www.samajalive.in
Saturday, December 13, 2025
21.1 C
Bhubaneswar

ସେବା ସମର୍ପଣ ଅଭିଯାନ କ୍ରମରେ ରକ୍ତଦାନ ଶିବିର

ସମ୍ବଲପୁର : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ୭୩ତମ ଜନ୍ମ ଜୟନ୍ତୀ ଉପଲକ୍ଷେ ଭାରତୀୟ ଜନତା ପାର୍ଟି ପକ୍ଷରୁ ସେବା ସମର୍ପଣ ଅଭିଯାନ (ପକ୍ଷ) ପାଳନ କରାଯାଉଛି । ଏହି କ୍ରମରେ ବିଜେପି ଯୁବ ମୋର୍ଚ୍ଚା ସମ୍ବଲପୁର ପକ୍ଷରୁ ଏକ ରକ୍ତଦାନ ଶିବିର ସୋମବାର ଆୟୋଜିତ ହୋଇଯାଇଛି । ରେଙ୍ଗାଲି ବିଧାୟକ ତଥା ବିଜେପିର ରାଜ୍ୟ ଉପ ସଭାପତି ନାଉରୀ ନାୟକ ମୁଖ୍ୟ ଅତିଥି, ଜିଲା ବିଜେପି ସଭାପତି ଗିରିଶ ପଟେଲ, ଫଣୀ ଭୂଷଣ ମିଶ୍ର ଓ ଅନ୍ନପୁର୍ଣ୍ଣା ବାରିକ ସମ୍ମାନୀତ ଅତିଥି ରୂପେ ଯୋଗ ଦେଇ ଏହି ରକ୍ତଦାନ ଶିବିରକୁ ଉଦଘାଟନ କରିଥିଲେ। ରକ୍ତଦାନ ଶିବିରକୁ ଜିଲା ମୁଖ୍ୟ ଚିକିତ୍ସାଳୟର ଡା. କଳ୍ପେଶ କକ୍କଡ ଓ କର୍ମଚାରୀ ମାନେ ପରିଚାଳନା କରି ରକ୍ତ ସଂଗ୍ରହ କରିଥିଲେ। ଶିବିରରେ ୬୪ ୟୁନିଟ ରକ୍ତ ସଂଗ୍ରହ କରାଯାଇଥିଲା। ଜିଲା ଯୁବ ମୋର୍ଚ୍ଚା ସଭାପତି ଅଶ୍ୱିନୀ ମାଝୀଙ୍କ ସଂଯୋଜନାରେ ଆୟୋଜିତ ଏହି ଶିବିରରେ ଅନୀଲ ସାହା, ଶନି ସିଂ, ତପନ ମାଝୀ, ଦିନେଶ କୁମାର ସାହୁ, ଶିବୁନ, ନିଖି ମୁଣ୍ଡା, ସଞ୍ଜୟ ଖଡିଆ, ମନ୍ଦୀପ ଖଡିଆ, ଅରୁଣ ଭୋଇ, ପ୍ରହଲ୍ଲାଦ ରେଡ୍ଡି, ଶ୍ରୀନିବାସ ଶ୍ରୀବାସ, ରାଜ ବେହେରା, କୁମୋଦ ପ୍ରସାଦ ପ୍ରଧାନ, ଦିନେଶ ସାହୁ, ସନ୍ତୋଷ ସାମଲ, ରାଜା ବରାଡଙ୍କ ସମେତ ଯୁବ ମୋର୍ଚ୍ଚାର ସଦସ୍ୟ ମାନେ ସକ୍ରିୟ ସହଯୋଗ କରିଥିଲେ।

Hot this week

ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଯବାନଙ୍କ ଶେଷକୃତ ସମ୍ପନ୍ନ

ଗୋପାଳପୁର -   ଗୋପାଳପୁର ଥାନା ଅନ୍ତର୍ଗତ ପୁରୁଣା ବକ୍ସିପଲ୍ଲୀ ଗ୍ରାମରେ  ସେନାର...

ପରିଶ୍ରା କରିଦେବାରୁ ପ୍ରଥମ ଶ୍ରେଣୀ ଛାତ୍ରକୁ ବାଡିରେ ମାଡ ମାରି ଆହତ କଲେ ଚତୁର୍ଥ ଶ୍ରେଣୀ ଛାତ୍ର

ଫୁଲବାଣୀ : କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ସଲାଗୁଡା ପଞ୍ଚାୟତ ସଲାଗୁଡା...

ଭାରସ୍ୟାମ ହରାଇ ବାଇକ ଦୁର୍ଘଟଣା ଜଣେ ମୃତ

ପାଟଣା - ଘଟଗାଁ ଥାନା ଅଞ୍ଚଳ ୨୦ ନଂ ଜାତୀୟ ରାଜପଥର...

ସ୍ତ୍ରୀର ପରକୀୟା ପ୍ରୀତି ଧରାପଡିବାରୁ ସ୍ୱାମୀକୁ ହତ୍ୟା କଲା

ନୟାଗଡ଼ - ନୟାଗଡ ଖଣ୍ତପଡା ପୁଆଣିଆ ଗାଁରେ ସ୍ଵାମୀକୁ ସ୍ତ୍ରୀ ହତ୍ୟା...

ଭୁବନେଶ୍ବରରେ ପହଞ୍ଚିଲେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ ସୂର୍ଯ୍ୟକାନ୍ତ

ସମାଜ ନ୍ୟୁଜ ଡେସ୍କ- ଭୁବନେଶ୍ବରରେ ପହଞ୍ଚିଲେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ...

Related Articles

Popular Categories