ଶୁକ୍ରଗ୍ରହ ଓ ଚନ୍ଦ୍ରମାଙ୍କୁ ପୂଜାର୍ଚ୍ଚନା କରିବା ଦ୍ୱାରା ମା’ଲକ୍ଷ୍ମୀଙ୍କ ବିଶେଷ କୃପା ପ୍ରାପ୍ତି ହୋଇଥାଏ ବୋଲି ଶାସ୍ତ୍ରରେ ଉଲ୍ଲେଖ ରହିଛି। ମାତ୍ର ଆମ ଅଜାଣତରେ କରୁଥିବା କିଛି କାର୍ଯ୍ୟ କାରଣରୁ ମା’ଙ୍କ କୋପର ଶିକାର ହେବାକୁ ପଡ଼ିଥାଏ। ଫଳରେ ଦରିଦ୍ରତା ଓ ଦୁଃଖ ଆସିଥାଏ। ଜାଣନ୍ତୁ କେଉଁ କାର୍ଯ୍ୟ କରିବା ଦ୍ୱାରା ମା’ଲକ୍ଷ୍ମୀ କ୍ରୋଧ କରିଥାଆନ୍ତି….
ଘରର ଆଗ୍ନେୟ କୋଣରେ ଜଳ ଭର୍ତ୍ତି ହୋଇଥିବା କୌଣସି ବସ୍ତୁ ରଖନ୍ତୁ ନାହିଁ। ଏପରି କରିବା ଦ୍ୱାରା ବାସ୍ତୁ ସମସ୍ୟା ସୃଷ୍ଟି ହୋଇଥାଏ। ଏହି କାରଣରୁ ଘରେ ଦରିଦ୍ରତା ମଧ୍ୟ ଆସିଥାଏ।
ରାତ୍ରିରେ ଅଧିକ ସମୟ ପର୍ଯ୍ୟନ୍ତ ଜାଗ୍ରତ ରୁହନ୍ତୁ ନାହିଁ କିମ୍ବା ସକାଳେ ବିଳମ୍ବରେ ଉଠନ୍ତୁ ନାହିଁ। ଏପରି କରିବା ଦ୍ୱାରା ଗୃହରେ ଶନି ଓ ଚନ୍ଦ୍ରମାଙ୍କ କୁପ୍ରଭାବ ପଡ଼ିଥାଏ।
ଘରେ ଛୋଟ ଛୋଟ କଥାରେ ପରସ୍ପର ମଧ୍ୟରେ ଝଗଡ଼ା କରନ୍ତୁ ନାହିଁ। ଏଭଳି କରିବା ଦ୍ୱାରା ଆର୍ଥିକ କ୍ଷେତ୍ରରେ ଉନ୍ନତି ହୋଇନଥାଏ।
ଘରେ ଅସନା ଲୁଗାପଟା ବା ଭଙ୍ଗାରୁଜା ଦ୍ରବ୍ୟ ଏଣେତେଣେ ପକାନ୍ତୁ ନାହିଁ। ଏପରି କଲେ ମା’ଲକ୍ଷ୍ମୀଙ୍କ ଆଶୀର୍ବାଦ ମିଳିନଥାଏ।
ଘରର ମହିଳାମାନଙ୍କର ଅପମାନ କରନ୍ତୁ ନାହିଁ। ନାରୀଙ୍କ ଅପମାନ ହେଉଥିବା ଗୃହରେ ମା’ଲକ୍ଷ୍ମୀ ବାସ କରି ନଥାଆନ୍ତି।



