ଶିକୁଳିରେ ବନ୍ଧା ଜୀବନ ; ମାନସିକ ରୋଗୀଙ୍କ ପାଇଁ ଅର୍ଥ ସାଜିଛି ବାଧକ
ଟିକାବାଲି : ଗୋଟିଏ ପଞ୍ଚାୟତରେ ତିନି ମାନସିକ ରୋଗୀଙ୍କ ଗୋଡ଼ରେ ଲାଗଚି ଲୁହା ଶିକୁଳି। ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଟିକାବାଲି ବ୍ଲକ ଅନ୍ତର୍ଗତ ପାଡାଙ୍ଗି ପଞ୍ଚାୟତରେ। ପାଡାଙ୍ଗି ପଞ୍ଚାୟତର ଲେପା ବେହେରାଙ୍କ ଝିଅ ନମିତା ବେହେରା (୩୪) ଆଜକୁ ପ୍ରାୟ ୭ବର୍ଷ ହେବ +୨ରେ ପଢୁଥିବା ସମୟରେ ମାନସିକ ରୋଗରେ ଆକ୍ରାନ୍ତ ହେଲା ପରେ ପାଠ ପଢାରେ ଡୋରି ବାନ୍ଧି ବର୍ତମାନ ଗୋଡ଼ରେ ଲୁହା ଶିକୁଳି ବାନ୍ଧି ଘରେ ରହିଥିବା ଦେଖିବାକୁ ମିଳିଛି।ତାଙ୍କୁ ଚିକିତ୍ସା ପାଇଁ ଅନେକ ପ୍ରୟାସ କରାଯାଇ ଥିଲେ ସୁଦ୍ଧା ଟଙ୍କା ଅଭାବରୁ ଏପର୍ଯ୍ୟନ୍ତ ଭଲ ହୋଇ ପାରୁନାହିଁ। ସେହି ଗାଁରେ ହିଁ ଯାକ୍ରେସ ପ୍ରଧାନଙ୍କ ଭେଣ୍ଡିଆ ପୁଅ ଅଟଳ ପ୍ରଧାନ (୨୪) ମଧ୍ୟ ଆଜକୁ ପ୍ରାୟ ୮ବର୍ଷ ହେବ ମାନସିକ ରୋଗରେ ଆକ୍ରାନ୍ତ ହୋଇ ଥିବା ଗୋଡ଼ରେ ଶିକୁଳି ଲଗାଇ ଘରେ ରଖିଥିବା ଦେଖିବାକୁ ମିଳିଛି।ଚିକିତ୍ସା ପାଇଁ ଅନେକ ପ୍ରୟାସ ପରେ ବି ପରିବାରର ଆର୍ଥିକ ସ୍ଥିତି ଭଲ ନଥିବା ଯୋଗୁ କୌଣସି ସୁଫଳ ମିଳିନାହିଁ। ସେହିପରି ସାଦିନ ପ୍ରଧାନଙ୍କ ଝିଅ ମମିତା ପ୍ରଧାନ (୨୩) ଆଜକୁ ପ୍ରାୟ ୬-୭ବର୍ଷ ହେବ ମାନସିକ ରୋଗ ପାଇଁ ତା ଗୋଡ଼ରେ ମଧ୍ୟ ବେଡି ପକାଇ ପରିବାର ଲୋକେ ଘରେ ରଖିଥିବା ଦେଖିବାକୁ ମିଳିଛି।ଅନେକ ଚେଷ୍ଟା ପରେ ମଧ୍ୟ ଅଧିକ ଚିକିତ୍ସା ହୋଇ ପାରୁନାହିଁ । ଏହି ତିନି ଜଣଙ୍କ ମଧ୍ୟରୁ ଦୁଇ ଜଣଙ୍କୁ ସରକଙ୍କ ଠାରୁ ମାନସିକ ରୋଗୀ ସହାୟତା ରାଶି ପଞ୍ଚାୟତ ରୁ ମାସିକ ୫୦୦ ଟଙ୍କା ମିଳୁଛି କିନ୍ତୁ ମମିତା ପ୍ରଧାନଙ୍କୁ ମିଳୁନ ଥିବା ଗ୍ରାମବାସୀ କହୁଛନ୍ତି। କିନ୍ତୁ ଚିକିତ୍ସା ଓ ଭରଣ ପୋଷଣ ପାଇଁ ଏହି ସହାୟତା ରାଶି ଯଥେଷ୍ଟ ହେଉ ନ ଥିବାରୁଏହି ତିନି ପରିବାର ଏବେ ସରକାରୀ ସାହାଯ୍ୟ ଅପେକ୍ଷାରେ। ବର୍ତମାନ ଯଦି ଜିଲ୍ଲା ପ୍ରଶାସନ ଏହି ଘଟଣା ର ତଦନ୍ତ କରି ଏହି ପରିବାର ମାନଙ୍କୁ ସାହାଯ୍ୟ ସହାୟତା ପ୍ରଦାନ କରନ୍ତି ତେବେ ଏହି ତିନି ଜୀବନ ବଞ୍ଚିଯିବା ସହିତ ଏହି ତିନି ପରିବାର ଉପକୃତ ହୁଅନ୍ତେ।
Comments are closed.