ଫୋନ ପାଇଁ ଛାତ୍ରଙ୍କ ଆତ୍ମହତ୍ୟା

0

ମୁମ୍ବଇ : ଫୋନ୍‌ରେ ଗେମ୍‌ ଖେଳିବା ଏବେ ଛୋଟ ପିଲାଙ୍କଠାରୁ  ଯୁବପୀଢି ପର୍ଯ୍ୟନ୍ତ ଏକ ନିଶାରେ ପରିଣତ ହେଲାଣି । ଆଗରୁ  ବ୍ଲୁ ହ୍ୱେଲ ଓ  ମୋମୋ ଗେମ୍‌ ଖେଳି ଅନେକ ପିଲା ଆତ୍ମହତ୍ୟା କରିଥିବା ଅଭିଯୋଗ ଆସିଥିଲା । ଏବେ ପବଜୀ ନାମକ ଗେମ୍ ପାଇଁ ଅନେକ ପାଗଳ ପ୍ରାୟ । ଏହି ଗେମ୍‌ ପାଇଁ ନହେଲେ ବି ସ ଗେମ୍‌ ଖେଳିବାକୁ ଏକ ଦାମିକା ଫୋନ୍‌ ନ ମିଳିବାରୁ ମୁମ୍ବଇର ଜଣେ ଛାତ୍ର ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି । ମୁମ୍ବଇର ଜଣେ ୧୮ ବର୍ଷିୟ ଛାତ୍ର ତା ପରିବାର ଲୋକଙ୍କୁ ଏକ ୩୭୦୦୦ ଟଙ୍କିଆ ଫୋନ୍‌ କିଣିବା ପାଇଁ ଜିଦ୍‌ କରିଥିଲେ । ମାତ୍ର ଘର ଲୋକ ୨୦ ହଜାର ଟଙ୍କିଆ ଫୋନ୍‌ କିଣିବାକୁ କହିଥିଲେ । ପବ୍‌ଜୀ ଗେମ୍ ଖେଳିବା ପାଇଁ ସେ ଏହି ଫୋନ୍‌ କିଣିବାକୁ କହିଥିଲେ । ଏଥିରେ  ଛାତ୍ର ଜଣଙ୍କ ଉତ୍ତକ୍ଷିପ୍ତ ହୋଇ ଆତ୍ମହତ୍ୟା  କରିଥିବା ଅଭିଯୋଗ ହୋଇଛି ।

 

prayash
courtesy-NDTV gdgets

ଏବେ ଏହି ପବଜୀ ଗେମ୍ ଯୁବପୀଢିଙ୍କୁ ପାଗଳ ପ୍ରାୟ କରିଦେଇଛି । ସୂଚନାଯୋଗ୍ୟ କିଛିଦିନ ତଳେ ଦିଲ୍ଲୀର ବସନ୍ତପୁର ଅଞ୍ଚଳରେ ପବଜି ଗେମ୍ ଖେଳିବାକୁ ମନାକରିବାରୁ ଜଣେ ପିଲା ନିଜ ବାପା-ମାଁଙ୍କୁ ହତ୍ୟା କରିଦେଇଥିଲା ।

Leave A Reply