www.samajalive.in
Sunday, December 14, 2025
17.1 C
Bhubaneswar

ପ୍ରଥମ ୨ଟି ମ୍ୟାଚ୍‌ରୁ ରୋହିତ, କୋହଲିଙ୍କୁ ବିଶ୍ରାମ ; ରାହୁଲ ଅଧିନାୟକ

ନୂଆଦିଲ୍ଲୀ : ଅଷ୍ଟ୍ରେଲିଆ ବିପକ୍ଷ ଦିନିକିଆ ଶୃଙ୍ଖଳା ପାଇଁ ସୋମବାର ଘରୋଇ ଭାରତୀୟ ଦଳର ଘୋଷଣା  କରାଯାଇଛି। ଅକ୍ଟୋବର ୫ରୁ ଭାରତରେ ଦିନିକିଆ ବିଶ୍ବକପ୍‌ ଆୟୋଜନ ହେଉଥିବା ବେଳେ ଏହି ଶୃଙ୍ଖଳାକୁ ବେଶ୍‌ ଗୁରୁତ୍ବ ଦିଆଯାଉଛି। ଏହାସତ୍ତ୍ବେ ଭାରତୀୟ ବରିଷ୍ଠ ମନୋନୟନକାରୀ ପ୍ରଥମ ୨ଟି ମ୍ୟାଚ୍‌ ପାଇଁ ଦଳର ଦୁଇ ଅଭିଜ୍ଞ ବ୍ୟାଟ୍‌ସମ୍ୟାନ୍ ରୋହିତ ଶର୍ମା ଓ ବିରାଟ କୋହଲିଙ୍କ ସହ ଅଲ୍‌ରାଉଣ୍ଡର ହାର୍ଦିକ ପାଣ୍ଡ୍ୟାଙ୍କୁ ବିଶ୍ରାମ ଦେଇଛନ୍ତି । ଅନ୍ୟପକ୍ଷରେ ବିଶ୍ବକପ୍‌କୁ ଦୃଷ୍ଟିରେ ରଖି ଅଷ୍ଟ୍ରେଲିଆ ପୂର୍ଣ୍ଣ ଶକ୍ତି ସହ ଭାରତ ଗସ୍ତରେ ଆସୁଛି । ରୋହିତ, କୋହଲି ଓ ହାର୍ଦିକଙ୍କୁ ବିଶ୍ରାମ ଦେବା ଯୋଗୁଁ ପ୍ରଥମ ୨ଟି ମ୍ୟାଚ୍‌ରେ କେ.ଏଲ୍‌. ରାହୁଲ ଭାରତୀୟ ଦଳର ନେତୃତ୍ବ ନେବେ। ଅବଶ୍ୟ ୩ୟ ଦିନିକିଆରେ ଏହି ୩ ଖେଳାଳି ଭାରତୀୟ ଦଳକୁ ଫେରିବେ।
ପ୍ରଥମ ୨ଟି ଦିନିକିଆ ମ୍ୟାଚ୍‌ରୁ ବାମହାତି ଚାଇନାମ୍ୟାନ୍ ସ୍ପିନର କୁଲଦୀପ ଯାଦବଙ୍କୁ ମଧ୍ୟ ବିଶ୍ରାମ ଦିଆଯାଇଛି । କୁଲଦୀପ ୩ୟ ଦିନିକିଆରେ ଦଳକୁ ଫେରିବେ। ସବୁଠାରୁ ବଡ଼ କଥା ହେଉଛି ଦେଢ଼ବର୍ଷରୁ ଅଧିକ ସମୟ ପରେ ରବିଚନ୍ଦ୍ରନ ଅଶ୍ବିନ ଭାରତୀୟ ଦିନିକିଆ ଦଳକୁ ଫେରିଛନ୍ତି । ୨୦୨୨ ଜାନୁଆରୀ ୨୧ରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଅଶ୍ବିନ ତାଙ୍କର ଶେଷ ଦିନିକିଆ ମ୍ୟାଚ୍‌ ଖେଳିଥିଲେ। ଅକ୍ଷର ପଟେଲ ଆହତ ଥିବାରୁ ପ୍ରଥମ ୨ଟି ଦିନିକିଆ ମ୍ୟାଚ୍‌ରୁ ବାଦ୍‌ ପଡ଼ିଛନ୍ତି। ତାଙ୍କ ସ୍ଥାନରେ ଅଶ୍ବିନଙ୍କୁ ଭାରତୀୟ ଦିନିକିଆ ଦଳରେ ସାମିଲ କରାଯାଇଛି। ପ୍ରଥମ ୨ଟି ଦିନିକିଆରେ ରାହୁଲ ଅଧିନାୟକ ଥିବା ବେଳେ ରବୀନ୍ଦ୍ର ଜାଡ଼େଜା ଉପଅଧିନାୟକ ରହିଛନ୍ତି। ପ୍ରଥମ ୨ଟି ଦିନିକିଆରେ ରୋହିତ ଓ କୋହଲିଙ୍କ ସ୍ଥାନରେ ଋତୁରାଜ ଗାଏକ୍‌ୱାଡ୍‌ ଓ ତିଳକ ବର୍ମାଙ୍କୁ ସ୍ଥାନ ମିଳିଛି। ଏସୀୟ କ୍ରୀଡ଼ା ପାଇଁ ଭାରତୀୟ ଦଳର ଅଧିନାୟକ ନିଯୁକ୍ତ ହୋଇଥିବା ଋତୁରାଜ ଗାଏକ୍‌ୱାଡ୍‌ ଇନିଂସ ଓପନ୍ କରିପାରନ୍ତି। ପ୍ରଥମ ୨ଟି ଦିନିକିଆ ପାଇଁ ଦଳରେ ପେସ୍ ବୋଲର ପ୍ରସିଦ୍ଧ କ୍ରିଷ୍ଣା ଥିବା ବେଳେ ଶେଷ ଦିିନିକଆରୁ ତାଙ୍କୁ ବାଦ୍ ଦିଆଯାଇଛି। ୩ୟ ଦିନିକିଆରେ ଅକ୍ଷର ପଟେଲଙ୍କୁ ସାମିଲ କରା ଯାଇଥିଲେ ହେଁ ସର୍ତ୍ତ ରଖାଯାଇଛି ଯେ ସମ୍ପୂର୍ଣ୍ଣ ଫିଟ୍‌ ଥିଲେ ସେ ମ୍ୟାଚ୍‌ ଖେଳିବେ; ଅନ୍ୟଥା ନୁହେଁ। ମୋଟଉପରେ କହିବାକୁ ଗଲେ, ବିଶ୍ବକପ୍‌ ପାଇଁ ଘୋଷିତ ୧୫ ଜଣିଆ ଭାରତୀୟ ଦଳକୁ ୨ୟ ଦିନିକିଆରେ ରଖା ଯାଇଥିବା ବେଳେ ସେମାନଙ୍କ ସହ ୱାଶିଂଟନ ସୁନ୍ଦର ଓ ରବିଚନ୍ଦ୍ରନ ଅଶ୍ବିନଙ୍କୁ ସାମିଲ କରାଯାଇଛି। ଅଷ୍ଟ୍ରେଲିଆ ବିପକ୍ଷରେ ଘରୋଇ ଭାରତ ଚଳିତମାସ ୨୨ରେ ମୋହାଲିରେ ପ୍ରଥମ, ୨୪ରେ ଇନ୍ଦୋରରେ ୨ୟ ଏବଂ ୨୭ରେ ରାଜକୋଟରେ ୩ୟ ଦିନିକିଆ ମ୍ୟାଚ୍‌ ଖେଳାଯିବ।
ପ୍ରଥମ ୨ଟି ଦିନିକିଆ ପାଇଁ ଦଳ : କେ.ଏଲ୍‌. ରାହୁଲ (ଅଧିନାୟକ/ୱିକେଟ ରକ୍ଷକ), ରବୀନ୍ଦ୍ର ଜାଡ଼େଜା (ଉପଅଧିନାୟକ), ଶୁବ୍‌ମାନ ଗିଲ୍‌, ଋତୁରାଜ ଗାଏକ୍‌ୱାଡ୍‌, ଶ୍ରେୟାସ ଆୟର, ଈଶାନ୍ କିଷନ୍ (ୱିକେଟ ରକ୍ଷକ), ସୂର୍ଯ୍ୟକୁମାର ଯାଦବ, ସାର୍ଦୁଳ ଠାକୁର, ଯଶପ୍ରୀତ ବୁମ୍‌ରା, ମହମ୍ମଦ ସିରାଜ୍, ମହମ୍ମଦ ସାମି, ତିଳକ ବର୍ମା, ପ୍ରସିଦ୍ଧ କ୍ରିଷ୍ଣା, ରବିଚନ୍ଦ୍ରନ୍ ଅଶ୍ବିନ ଓ ୱାଶିଂଟନ ସୁନ୍ଦର।
୩ୟ ଦିନିକିଆ ପାଇଁ ଦଳ: ରୋହିତ ଶର୍ମା (ଅଧିନାୟକ), ହାର୍ଦିକ ପାଣ୍ଡ୍ୟା (ଉପଅଧିନାୟକ), ଶୁବ୍‌ମାନ ଗିଲ୍‌, ଶ୍ରେୟାସ ଆୟର, କେ.ଏଲ୍‌. ରାହୁଲ, ଈଶାନ୍ କିଷନ୍ (ୱିକେଟ ରକ୍ଷକ), ସୂର୍ଯ୍ୟକୁମାର ଯାଦବ, ରବୀନ୍ଦ୍ର ଜାଡ଼େଜା, ସାର୍ଦୁଳ ଠାକୁର, ଯଶପ୍ରୀତ ବୁମ୍‌ରା, ମହମ୍ମଦ ସିରାଜ୍, ମହମ୍ମଦ ସାମି, ବିରାଟ କୋହଲି, କୁଲଦୀପ ଯାଦବ, ଅକ୍ଷର ପଟେଲ, ରବିଚନ୍ଦ୍ରନ୍ ଅଶ୍ବିନ ଓ ୱାଶିଂଟନ ସୁନ୍ଦର।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories