ଦୁର୍ଘଟଣାରେ ମୃତକଙ୍କ ପରିବାରକୁ କୃଷି ମନ୍ତ୍ରୀଙ୍କ ସମବେଦନା
ତିଗିରିଆ : ତିଗିରିଆ ବ୍ଳକ ନୂଆ ସଡ଼କ ଠାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ସମ୍ପର୍କରେ ଖବର ପାଇ ସ୍ଥାନୀୟ ବିଧାୟକ ତଥା କୃଷି ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ ଗଭୀର ଦୁଃଖ ପ୍ରକାଶ କରିଛନ୍ତି। ମୃତକଙ୍କ ପରିବାରକୁ ସମବେଦନା ଜଣାଇବା ସହ ଏହି ଦୁଃପରିସ୍ଥିତିରେ ସେମାନଙ୍କ ପରିବାରକୁ ଭଗବାନ ଧର୍ଯ୍ୟ ଦିଅନ୍ତୁ ବୋଲି କହିଛନ୍ତି। ଗୁରୁତର ଆହତ ହୋଇ କଟକ ବଡ଼ ଡ଼ାକ୍ତରଖାନାରେ ଚିକିତ୍ସାଧୀନ ରହିଥିବା ବ୍ୟକ୍ତିଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି। ଦୁର୍ଘଟଣାରେ ମୃତକମାନେ ତିଗିରିଆ ଅଞ୍ଚଳର ହୋଇଥିବା ବେଳେ ମନ୍ତ୍ରୀ ଶ୍ରୀ ସ୍ବାଇଁଙ୍କ ଅନୁରୋଧ କ୍ରମେ ରେଡକ୍ରସ ପାଣ୍ଠିରୁ ପ୍ରଶାସନ ପକ୍ଷରୁ ମୃତକଙ୍କ ପରିବାରକୁ ୩୦ ହଜାର ଟଙ୍କା ଲେଖାଏଁ ଆର୍ଥିକ ସହାୟତା ପ୍ରଦାନ ପାଇଁ ନିଷ୍ପତି ନିଆଯାଇଥିବା ସୂଚନା ମିଳିଛି।
Comments are closed.