www.samajalive.in
Sunday, December 7, 2025
26.1 C
Bhubaneswar

ମଙ୍ଗଳବାର ବ୍ରତ କରିବାର କାରଣ ଓ ବିଧି

ପ୍ରତ୍ୟେକ ବ୍ୟକ୍ତି ହନୁମାନଙ୍କ ବିଶେଷ କୃପା ପ୍ରାପ୍ତି ପାଇଁ ମଙ୍ଗଳବାର ଓ ଶନିବାରର ବ୍ରତ ରଖିପାରିବେ। ଜ୍ୟୋତିଷଶାସ୍ତ୍ର ଅନୁଯାୟୀ ସେହି ବ୍ୟକ୍ତିମାନଙ୍କୁ ମଙ୍ଗଳବାର ବ୍ରତ କରିବା ଉଚିତ, ଯେଉଁମାନଙ୍କ ଜାତକରେ ମଙ୍ଗଳଙ୍କ ସ୍ଥିତି ଦୁର୍ବଳ ରହିଥାଏ, ଯାଦ୍ୱାରା ସେମାନଙ୍କୁ କାର୍ଯ୍ୟରେ ଅସଫଳତା ଓ ବାଧାବିଘ୍ନ ଲାଗି ରହିଥାଏ। ଏହି ସମସ୍ୟାରୁ ମୁକ୍ତି ପାଇବା ପାଇଁ ମଙ୍ଗଳବାର ବ୍ରତ କରିବା ଉଚିତ….
ମଙ୍ଗଳବାର ବ୍ରତର ଲାଭ –
ଏହି ବ୍ରତ କରିବା ଦ୍ୱାରା ଜାତକରେ ମଙ୍ଗଳଗ୍ରହ ଶୁଭଫଳ ପ୍ରଦାନ କରିଥାଆନ୍ତି। ପ୍ରଭୁ ହନୁମାନଙ୍କ ବିଶେଷ କୃପା ପ୍ରାପ୍ତି ହୋଇଥାଏ। ଏହି ବ୍ରତ ସମ୍ମାନ, ଶକ୍ତି, ସାହାସ ପ୍ରଦାନ କରିଥାଏ। ସନ୍ତାନ ପ୍ରାପ୍ତି ପାଇଁ ଏହି ବ୍ରତ ଖୁବ ଲାଭଦାୟକ ଅଟେ। ଭୂତପ୍ରେତ ଆଦିର ଭୟ ରହିନଥାଏ।
ବ୍ରତର ବିଧି –
ଏହି ବ୍ରତକୁ ୨୧ଟି ମଙ୍ଗଳବାର କରାଯାଏ। ବ୍ରତ ଦିନ ସୁର୍ଯ୍ୟୋଦୟ ପୂର୍ବରୁ ସ୍ନାନ କରିବା ଉଚିତ। ଏହାପରେ ଘରର ଐଶାନ୍ୟ କୋଣରେ ଏକାନ୍ତରେ ବସି ପ୍ରଭୁ ହନୁମାନଙ୍କ ମୂର୍ତ୍ତି କିମ୍ବା ଫଟୋ ସ୍ଥାପନ କରନ୍ତୁ। ଏହି ଦିନରେ ଲାଲ ରଙ୍ଗର ବସ୍ତ୍ର ଧାରଣ କରି ହସ୍ତରେ ଜଳ ନେଇ ବ୍ରତ ପାଇଁ ସଂକଳ୍ପ କରନ୍ତୁ। ପ୍ରଭୁଙ୍କ ନିକଟରେ ଘିଅ ଦୀପ ଲଗାଇବା ସହ ଫୁଲର ମାଳା ଅର୍ପଣ କରନ୍ତୁ। ଏହାପରେ ମଙ୍ଗଳବାର ବ୍ରତ କଥା ପାଠ କରନ୍ତୁ। ଏହାସହ ହନୁମାନ ଚାଳିଶା ମଧ୍ୟ ପଢନ୍ତୁ। ପୂଜା ପରେ ଅଳତୀ କରି ଭୋଗ ଅର୍ପଣ କରନ୍ତୁ। ଭୋଗ କରିବା ପରେ ଏହାକୁ ବାଣ୍ଟି ଦିଅନ୍ତୁ। ନିଜେ ଦିନକୁ ଥରେ ଭୋଜନ କରନ୍ତୁ। ସନ୍ଧ୍ୟା ସମୟରେ ପ୍ରଭୁଙ୍କ ନିକଟରେ ଦୀପ ଲଗାନ୍ତୁ।
ବ୍ରତ ଉଦ୍‍ଯାପନ କରିବାର ବିଧି –
୨୧ ଟି ମଙ୍ଗଳବାର ହେବା ପରେ ୨୨ ଟି ମଙ୍ଗଳବାର ବେଳକୁ ପୂର୍ବ ବିଧି ପୂର୍ବକ ପୂଜାର୍ଚ୍ଚନା କରି, ନିଜ ସକ୍ଷମ ଅନୁଯାୟୀ ବ୍ରାହ୍ମଣମାନଙ୍କୁ ଭୋଜନ କରାନ୍ତୁ।

Hot this week

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

Related Articles

Popular Categories