www.samajalive.in
Monday, December 15, 2025
15.1 C
Bhubaneswar

ରେଳ ଷ୍ଟେସନ ପରିଦର୍ଶନ କଲେ ପୂର୍ବତଟ ରେଳବାଇ ମହାପ୍ରବନ୍ଧକ ମନୋଜ ଶର୍ମା 

ଗୁଣପୁର : ପୂର୍ବତଟ ରେଳ ବିଭାଗର ମହାପ୍ରବନ୍ଧକ ମନୋଜ ଶର୍ମା ରାୟଗଡା ଜିଲ୍ଲା ଗୁଣପୁର ରେଳ ଷ୍ଟେସନ ପରିଦର୍ଶନ କରିଛନ୍ତି। ସ୍ଵତନ୍ତ୍ର କୋଚରେ ଆସି ରେଳ ଷ୍ଟେସନର ଆନୁସାଙ୍ଗିକ ବ୍ୟବସ୍ଥା ସହ ଗୁଣପୁର ଷ୍ଟେସନରେ ଅମୃତ ଯୋଜନାରେ ଚାଲିଥିବା ବିଭିନ୍ନ କାର୍ଯ୍ୟର ଅଗ୍ରଗତି ନେଇ ତଦାରଖ କରିଥିଲେ। ଆନ୍ଧ୍ର ଓଡିଶା ରେଳ ବ୍ୟବାହାରିକ ସଂଘର କର୍ମକର୍ତ୍ତା ଓ ନବ ନିର୍ମାଣ ସମିତିର ଅଧ୍ୟକ୍ଷ ଅକ୍ଷୟ କୁମାର ଦାସ ତାଙ୍କୁ ସ୍ବାଗତ କରିବା ସହ ୭ ଦଫା ଦାବି ସମ୍ବଳିତ ଏକ ସ୍ମାରକ ପତ୍ର ପ୍ରଦାନ କରିଥିଲେ। ଗୁଣପୁର – ଥେରୁବାଲି ପ୍ରକଳ୍ପ, ସିକନ୍ଦ୍ରାବାଦ ବିଶାଖାପାଟଣା ଗରିବ ଏକ୍ସପ୍ରେସକୁ ଗୁଣପୁର ପର୍ଯ୍ୟନ୍ତ ସଂପ୍ରସାରଣ, ଗୁଣପୁର – ବିଶାଖାପାଟଣା ଏକ୍ସପ୍ରେସ ଟ୍ରେନକୁ ବିଜୟୱାଡା- ଗୁଣ୍ଟୁର ପର୍ଯ୍ୟନ୍ତ ସଂପ୍ରସାରଣ, କାଶୀନଗର ଥେମ୍ବୁରୁ ରେଳ ଷ୍ଟେସନରେ ଟ୍ରେନ କ୍ରୋସିଂ ସୁବିଧା କରିବା, ଗୁଣପୁର – ପୁରୀ ଟ୍ରେନକୁ ଗଜପତି ଏକ୍ସପ୍ରେସ ଓ ବିଶାଖାପାଟଣା – ଗୁଣପୁର ଟ୍ରେନକୁ ବଂଶଧାରା ଏକ୍ସପ୍ରେସ ନାମରେ ନାମିତ କରିବା ପାଇଁ ଦାବି କରିଛନ୍ତି।ଏହି ଅବସରରେ ବିଶାଖାପାଟଣାର ରେଳ ଡିଭାଜନର ଡିଆରଏମ ସୌରଭ ପ୍ରସାଦଙ୍କ ସହ ବରିଷ୍ଠ ଅଧିକାରୀ ମାନେ ଉପସ୍ଥିତ ଥିଲେ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories