www.samajalive.in
Monday, December 15, 2025
26.1 C
Bhubaneswar

ଅବକାରୀ ବିଭାଗ ପକ୍ଷରୁ ଟ୍ରକ ସହ ୨ କୁଇଣ୍ଟାଲ ଗଞ୍ଜେଇ ଜବତ, ଆସାମୀ ଫେରାର

ଫୁଲବାଣୀ :  କିଛି ଦିନର ବ୍ୟବଧାନ ପରେ ପୁଣି ଜବତ ହୋଇଛି ଗଞ୍ଜେଇ । ଫୁଲବାଣୀ ସଦର ଅବକାରୀ ବିଭାଗ  ସୋମବାର ସକାଳେ ପାଟ୍ରୋଲିଂ କରୁଥିବା ବେଳେ ଫିରିଙ୍ଗିଆ  ଥାନା ଅନ୍ତର୍ଗତ ମାଝିପଡା ମୁଖ୍ୟ ରାସ୍ତାରେ  ଗୋଟିଏ ଟ୍ରକକୁ  ଅଟକାଇ ଯାଞ୍ଚ କରିଥିଲେ । ସେହି ସମୟରେ ଟ୍ରକ ଡ୍ରାଇଭର ଫେରାର ହୋଇ ଯାଇଥିବା ବେଳେ ସେହି ଟ୍ରକରୁ ୨ କୁଇଣ୍ଟାଲ ୨୦ କିଲୋଗ୍ରାମ ଗଞ୍ଜେଇ ବାହାରି ଥିଲା। ଟ୍ରକ ସହ ଗଞ୍ଜେଇ ଜବତ କରିଛି ଅବକାରୀ ବିଭାଗ । ଏ ନେଇ ଫୁଲବାଣୀ ସଦର ଅବକାରୀ ଥାନାରେ  ଏକ ମାମଲା ରୁଜ୍ଜୁ କରାଯାଇଥିବା ସଦର ଅବକାରୀ ଇନ୍ସପେକ୍ଟର ଶ୍ରୀଧର ହେମ୍ବ୍ରମ ସୂଚନା ଦେଇଛନ୍ତି । ଏହି ଚଢଉରେ ଏଏସଆଇ  ଭୃଗୁପତି ଦିଗାଲ, ସୁଜିତ କୁମାର ମୁଦୁଲି, ପ୍ରଦୀପ କୁମାର ମଲ୍ଲିକ, କନେଷ୍ଟବଳ ସଦାଶିବ ରଣା,ସଚିନ ଗୁରୁ ,ଏମ ସଞ୍ଜୀବ କୁମାର ଏବଂ ଜଗନ୍ନାଥ ସାମିଲ ଥିଲେ।

Hot this week

ନିଆଁରେ ପୋଡି ହୋଇ ବୃଦ୍ଧା ଗୁରୁତର

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଧାମୁଣିପଙ୍ଗା ପଞ୍ଚାୟତର କତାଗୁଡା ଗ୍ରାମରେ...

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

ଦନ୍ତା ହାତୀର ମୃତ୍ୟୁ

ଅନୁଗୋଳ: ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ପୋକୁଣ୍ଡା ସେକ୍ସନ୍ ମାଣିକଯୋଡ଼ି ପଞ୍ଚାୟତ ବାଲିଆପଶିଠାରେ...

ରାଜ୍ୟପାଳଙ୍କ ଏଡିସି ଭାବେ ନିଯୁକ୍ତ ହେଲେ ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ

ଭୁବନେଶ୍ୱର: ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ ସୋମବାର ଦିନ ଓଡ଼ିଶା...

କୁହୁଡ଼ି ପାଇଁ ମୋଦୀଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଘନ କୁହୁଡ଼ି ଜାତୀୟ ଦିଲ୍ଲୀକୁ ଘେରି...

Related Articles

Popular Categories