www.samajalive.in
Saturday, December 6, 2025
26.1 C
Bhubaneswar

ରୋଗୀ ସୁରକ୍ଷା ସପ୍ତାହ ଉଦଯାପିତ

ତିଗିରିଆ : ତିଗିରିଆ ବ୍ଲକ ଅନ୍ତର୍ଗତ ବିନ୍ଧାଣିମା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ରୋଗୀ ସୁରକ୍ଷା ସପ୍ତାହ ଉଦଯାପିତ ହୋଇଯାଇଛି। ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଭାରପ୍ରାପ୍ତ ଅଧିକାରୀ ଡାକ୍ତର ମନୋରଞ୍ଜନ ପଣ୍ଡାଙ୍କ ତତ୍ତ୍ଵାବଧାନରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଏହି କେନ୍ଦ୍ର ଅଧୀନସ୍ଥ ୪ ଗୋଟି ପିଏଚସି, ୨ ଗୋଟି ସିଏଚସି, ୭ ଗୋଟି ଏଚ୍ ଡବ୍ଲ୍ୟୁ ସି ଓ ୧୩ ଗୋଟି ଉପକେନ୍ଦ୍ର ଠାରେ ଏହି କାର୍ଯ୍ୟକ୍ରମ ପର୍ଯ୍ୟାୟ କ୍ରମେ ଅନୁଷ୍ଠିତ ହୋଇଥିଲା। ଏଥିରେ ବ୍ଲକର ସମସ୍ତ ଗ୍ରାମ ଗୁଡିକର ରୋଗୀମାନେ କିପରି ସୁରକ୍ଷିତ ଭାବରେ ଚିହ୍ନଟ ହୋଇ ବ୍ଲକର ସମସ୍ତ ସ୍ୱାସ୍ଥ୍ୟ ଅନୁଷ୍ଠାନମାନଙ୍କରେ କିଭଳି ସରକାରଙ୍କ ନିଃଶୁଳ୍କ ସେବା ପାଇପାରିବେ ସେ ସମ୍ପର୍କରେ ଆଲୋଚନା କରାଯାଇଥିଲା ଓ ଆୟୁଷ୍ମାନ ଭବ ଯୋଜନାର ସଫଳ ରୂପାୟନ ପାଇଁ କାର୍ଯ୍ୟକ୍ରମ ଅଣସଂକ୍ରାମକ ରୋଗ, ଯକ୍ଷ୍ମା, କୁଷ୍ଠ, ମା ଓ ଶିଶୁର ସୁରକ୍ଷା ଓ ଅଙ୍ଗଦାନ କରିବା ପରି କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ଜନସ୍ବାସ୍ଥ୍ୟ ଅଧିକାରୀ ବିଦ୍ୟୁତ୍‌ପ୍ରଭା ନନ୍ଦ, ସ୍ୱାସ୍ଥ୍ୟ ପରିଦର୍ଶକ ତ୍ରିଲୋଚନ ବାରିକ, ଶ୍ରୀକାନ୍ତ ମହାପାତ୍ର, ଗୋଷ୍ଠୀ କାର୍ଯ୍ୟକ୍ରମ ପରିଚାଳକ ରଶ୍ମିରଞ୍ଜନ ଜେନା, ପରିସଂଖ୍ୟାନ ସହାୟକ ମନମୋହନ ଦାଶ, ସଞ୍ଜୁବାଳା ସାହୁ, ଅଶାନ୍ତି ଦେବୀ, ଡମ୍ବରୁଧର ବେହେରା ପ୍ରମୁଖଙ୍କ ସହିତ କାର୍ଯ୍ୟରତ ସମସ୍ତ ପୁରୁଷ ଓ ମହିଳା ସ୍ବାସ୍ଥ୍ୟକର୍ମୀ ଏବଂ ଅନ୍ୟାନ୍ୟ କର୍ମଚାରୀ ଉପସ୍ଥିତ ଥିଲେ।

Hot this week

ନିୟମିତ କରନ୍ତୁ ଏହି ଯୋଗାସନ, ଦୂର ହେବ ମଧୁମେହ…

ନୂଆଦିଲ୍ଲୀ: ସୁସ୍ଥ ଏବଂ ନିରୋଗ ରହିବାକୁ ଲୋକେ ବିଭିନ୍ନ ଉପାୟ ଅବଲମ୍ବନ...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ଦାୟୀବ୍ୟକ୍ତି କ୍ଷତି ଭରିବାକୁ ମନ୍ତ୍ରୀଙ୍କ ନିଷ୍ପତ୍ତି

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳାବସ୍ଥା ଘଟଣାରେ ବଡ...

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

Related Articles

Popular Categories