www.samajalive.in
Sunday, December 14, 2025
19.1 C
Bhubaneswar

ଉମରକୋଟର ବିକାଶ ପାଇଁ ଜିଲାପାଳଙ୍କୁ ୫ ଦଫା ଦାବିପତ୍ର ପ୍ରଦାନ

ନବରଙ୍ଗପୁର : ନବରଙ୍ଗପୁର ଜିଲାର ଅନ୍ୟତମ ପ୍ରମୁଖ ଉମରକୋଟ ସହର ଓ ବ୍ଳକରେ ଲାଗି ରହିଥିବା ବିଭିନ୍ନ ସମସ୍ୟାର ସମାଧାନ ପାଇଁ ଦୀର୍ଘ ଦିନ ହେଲା ଦାବୀ ଉଠୁଥିଲେ ମଧ୍ୟ ଆଜି ଯାଏଁ ଏଥି ପାଇଁ ଏକାଠି ହୋଇ କେହି ଦାବୀ କରିନଥିଲେ । କିନ୍ତୁ  ବିଭିନ୍ନ ବୁଦ୍ଧିଜୀବୀ, ବରିଷ୍ଠ ନାଗରିକ, ଦଳମତ ନିର୍ବିଶେଷରେ ମୁଖ୍ୟ ପାଞ୍ଚଟି ସମସ୍ୟାକୁ ନେଇ ସରକାରୀ ସ୍ତରରେ ଉପସ୍ଥାପନା କରାଯାଇଛି। ଏଥିପାଇଁ ଗୁରୁବାର  ଉମରକୋଟ ବିକାଶ ପରିଷଦ ନାମରେ ଏକ  ସ।ମ।ଜିକ ସଂଗଠନ ପ୍ରତିଷ୍ଠା କରାଯାଇ ବିକାଶ କାର୍ଯ୍ୟ ପାଇଁ ଜିଲାପାଳ ଡ଼ଃ.କମଳ ଲୋଚନ ମିଶ୍ରଙ୍କୁ ଭେଟି ଦାବିପତ୍ର ପ୍ରଦାନ କରାଯାଇଛି। ଅଧିକାଂଶ ନାଯ୍ୟ ଦାଵୀ ଶେଷ ପର୍ଯ୍ୟାୟରେ ଅଛି। ନଭେମ୍ବର ମାସ ସୁଦ୍ଧା ପୂରଣ ହେବ ବୋଲି ଜିଲାପାଳ ଡ଼ଃ. ମିଶ୍ର ସୂଚନା ଦେଇଛନ୍ତି।  ମୁଖ୍ୟତଃ.ଏହି ଦାବି ମଧ୍ୟରେ ରହିଛି  ଦୀର୍ଘ ପଚାଶ ବର୍ଷ ହେଲା ଉମରକୋଟ ଅଞ୍ଚଳର ଭୁ-ବନ୍ଦୋବସ୍ତ ହୋଇନାହିଁ, ଯାହା ଫଳରେ ବିଭିନ୍ନ ସମସ୍ୟା ସୃଷ୍ଟି ହେଉଛି । ଉମରକୋଟକୁ ଉପଖଣ୍ଡର ମାନ୍ୟତା, ଉମରକୋଟ  ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ଉପ ଖଣ୍ଡସ୍ତରୀୟ ସ୍ବାସ୍ଥ୍ୟ କେନ୍ଦ୍ରର ମାନ୍ୟତା, ଉମରକୋଟ ଠାରେ ରକ୍ତ ଭଣ୍ଡାରର ପ୍ରତିଷ୍ଠା ଓ ବଢୁଥିବା ଟ୍ରାଫିକ ସମସ୍ୟାକୁ ଦୃଷ୍ଟିରେ ରଖି ବାଇପାସ ରାସ୍ତା ନିର୍ମାଣ। ଏଥି ପାଇଁ ପ୍ରଥମେ ଜିଲାପାଳଙ୍କର ନିକଟରେ ଦାବୀପତ୍ର ଦିଆ ଯାଇଛି। ଜିଲାପାଳ ଙ୍କୁ ଏହି ଦାବି ପତ୍ର ପ୍ରଦାନ ବେଳେ  ପରିଷଦର ସଭାପତି ଜୟଦେବ ପରିଡା, ରମେଶ ଚନ୍ଦ୍ର ସାହୁ, ଡ଼ଃ. ସୁରେନ୍ଦ୍ର ନାଥ ଦାଶ, ଝାଡେଶ୍ୱର ମହାନ୍ତି, ତପନ କୁମାର ପାଲଙ୍କ  ସମେତ ଅନ୍ୟାନ୍ୟ  କର୍ମକର୍ତ୍ତାମ।ନେ  ଉପସ୍ଥିତ ଥିଲେ।

Hot this week

ସିଡ୍‌ନୀ ଗୁଳିକାଣ୍ଡ: ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି

ସିଡନୀ: ସିଡନୀର ବଣ୍ଡି ବିଚ୍‌ ଗୁଳିକାଣ୍ଡରେ ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି...

ସାଂସଦ ଅପରାଜିତ ଷଡ଼ଙ୍ଗୀଙ୍କ ଝିଅ ବିବାହ ଭୋଜି ଅନୁଷ୍ଠିତ

ଭୁବନେଶ୍ୱର: ସାସଂଦ ଅପରାଜିତା ଷଡଙ୍ଗୀଙ୍କ ଝିଅଙ୍କ ବିବାହ ଭୋଜି ରବିବାର ଭୁବନେଶ୍ଵର...

ଟସ୍‌ ଜିତି ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଧର୍ମଶାଳାରେ ହେଉଥିବା ୩ୟ ଟି-୨୦ ମ୍ୟାଚରେ ଭାରତ ଟସ...

ଗୋପାଳପୁରରେ ୩ ଦିନିଆ ଦକ୍ଷିଣ ଏସୀୟ ମୈତ୍ରୀ ସମ୍ମିଳନୀ ଉଦଯାପିତ, ଯୋଗଦେଲେ ୧୮ଟି ରାଜ୍ୟର ପ୍ରତିନିଧି

ସମାଜ ନ୍ୟୁଜ ଡେସ୍କ- ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ଠାରେ ଥିବା...

କାର ଧକ୍କାରେ ବାଇକ୍ ଆରୋହୀ ମୃତ

ରେଙ୍ଗାଲିକ୍ୟାମ୍ପ: ଅତାବିରାସ୍ଥିତ ଏକ ପେଟ୍ରୋଲ ପମ୍ପ ସମ୍ମୁଖରେ ସଡ଼କ ଦୁର୍ଘଟଣାରେ ଜଣେ...

Related Articles

Popular Categories