www.samajalive.in
Monday, December 15, 2025
15.1 C
Bhubaneswar

କୃଷି ବିରୋଧୀ ଆଇନ ପ୍ରତ୍ୟାହାର ଦାବୀରେ ବିକ୍ଷୋଭ

ଫୁଲବାଣୀ: କେନ୍ଦ୍ର ସରକାରଙ୍କ କୃଷି ଓ କୃଷକ ବିରୋଧୀ ଆଇନ ପ୍ରତ୍ୟାହାର ଦାବୀରେ ସର୍ବ ଭାରତୀୟ ସ୍ତରରେ ଚାଲିଥିବା ଆନ୍ଦୋଳନକୁ ସମର୍ଥନ ଜଣାଇ ଆଜି କନ୍ଧମାଳ ନବ ନିର୍ମାଣ କୃଷକ ସଂଗଠନ ପକ୍ଷରୁ ଫୁଲବାଣୀଠାରେ ଧାରଣା ଓ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ସ୍ଥାନୀୟ ମାଦିକୁନ୍ଦା ଛକଠାରେ ଆୟୋଜିତ ଏହି ବିକ୍ଷୋଭରେ ଜିଲାର ବିଭିନ୍ନ ଅଂଚଳର ଚାଷୀ ଯେ୍ଧାଗଦେଇ କେନ୍ଦ୍ର ସରକାରଙ୍କ କୃଷି ବିରୋଧି ନିତି ଓ କର୍ପୋରେଟ ପ୍ରୀତିର ତିବ୍ର ନିନ୍ଦା କରିଥିଲେ। ଦେଶବସୀଙ୍କୁ ଖାଦ୍ୟ ଯୋଗାଉ ଥିବା ଚାଷୀଙ୍କ ସ୍ୱାର୍ଥକୁ ବେଖାତିର କରି କେନ୍ଦ୍ର ସରକାର କୃଷିକୁ କମ୍ପାନି ହାତକୁ ଟେକି ଦେବା ପାଇଁ ଯେଉଁ ଚକ୍ରାନ୍ତ୍ର କରିଛନ୍ତି ତାହାକୁ ସଫଳ ହେବାକୁ ଦିଆଯିବ ନାହିଁ ବୋଲି ବିକ୍ଷୋଭକାରିମାନେ ପ୍ରକାଶ କରିଥିଲେ। ଏକ ପକ୍ଷରେ ଚାଷୀମାନେ ଉଚିତ ସହାୟକ ମୂଲ୍ୟ ପାଉ ନ ଥିବା ବେଳେ ଆଳୁ, ପିଆଜ ଓ ଅନ୍ୟାନ୍ୟ ସାମଗ୍ରୀର ଦର ହୁ ହୁ ବଢୁ ଥିବାରୁ ଖାଉଟୀ ହନ୍ତସନ୍ତ ହେଉଛନ୍ତି। ଅପରପକ୍ଷରେ କମ୍ପାନୀ ମାନେ ମାଲାମାଲ ହେଉଛନ୍ତି। ଏଭଳି ଆଇନ ଲାଗୁ ହେଲେ ଦେଶର ଅନ୍ୟ ଚାଷୀମାନଙ୍କ ସମେତ କନ୍ଧମାଳ ଜିଲାର ଅଦା ହଳଦୀ ଚାଷୀଙ୍କ ଦାନାପାଣି ବୁଡିଯିବ ବୋଲି ବିକ୍ଷୋଭକାରୀ ଚାଷୀ ମାନେ କହିଛନ୍ତି। ତେଣୁ ଏଭଳି ଜନବିରୋଧୀ ଆଇନକୁ ତୁରନ୍ତ ପ୍ରତ୍ୟାହାର କରିବା ପାଇଁ ଦାବୀ କରାଯାଇଛି। କନ୍ଧମାଳ କୃଷକ ସଂଗଠନର ସଂଯୋଜକ ଚାଣକ୍ୟ କହଁରଙ୍କ ନେତୃତ୍ୱରେ ଆୟୋଜିତ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଗୃହ ମନ୍ତ୍ରୀ ଅମିତ ଶାହଙ୍କ କୁଶପୁତ୍ତଳିକା ଦାହ କରାଯାଇଥିଲା। ଚାଷୀଙ୍କ ଦାବି ପ୍ରତି କେନ୍ଦ୍ର ସରକାର ଅଣଦେଖା କଲେ ଆଗାମି ଦିନରେ ଜିଲାର ପ୍ରତ୍ୟେକ ଅଂଚଳରେ ଆନ୍ଦୋଳନକୁ ତୀବ୍ର କରାଯିବ ବୋଲି ସଂଗଠନ ପକ୍ଷରୁ ଚେତାବନୀ ଦିଆ ଯାଇଛି। ସରକାର ଏହି ଆଇନକୁ ସଂପୂର୍ଣ୍ଣ ପ୍ରତ୍ୟାହାର ନ କରିବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରୀ ରହିୁବ ବୋଲି ସଂଗଠନର ସଦସ୍ୟ ସନ୍ତୋଷ ପାତ୍ର ପ୍ରକାଶ କରିଚନ୍ତି। ଆନ୍ଦୋଳନରେ ଅନ୍ୟମାନଙ୍କ ମଧ୍ୟରେ ଉମାଚରଣ କହଁର, ଜଳନ୍ଧର କହଁର, ଆନନ୍ଦ କହଁର, ସଦାନନ୍ଦ କହଁର, ଭୁଳେଶ୍ୱର କହଁର, ବିଶ୍ୱାମିତ୍ର ଦିଗାଲ, ରାଜୀବ ଦିଗାଲ, ଭାବୀନ୍ଦ୍ର କହଁର, ବୈକିୁଣ୍ଠ ମଲିକ, ରମେଶ ଦିଗାଲ, ସାମନ୍ତ ମଲିକ, ମହେନ୍ଦ୍ର କହଁର ପ୍ରମୂଖ ଅଂଶଗ୍ରହଣ କରିଥିଲେ।

 

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories