www.samajalive.in
Saturday, December 13, 2025
26.1 C
Bhubaneswar

ତୃଟିପୂର୍ଣ୍ଣ ହୋଲଡିଂ ଟ୍ୟାକ୍ସ ମୂଲ୍ୟାୟନର ଶୁଣାଣି ବନ୍ଦ ପାଇଁ ଦାବୀ

ଫୁଲବାଣୀ : ଫୁଲବାଣୀ ପୌର ପରିଷଦର ହୋଲଡିଂ ଟ୍ୟାକ୍ସ ସଂଗ୍ରହ ପୂର୍ବରୁ  ତୃଟିପୂର୍ଣ୍ଣ ମୂଲ୍ୟାୟନକୁ ସଂଶୋଧନ କରିବାକୁ ଜିଲା ମିଳିତ ନାଗରିକ କମିଟି ପକ୍ଷରୁ ଦାବୀ କରାଯାଇଛି । ଫୁଲବାଣୀ ପୌର ପରିଷଦ ପକ୍ଷରୁ  ହୋଲଡିଂ ଟ୍ୟାକ୍ସ ବଢାଇବାକୁ  ନଗର ଉନ୍ନୟନ ବିଭାଗ ପକ୍ଷରୁ ୨୦-୦୩-୨୦୧୮ରେ ଫୁଲବାଣୀ ପୌର ପରିଷଦକୁ ଚିଠ କରାଯାଇଥିଲା । କିନ୍ତୁ ଜନସାଧାରଣଙ୍କ ମତାମତ ଲୋଡା ନଯାଇ  ମୂଲ୍ୟାୟନ ଟିମ ମନ ଇଛାରେ ପୂର୍ବରୁ ଦେଉଥିବା ଟିକସର ୨୦- ୩୦ ଗୁଣରୁ ଅଧିକ ଟିକସ ବୃଦ୍ଧି ପାଇଁ  ମୂଲ୍ୟାୟନ କରି ଟିକସ ଆଦାୟ ସୁପାରିଶ କରିଥିଲେ। ଯାହା ଜନସାଧାରଣଙ୍କୁ ଆଶ୍ଚର୍ଯ୍ୟ କରିଥିଲା । ବିଭିନ୍ନ ସାହିର ଜନସାଧାରଣଙ୍କୁ ମିଳିଥିବା ଚିଠି ଏବଂ ବିଭିନ୍ନ ୱାଡରେ ଟଙ୍ଗା ଯାଇଥିବା ନୋଟିସ ଅନୁଯାୟୀ  ବହୁତ ପ୍ରିୟା ପ୍ରୀତି ତୋଷଣ ଓ ପାତର ଅନ୍ତର କରାଯାଇଥିବା ଜଣା ପଡିଥିଲା । ତେଣୁ ବେଆଇନ ହୋଲଡିଂ ଟିକସ ଆଦାୟ ଓ ଅଭିଯୋଗର ଜନ ଶୁଣାଣି ବନ୍ଦ କରିବାକୁ ଜିଲାପାଳଙ୍କୁ ଦାବି କରାଯାଇଥିଲା । ବେଆଇନ ମୂଲ୍ୟାୟନ ସମ୍ପର୍କରେ ମୁଖ୍ୟମନ୍ତ୍ରୀ, ନଗର ଉନ୍ନୟନ ବିଭାଗ, ମୂଖ୍ୟ ଶାସନ ସଚିବଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲା । ତତ୍କାଳୀନ ମୂଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଏହା ବେଆଇନ ଓ  ଅଗଣତାନ୍ତ୍ରିକ ବୋଲି  ଜିଲ୍ଲାପାଳଙ୍କୁ ପରାମର୍ଶ ଦେଇଥିଲେ । ଜନ ଆନ୍ଦୋଳନ ଫଳରେ ଜନଶୁଣାଣୀ ଓ ଟିକସ ଆଦାୟ ସ୍ଥଗିତ ହୋଇଥିଲେ ମଧ୍ୟ ଏହାର ସ୍ଥାୟୀ ସମାଧାନ  ପାଇଁ ଇତି ମଧ୍ୟରେ  ନଗର ଉନ୍ନୟନ ବିଭାଗ କିମ୍ବା ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ନିଆଗଲା ନାହିଁ । କିନ୍ତୁ ପୂନର୍ବାର ବେଆଇନ ମୂଲ୍ୟାୟନ ଉପରେ ଜନ ଶୁଣାଣି ପାଇଁ ନଗର ଉନ୍ନୟନ ବିଭାଗ ପକ୍ଷରୁ ବର୍ତ୍ତମାନ ନୋଟିସ ଜାରୀ କରାଯାଇଥିବାରୁ ମିଳିତ ନାଗରିକ କମିଟି ପକ୍ଷରୁ  ସଭାପତି ଡ. ଅରୂପ କୁମାର ଜେନା, ଆବାହକ  ଅଶୋକ ପରିଡା, ନବୀନ କିଶୋର ପଣ୍ଡା, କମଳାକାନ୍ତ ପାଣ୍ଡେ, ବଂଶୀଧର ପଣ୍ଡା, ପ୍ରଶନ୍ନ ପଣ୍ଡା, ବିଜୟ ମହାନ୍ତି, ପ୍ରଣବ ମଣ୍ଡଳ, ବିକାଶ ମହାନ୍ତି, ପ୍ରଭାକର ପାଳ ପ୍ରମୁଖ ପୌର ପରିଷଦ ନିର୍ବାହୀ ଅଧିକାରୀ  ଅଜିତ କୁମାର ପଟନାୟକଙ୍କ ସହ ଏହାର ସ୍ଥାୟୀ ସମାଧାନ ପାଇଁ ଆଲୋଚନା କରିବା ସହ କନ୍ଧମାଳ ଜିଲାପାଳ ଓ ନଗର ଉନ୍ନୟନ ବିଭାଗର ଦୃଷ୍ଟି ଆକର୍ଷଣ କରିଛନ୍ତି ।
 ଆସନ୍ତା ଶୁଣାଣି ପୂର୍ବରୁ ସଠିକ ମୁଲ୍ୟାୟନ ପାଇଁ  ଏକ ସମନ୍ୱୟ ବୈଠକ ଆୟୋଜନ କରି ମାନଦଣ୍ଡ ସ୍ଥିର କଲେ  ପୌର ପରିଷଦ ଓ  ଜନ ସାଧାରଣ ଉପକୃତ ହୋଇପାରିବେ ।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories