www.samajalive.in
Sunday, December 7, 2025
14.1 C
Bhubaneswar

ଏହି ଦ୍ରବ୍ୟର ବ୍ୟବହାର ବିନା ସମ୍ପୂର୍ଣ୍ଣ ହୋଇନଥାଏ ପୂଜାର୍ଚ୍ଚନା

ଭଗବାନଙ୍କୁ ପ୍ରସନ୍ନ କରିବା ପାଇଁ ଆମେ ଘରେ ପୂଜାପାଠ କରିଥାଉ। ମାତ୍ର ପୂଜା କରିବା ସମୟରେ ଏପରି କିଛି ଦ୍ରବ୍ୟ ରହିଛି ଯାହାର ବ୍ୟବହାର ବିନା ପୂଜା ସମ୍ପୂର୍ଣ୍ଣ ହୋଇନଥାଏ। ଜ୍ୟୋତିଷଙ୍କ ମତ ଅନୁଯାୟୀ, ପୂଜାପାଠ କରିବା ସମୟରେ କିଛି ନିର୍ଦ୍ଦିଷ୍ଟ ଦ୍ରବ୍ୟର ବ୍ୟବହାର କରିବା ଦ୍ୱାରା ଏଥିରେ ସମ୍ପନ୍ନତା ଆସିଥାଏ ଓ ଶୁଭଫଳ ପ୍ରାପ୍ତି ହୋଇଥାଏ। ଆସନ୍ତୁ ଜାଣିବା ସେହି ଦ୍ରବ୍ୟ ଗୁଡ଼ିକ ବିଷୟରେ ….
ପୂଜାପାଠ କରିବା ସମୟରେ କ୍ଷୀର, ଦହି, ମହୁ, ଘିଅ, ମିଶ୍ରି ଆଦିର ବ୍ୟବହାର ପୂଜାପାଠରେ ହେବା ଉଚିତ। ଏହି ସମସ୍ତ ଦ୍ରବ୍ୟକୁ ମିଶାଇ ପଞ୍ଚାମୃତ ପ୍ରସ୍ତୁତ କରାଯାଇ ପୂଜାରେ ବ୍ୟବହାର ହୋଇଥାଏ। ଶାସ୍ତ୍ରରେ ପଞ୍ଚାମୃତକୁ ଅମୃତ ସମାନ ବିବେଚନା କରାଯାଏ। ପଞ୍ଚାମୃତରେ ବ୍ୟବହୃତ ହେଉଥିବା ପଦାର୍ଥର ଏହି ମହତ୍ତ୍ୱ ଥିବାରୁ ଏହାକୁ ପୂଜାର୍ଚ୍ଚନାରେ ବ୍ୟବହାର କରିବା ଉଚିତ ବୋଲି ଶାସ୍ତ୍ରରେ ଉଲ୍ଲେଖ ରହିଛି। ଗାଈଙ୍କୁ ମାତା ବୋଲି ଶାସ୍ତ୍ରରେ ସମ୍ବୋଧନ କରାଯାଇ ସମ୍ମାନ ଦିଆଯାଏ। ଗାଈଙ୍କ ମଧ୍ୟରେ ବହୁ ଦେବାଦେବୀ ବାସ କରିଥାଆନ୍ତି। ତେଣୁ ଗାଈ ଠାରୁ ମିଳୁଥିବା କ୍ଷୀର ଅମୃତ ସମାନ ଅଟେ। ଏହାସହ ଗାଈଙ୍କ ଠାରୁ ଘିଅ, ଦହି ମଧ୍ୟ ମଳିଥାଏ, ତେଣୁ ଏହି ସମସ୍ତ ଦ୍ରବ୍ୟ ମଧ୍ୟ ଅମୃତ।
ସେହିଭଳି ମହୁକୁ ପୂର୍ଣ୍ଣ ପବିତ୍ର ରସ ବୋଲି ମଧ୍ୟ କୁହାଯାଏ। କାରଣ ମହୁ ଭଗବାନଙ୍କୁ ସମର୍ପଣ ହେଉଥିବା ବାସ୍ନା ଫୁଲର ରସରୁ ହିଁ ପ୍ରସ୍ତୁତ ହୁଏ। ତେଣୁ ଏହା ଖୁବ ପବିତ୍ର। ତେଣୁ ପୂଜାପାଠରେ ଏହି ସମସ୍ତ ଦ୍ରବ୍ୟର ବ୍ୟବହାର ଆବଶ୍ୟକ।
ଆଖୁର ରସକୁ ମଧ୍ୟ ପୂଜାପାଠ କରିବା ସମୟରେ ବ୍ୟବହାର କରାଯାଏ। ଏହା ଜୀବନରେ ଥିବା ବିଭିନ୍ନ ସମସ୍ୟାର ସମାଧାନ କରିଥାଏ ଓ ଶୁଭଫଳ ପ୍ରାପ୍ତି ହୋଇଥାଏ।
ପୂଜାରେ ଭଗବାନଙ୍କୁ ସମର୍ପଣ ହେଉଥିବା ଭୋଗକୁ ବାଣ୍ଟିବା ନିତ୍ୟାନ୍ତ ଆବଶ୍ୟକ। ଏପରି କରିବା ଦ୍ୱାରା ଆପଣଙ୍କ ଦୁଃଖ ଦୂର ,ସଫଳତା ପ୍ରାପ୍ତି ଓ ଆଶୀର୍ବାଦ ମିଳିଥାଏ।

Hot this week

ଜାଡରେ ଥରୁଛି ସାରା ଓଡିଶା

ଭୁବନେଶ୍ୱର: ଉତ୍ତର-ପଶ୍ଚିମ ଶୁଷ୍କ ଥଣ୍ଡା ବାୟୁର ପ୍ରବାହ ଯୋଗୁଁ ରାଜ୍ୟରେ ଶୀତ...

କ୍ରିକେଟ୍‌ପ୍ରେମୀଙ୍କ ପାଇଁ ସ୍ୱତନ୍ତ୍ର ‘ଆମ ବସ୍’ ସେବା

ଭୁବନେଶ୍ବର: କଟକର ବାରବାଟୀ ଷ୍ଟାଡିୟମରେ ଚଳିତ ମାସ ୯ରେ ହେବାକୁ ଥିବା...

ଜାନୁଆରୀ ୨୦ରେ ଓଏସ୍‌ଏସ୍‌ଟିଇଟି

କଟକ: ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ଦ୍ବାରା ପରିଚାଳିତ ଓଡ଼ିଶା ମାଧ୍ୟମିକ ବିଦ୍ୟାଳୟ...

ସୁନା ଲିଜ୍‌ ବା ଭଡା ଦେଇ ରୋଜଗାର

ନୂଆଦିଲ୍ଲୀ - ଅନେକ ଲୋକ ଗୋଲ୍ଡ ବଣ୍ଡ ସହ ସୁନାରେ ଟଙ୍କା...

‘ବାବୁଜୀ ଥିଲେ ଉତ୍କଳମଣିଙ୍କ ଐତିହ୍ୟର ଅନିର୍ବାଣ ଶିଖା’

କଟକ:‘ସମାଜ’ ହେଉଛି ଖବରକାଗଜର ପ୍ରତିନାମ। ‘ସମାଜ’ର ଏପରି ସୁନାମ ପଛରେ ପଣ୍ଡିତ...

Related Articles

Popular Categories