ୱର ସେଠୀ,ସମାଜ ସେବୀ ଜବାହାର ହେମ୍ବ୍ରମ ପ୍ରମୁଖ ଯୋଗ ଦେଇଥିଲେ । ପ୍ରତିଯୋଗୀତାରେ ଚମ୍ପିୟାନ ଦମାହୁଦାର ଆର ଏଲ ଗୋସାଇଁ ଓ ରନର୍ସଅପ ଖଡିକାପଦାର ଉତ୍କଳ ଏକ୍ସପ୍ରେସ, ୩ୟ ଦଳ ଟିସିଡିହାର ଡି. ଡଟ ସେଭେନ ଓ ୪ର୍ଥ ଦଳ ଭାବେ ସାହାରପଡା ଏକାଦଶକୁ ଯଥାକ୍ରମେ ୫୦ ହଜାର  ୩୫ ହଜାର ଟଙ୍କା,୧୫ ଓ ୧୦ହଜାର ଟଙ୍କା ଲେଖାଏଁ ପ୍ରଦାନ ପୂର୍ବକ ପୁରସ୍କୃତ କରାଯାଇଥିଲା। ଯୁବକ ସଙ୍ଘ ସଭାପତି ଶ୍ୟାମସୁନ୍ଦର ମାରାଣ୍ଡି, ସମ୍ପାଦକ ନରେନ୍ଦ୍ର ସୋରେନ,ସଦସ୍ୟ କାରିଆ ଟୁଡୁ, ବିଜୟ ମାରାଣ୍ଡି ପ୍ରମୁଖଙ୍କ ସହିତ ଅନ୍ୟମାନେ ପ୍ରତିଯୋଗିତା ପରିଚାଳନା କରିଥିଲେ। ରେଫରି ଭାବେ ବଡ଼ବିଲର ମହମ୍ମଦ ହାଲିମ, ଭଦ୍ରକର ମାନସ ବିଶ୍ୱାଳ, ବାଲେଶ୍ବର ର ରାମଚନ୍ଦ୍ର ବେଶ୍ରା ଓ ଦାମାହୁଦାର ଶ୍ୟାମସୁନ୍ଦର ମାରାଣ୍ଡି ଦାୟିତ୍ୱ ନିର୍ବାହ କରିଥିବା ବେଳେ କ୍ଷୀରୋଦ ଗିରି ଓ ପରମେଶ୍ବର ବାସ୍କେ ଧାରାବିବରଣୀ ପ୍ରଦାନ କରିଥିଲେ।

Hot this week

ଛଅଟି ଦେଶରେ ନବକଳେବର ଚଳଚ୍ଚିତ୍ର ପ୍ରଦର୍ଶିତ, ଭାବବିହ୍ୱଳ ଦର୍ଶକ

ନବକଳେବର ୬ଟି ଦେଶ (ଯୁଏସଏ, କାନାଡା, ଦକ୍ଷିଣ ଆଫ୍ରିକା, ଇଣ୍ଡୋନେସିଆ, ଜର୍ମାନୀ...

ଶୀତରେ ଗୋଇଠି ଫାଟୁଛି କି? ୨୦ଟଙ୍କାର ଜିନିଷରେ ସମ୍ପୂର୍ଣ୍ଣ ଭଲ ହୋଇଯିବ

ସମାଜ ଡିଜିଟାଲ ଡେସ୍କ: ଆୟୁର୍ବେଦରେ ପ୍ରତ୍ୟେକ ସମସ୍ୟାର ସମାଧାନ ଅଛି, ଯେଉଁଥିରେ...

ମୋକିମଙ୍କ ଚିଠି : ଭକ୍ତଙ୍କ ଉତ୍ତର

ସମାଜ ଲାଇଭ ଡ଼େସ୍କ : ସୋନିଆ ଗାନ୍ଧୀଙ୍କୁ କଂଗ୍ରେସ ନେତା ମହମ୍ମଦ...

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

Related Articles

Popular Categories