www.samajalive.in
Friday, December 12, 2025
14.1 C
Bhubaneswar

ଅବକାରୀ ବିଭାଗ ପକ୍ଷରୁ ଟ୍ରକ ସହ ୨ କୁଇଣ୍ଟାଲ ଗଞ୍ଜେଇ ଜବତ, ଆସାମୀ ଫେରାର

ଫୁଲବାଣୀ :  କିଛି ଦିନର ବ୍ୟବଧାନ ପରେ ପୁଣି ଜବତ ହୋଇଛି ଗଞ୍ଜେଇ । ଫୁଲବାଣୀ ସଦର ଅବକାରୀ ବିଭାଗ  ସୋମବାର ସକାଳେ ପାଟ୍ରୋଲିଂ କରୁଥିବା ବେଳେ ଫିରିଙ୍ଗିଆ  ଥାନା ଅନ୍ତର୍ଗତ ମାଝିପଡା ମୁଖ୍ୟ ରାସ୍ତାରେ  ଗୋଟିଏ ଟ୍ରକକୁ  ଅଟକାଇ ଯାଞ୍ଚ କରିଥିଲେ । ସେହି ସମୟରେ ଟ୍ରକ ଡ୍ରାଇଭର ଫେରାର ହୋଇ ଯାଇଥିବା ବେଳେ ସେହି ଟ୍ରକରୁ ୨ କୁଇଣ୍ଟାଲ ୨୦ କିଲୋଗ୍ରାମ ଗଞ୍ଜେଇ ବାହାରି ଥିଲା। ଟ୍ରକ ସହ ଗଞ୍ଜେଇ ଜବତ କରିଛି ଅବକାରୀ ବିଭାଗ । ଏ ନେଇ ଫୁଲବାଣୀ ସଦର ଅବକାରୀ ଥାନାରେ  ଏକ ମାମଲା ରୁଜ୍ଜୁ କରାଯାଇଥିବା ସଦର ଅବକାରୀ ଇନ୍ସପେକ୍ଟର ଶ୍ରୀଧର ହେମ୍ବ୍ରମ ସୂଚନା ଦେଇଛନ୍ତି । ଏହି ଚଢଉରେ ଏଏସଆଇ  ଭୃଗୁପତି ଦିଗାଲ, ସୁଜିତ କୁମାର ମୁଦୁଲି, ପ୍ରଦୀପ କୁମାର ମଲ୍ଲିକ, କନେଷ୍ଟବଳ ସଦାଶିବ ରଣା,ସଚିନ ଗୁରୁ ,ଏମ ସଞ୍ଜୀବ କୁମାର ଏବଂ ଜଗନ୍ନାଥ ସାମିଲ ଥିଲେ।

Hot this week

ଆଜିର : ରାଶିଫଳ,ଆପଣଙ୍କ ଅଶାନ୍ତିର ଅବସାନ ଘଟିବ

ମେଷ : ଅଶ୍ବିନୀ ଓ ଦ୍ବିଜା ନକ୍ଷତ୍ରଜାତ ବ୍ୟକ୍ତି ବିପଦମୁକ୍ତ ହୋଇପାରନ୍ତି।...

ସାମାନ୍ୟ କମିଲା ସୁନାଦର

ନୂଆଦିଲ୍ଲୀ-ଭାରତରେ ସୁନା ମୂଲ୍ୟ ହ୍ରାସ ପାଇଛି। ନୂଆଦିଲ୍ଲୀରେ ୨୪ କ୍ୟାରେଟ୍ ସୁନାର...

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

Related Articles

Popular Categories