www.samajalive.in
Sunday, December 14, 2025
26.1 C
Bhubaneswar

ସେରମ୍ ଇନଷ୍ଟିଚ୍ୟୁଟ୍ ସିଇଓ ଆଦର ପୁନାୱାଲାଙ୍କୁ ’ଏସିଆନ୍ ଅଫ୍ ଦି ଇୟର’ ସମ୍ମାନ

ସିଙ୍ଗାପୁର : ବିଶ୍ୱର ସର୍ବବୃହତ ଟିକା ଉତ୍ପାଦନକାରୀ ସେରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆର ସିଇଓ ଆଦର ପୁନାୱାଲାଙ୍କୁ ’ଏସିଆନ୍ ଅଫ୍ ଦି ଇୟର’ ଭାବରେ ମନୋନୀତ କରାଯାଇଛି । ଦି ଷ୍ଟ୍ରାଇଟ୍ସ ଟାଇମ୍ସ ଅଫ୍ ସିଙ୍ଗାପୁର ଦ୍ୱାରା ଆଦର ପୁନାୱାଲାଙ୍କ ସମେତ ଛଅ ଜଣଙ୍କୁ ’ଏସିଆନ୍ ଅଫ୍ ଦି ଇୟର’ ସମ୍ମାନରେ ସମ୍ମାନିତ କରାଯାଇଛି । ଏହି ବର୍ଷ ଯେଉଁମାନେ କୋଭିଡ-୧୯ ମହାମାରୀ ବିରୋଧରେ ଲଢ଼େଇ ସହଯୋଗ କରିଛନ୍ତି ସେମାନଙ୍କୁ ଏହି ସମ୍ମାନ ପାଇଁ ଚୟନ କରାଯାଇଛି ।ପୁଣେ ଭିତ୍ତିକ ସେରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ ଅକ୍ସଫୋର୍ଡ ୟୁନିଭରସିଟି ଓ ବ୍ରିଟିଶ-ସ୍ୱିଡେନ କମ୍ପାନୀ ଆଷ୍ଟ୍ରାଜେନେକା ସହିତ କୋଭିଶିଲ୍ଡ, କୋଭିଡ -୧୯ ପାଇଁ ଏକ ଟିକା ବିକଶିତ କରିବା ପାଇଁ କାର୍ୟ୍ୟ କରୁଛି ଓ ଏହି ଟିକା ଭାରତରେ ପରୀକ୍ଷା ଚାଲିଛି ।

ଏସିଆନ୍ ଅଫ୍ ଦି ଇୟର ସମ୍ମାନ ପାଇଁ ଚୟନ କରାଯାଇଥିବ ତାଲିକାରେ ପୁନାୱାଲା ବ୍ୟତୀତ ଅନ୍ୟ ପାଞ୍ଚ ଜଣ ହେଉଛନ୍ତି ଚାଇନାର ଅନୁସନ୍ଧାନକାରୀ ଝାଙ୍ଗ ୟୋଙ୍ଗଜେନ୍ ଯିଏ ସାରସ-କୋଭି-୨ର ର ପ୍ରଥମ ଜିନୋମ ଚିହ୍ନଟ ଦଳର ନେତୃତ୍ୱ ନେଇଥିଲେ । ଚୀନର ମେଜର ଜେନେରାଲ୍ ଚେନ୍ ୱେଇ, ଜାପାନର ଡକ୍ଟର ୟୁଚି ମୋରିଶିଟା ଓ ସିଙ୍ଗାପୁରର ପ୍ରଫେସର ଆଇ ଇନ୍ ଅଙ୍ଗ ଏହି ସମସ୍ତେ ସେହି ବ୍ୟକ୍ତି ଯେଉଁମାନେ ଭୂତାଣୁ ବିରୁଦ୍ଧରେ ଟିକା ବନାଇବାରେ ଆଗରେ ଅଛନ୍ତି । ଏହି ତାଲିକାରେ ଦକ୍ଷିଣ କୋରିଆର ବ୍ୟବସାୟୀ ସେଓ ଜଙ୍ଗ-ଜିନ୍ ମଧ୍ୟ ନାମିତ ହୋଇଛନ୍ତି । ତାଙ୍କ କମ୍ପାନୀ ସମଗ୍ର ବିଶ୍ବରେ କୋଭିଡ ଟିକା ଏବଂ କରୋନାର ଚିକିତ୍ସା ପାଇଁ ଆବଶ୍ୟକ ବିଭିନ୍ନ ଚିକିତ୍ସା ସମାଗ୍ରୀର ଉପଲବ୍ଧ କରାଇବା ପାଇଁ ମଧ୍ୟ କାର୍ଯ୍ୟ କରିବ ।’ଦି ଷ୍ଟ୍ରାଇଟ୍ସ ଟାଇମ୍ସ’ ଅନୁଯାୟୀ ଏହି ସମସ୍ତ ଲୋକଙ୍କୁ ’ଭାଇରସ୍ ବୁଷ୍ଟର୍ସ’ର ବିଶେଷଣ ଦିଆଯାଇଛି । ଯେଉଁମାନେ ନିଜ ଦକ୍ଷତା ଅନୁଯାୟୀ କରୋନା ଭୂତାଣୁ ମହାମାରୀକୁ ଶେଷ କରିବାକୁ ଚେଷ୍ଟା କରୁଛନ୍ତି ।

- Advertisement -

ସେରମ୍ ଇନଷ୍ଟିଚ୍ୟୁଟ୍ ଆଦର ପୁନାୱାଲାଙ୍କ ପିତା ସାଇରସ୍ ପୁନାୱାଲାଙ୍କ ଦ୍ବାରା ୧୯୬୬ ମସିହାରେ ପ୍ରତିଷ୍ଠିତ ହୋଇଥିଲା ।୨୦୦୧ ରେ ଆଦର ପୁନାୱାଲା ସେରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆରେ ଯୋଗ ଦେଇଥିଲେ ଏବଂ ୨୦୧୧ ରେ କମ୍ପାନୀର ଦାୟିତ୍ବ ନେଇଥିଲେ । ସେରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆର ସିଇଓ ଆଦର ପୁନାୱାଲା କହିଛନ୍ତି ଯେ ତାଙ୍କ ଅନୁଷ୍ଠାନର ଉତ୍ପାଦନ କ୍ଷମତାକୁ ବୃଦ୍ଧି କରିବା ପାଇଁ ତାଙ୍କ ପରିବାରର ୨୫୦ ନିୟୁତ ଡଲାରର ସେ ଖର୍ଚ କରିଛନ୍ତି ।୩୯ ବର୍ଷୀୟ ପୁନାୱାଲା କହିଛନ୍ତି ଯେ ତାଙ୍କ ସେରମ୍ ଇନଷ୍ଟିଚ୍ୟୁଟ୍ରୁ ଉତ୍ପାଦିତ କୋଭିଡ-୧୯ ଟିକା ନିମ୍ନ ଏବଂ ମଧ୍ୟବିତ୍ତ ଆୟକାରୀ ଦେଶମାନଙ୍କୁ ମଧ୍ୟ ଯୋଗାଇବାରେ ସାହାଯ୍ୟ କରିବ । ଏଥି ସହିତ ତାଙ୍କ ଅନୁଷ୍ଠାନ ଗରିବ ଦେଶମାନଙ୍କୁ ଟିକା ପାଇବାରେ କରିବ ବୋଲି ମଧ୍ୟ ବିଶ୍ୱର ସର୍ବବୃହତ ଟିକା ଉତ୍ପାଦନକାରୀ ସେରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆର ସିଇଓ ଆଦର ପୁନାୱାଲା କହିଛନ୍ତି ।

Hot this week

ସାଂସଦ ଅପରାଜିତ ଷଡ଼ଙ୍ଗୀଙ୍କ ଝିଅ ବିବାହ ଭୋଜି ଅନୁଷ୍ଠିତ

ଭୁବନେଶ୍ୱର: ସାସଂଦ ଅପରାଜିତା ଷଡଙ୍ଗୀଙ୍କ ଝିଅଙ୍କ ବିବାହ ଭୋଜି ରବିବାର ଭୁବନେଶ୍ଵର...

ଟସ୍‌ ଜିତି ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଧର୍ମଶାଳାରେ ହେଉଥିବା ୩ୟ ଟି-୨୦ ମ୍ୟାଚରେ ଭାରତ ଟସ...

ଗୋପାଳପୁରରେ ୩ ଦିନିଆ ଦକ୍ଷିଣ ଏସୀୟ ମୈତ୍ରୀ ସମ୍ମିଳନୀ ଉଦଯାପିତ, ଯୋଗଦେଲେ ୧୮ଟି ରାଜ୍ୟର ପ୍ରତିନିଧି

ସମାଜ ନ୍ୟୁଜ ଡେସ୍କ- ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ଠାରେ ଥିବା...

କାର ଧକ୍କାରେ ବାଇକ୍ ଆରୋହୀ ମୃତ

ରେଙ୍ଗାଲିକ୍ୟାମ୍ପ: ଅତାବିରାସ୍ଥିତ ଏକ ପେଟ୍ରୋଲ ପମ୍ପ ସମ୍ମୁଖରେ ସଡ଼କ ଦୁର୍ଘଟଣାରେ ଜଣେ...

ନିତିନ ନବୀନ ବିଜେପିର ନୂତନ କାର୍ଯ୍ୟକାରୀ ସଭାପତି

ନୂଆଦିଲ୍ଲୀ: ବିଜେପିର ନୂତନ କାର୍ଯ୍ୟକାରୀ ସଭାପତି ଭାବରେ ନିତିନ ନବୀନ ମନୋନୀତ...

Related Articles

Popular Categories