www.samajalive.in
Monday, December 15, 2025
15.1 C
Bhubaneswar

ଶୋଭାଯାତ୍ରା ପାଇଁ ଉପ ଜିଲାପାଳଙ୍କ ଅନୁମତି ଲୋଡିଲା ସାର୍ବଜନୀନ ମହାନଗର ପୂଜା କମିଟି

ସମ୍ବଲପୁର : ଆଗାମୀ ଗଣେଶ ପୂଜା, ଦଶହରା ଉତ୍ସବ ଅବସରରେ ରାବଣ ପୋଡି, ବିସର୍ଜନ ଶୋଭାଯାତ୍ରା ଆଦି ଅନୁମତି ଲୋଡି ଉପ ଜିଲାପାଙ୍କ ନିକଟରେ ସାର୍ବଜନୀନ ମହାନଗର ପୂଜା କମିଟିର ସଦସ୍ୟ ମାନେ ସୋମବାର ପୂର୍ବାହ୍ନରେ ଦ୍ୱାରସ୍ଥ ହୋଇଥିଲେ। ଉପ ଜିଲାପାଳଙ୍କ କାର୍ଯ୍ୟାଳୟକୁ ୫୨ଟି ପୂଜା କମିଟିର କର୍ମକର୍ତ୍ତା ମାନେ ଯାଇ ଆବେଦନ କରିଛନ୍ତି । ବିଶ୍ୱଜିତ ଦେହୁରୀ, ଅଜୁ ସେନାପତି, ଅଭିଜିତ ମହାନ୍ତି, ମହେଶ ବହିଦାର, ସୁବ୍ରତ ପାଣିଗ୍ରାହୀ, ସୁରଜ ତାଣ୍ଡି, ଅଲେଖ ପଟ୍ଟନାୟକ, ଇନ୍ଦ୍ରଜିତ ଡନସନା, ଅନୀଲ ଜେନା, ସୁଶାନ୍ତ ଦଣ୍ଡସନାଙ୍କ ସମେତ କମିଟି ଗୁଡିକର ଅନେକ କର୍ମକର୍ତ୍ତା ଏହି ଅବସରରେ ଉପସ୍ଥିତ ରହିଥିଲେ। ସୂଚନାଯୋଗ୍ୟ ଯେ, ବିଗତ ଏପ୍ରିଲ ମାସରେ ହନୁମାନ ଜୟନ୍ତୀ ଅବସରରେ ହୋଇଥିବା ସାମ୍ପ୍ରଦାୟିକ ହିଂସାକାଣ୍ଡକୁ ଧ୍ୟାନରେ ରଖି ପ୍ରଶାସନ ପକ୍ଷରୁ ଧାର୍ମିକ ଶୋଭାଯାତ୍ରା ଉପରେ କଟକଣା ଲଗାଯାଇଛି। ସମ୍ବଲପୁର ସହରରେ ଶହ ଶହ ବର୍ଷ ଧରି ଧାର୍ମିକ ଓ ସାଂସ୍କୃତିକ ଉତ୍ସବ ଶାନ୍ତିଶୃଙ୍ଖଳାର ସହିତ ପାଳିତ ହୋଇ ଆସୁଥିବା ବେଳେ ପ୍ରଶାସନ ଓ ଜନତାଙ୍କ ମଧ୍ୟରେ ଉତ୍ତମ ତାଳମେଳ ଯୋଗୁଁ ଏପ୍ରିଲ ମାସର ଘଟଣା ପରେ ମଧ୍ୟ ଶୀତଳଷଷ୍ଠୀ, ଇଦୁଲଫିତର, ମହରମ ଭଳି ପର୍ବ ସୁରୁଖୁରୁରେ ସମ୍ପନ୍ନ ହୋଇଛି । ଏଣୁ ପାର୍ବଣ ସମୟରେ ପୂଜା କମିଟି ଗୁଡିକ ଶୋଭାଯାତ୍ରା ପାଇଁ ଅନୁମତି ପ୍ରଦାନ ପାଇଁ ଦାବି କରି ଆସୁଛନ୍ତି । ଏହି ମର୍ମରେ ଗତ ୧୩ ତାରିଖରେ ଜିଲା ପ୍ରଶାସନକୁ ମଧ୍ୟ ସାର୍ବଜନୀନ ପୂଜା କମିଟି ସମ୍ବଲପୁର ମହାନଗର ନିଗମ ପକ୍ଷରୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories