www.samajalive.in
Sunday, December 7, 2025
23.1 C
Bhubaneswar

ଭାରତର ସ୍ୱାଧୀନତା ପ୍ରାପ୍ତିର ୭୫ ବର୍ଷ ଉତ୍ସବ ପାଳନ ନିମନ୍ତେ ଏକତ୍ର ହେବା ଓ ଆଲୋଚନା କରିବା ଆମ ସମସ୍ତଙ୍କ ପାଇଁ ଗୌରବର ମୁହୂର୍ତ୍ତ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭାରତର ସ୍ୱାଧୀନତା ପ୍ରାପ୍ତିର ୭୫ ବର୍ଷ ଉତ୍ସବ ପାଳନ ନିମନ୍ତେ ଏକତ୍ର ହେବା ଓ ଆଲୋଚନା କରିବା ଆମ ସମସ୍ତଙ୍କ ପାଇଁ ଗୌରବର ମୁହୂର୍ତ୍ତ ବୋଲି ପ୍ରକାଶ କରିଛନ୍ତି। ସେ ଏପରି ଉଦ୍ୟମ ଆରମ୍ଭ କରିଥିବାରୁ ଭାରତ ସରକାର ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ସମୟର ଗତି ସହିତ ଆମ ସ୍ୱାଧୀନତା ସଂଗ୍ରାମର ଉଲ୍ଲେଖନୀୟ ଘଟଣାଗୁଡ଼ିକର ଉପସ୍ଥାପନ ଏବଂ ଏଥି ସହିତ ସଂପୃକ୍ତ ସ୍ଥାନଗୁଡ଼ିକୁ ବିକଶିତ କରି ଯୁବପିଢ଼ିଙ୍କୁ ଆମ ପୂର୍ବସୂରୀମାନଙ୍କ ବଳିଦାନ ସଂପର୍କରେ ଅବଗତ କରାଇବାର ଆବଶ୍ୟକତା ରହିଛି। ଆମକୁ ଅଳ୍ପ ଜଣାଶୁଣା ନେତାମାନଙ୍କ ଗୁରୁତ୍ୱପୂର୍ଣ୍ଣ ଘଟଣାବଳୀ ସହ ସର୍ବଭାରତୀୟ ସ୍ତରୀୟ ଆନ୍ଦୋଳନର ଦୃଶ୍ୟକୁ ପ୍ରମୁଖତା ଦେବାର ଆବଶ୍ୟକତା ରହିଛି। ଭାରତର ସୀମା ବାହାରେ ସଂଘଟିତ ବିଭିନ୍ନ ଘଟଣାକୁ ମଧ୍ୟ ସ୍ଥାନିତ କରାଯିବା ଜରୁରୀ ବୋଲି ସେ ମତପ୍ରକାଶ କରିଛନ୍ତି ।


ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୁଣି କହିଛନ୍ତି ଯେ ଭାରତର ସମ୍ବିଧାନରେ ଲିପିବଦ୍ଧ ସ୍ୱାଧୀନତା ସଂଗ୍ରାମର ମର୍ମବାଣୀ ଓ ମୂଲ୍ୟବୋଧକୁ କାୟମନୋବାକ୍ୟରେ ଆଗେଇ ନେଇପାରିଲେ ତାହା ହିଁ ଆମ ଜାତିର ଜନକଙ୍କ ପ୍ରତି ମହାନ ଶ୍ରଦ୍ଧାଞ୍ଜଳି ହୋଇପାରି। ଆଜିର ପରିସ୍ଥିତିରେ ସ୍ୱାଧୀନତା ସଂଗ୍ରାମ ଦ୍ୱାରା ସଂଜ୍ଞାୟିତ ମୁକ୍ତି, ନ୍ୟାୟ ଓ ସାମ୍ୟର ଆଦର୍ଶଗୁଡ଼ିକର ପୁନରାବୃତ୍ତିର ଆବଶ୍ୟକତା ରହିଛି। ପୃଥିବୀର ଯେକୌଣସି ସ୍ଥାନରେ ରହିଥିବା ପ୍ରତ୍ୟେକ ଭାରତୀୟକୁ ସ୍ୱାଧୀନତା ଉତ୍ସବ ପାଳନ କାର୍ଯ୍ୟକ୍ରମରେ ସଂପୃକ୍ତ କରିବା ନିମନ୍ତେ ସବୁପ୍ରକାର ଉଦ୍ୟାମ ହେବା ଉଚିତ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

- Advertisement -

ମୁଖ୍ୟମନ୍ତ୍ରୀ ପୁଣି କହିଛନ୍ତି ଯେ ବୈଷୟକ ଜ୍ଞାନକୌଶଳ ଏବଂ ସାମାଜିକ ଗଣମାଧ୍ୟମ ଜରିଆରେ ଏହା ସଂପୂର୍ଣ୍ଣ ସମ୍ଭବ ହୋଇପାରିବ। ଗାନ୍ଧୀଜୀଙ୍କ ବାଣୀ ‘ଅନ୍ୟମାନଙ୍କ ସେବାରେ ତୁମେ ନିଜକୁ ହଜାଇଦେବା ହିଁ ଆପଣାକୁ ଖୋଜି ପାଇବାର ଶ୍ରେଷ୍ଠ ପଥ’କୁ ଉଦ୍ଧାର କରି ମାନ୍ୟବର ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ବିଶେଷ କରି ଯୁବକମାନଙ୍କ ନିମନ୍ତେ ଗୋଷ୍ଠୀଗତ ସେବାକୁ ପ୍ରୋତ୍ସାହିତ କରିବା ଭଳି ସେବାମୂଳକ କାର୍ଯ୍ୟକଳାପଗୁଡ଼ିକୁ ଉତ୍ସବ ପାଳନ କାର୍ଯ୍ୟକ୍ରମର ଅଂଶ ଭାବରେ ଗ୍ରହଣ କରାଯିବା ଉଚିତ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରକାଶ କରିଛନ୍ତି।

Hot this week

ଗୋଆ ଅଗ୍ନିକାଣ୍ଡ: ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କାର ଅନୁକମ୍ପା ଘୋଷଣା କଲେ ପ୍ରଧାନମନ୍ତ୍ରୀ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

Related Articles

Popular Categories