ବଲାଙ୍ଗିର : ବଲାଙ୍ଗିର ସହରର ବରପାଲି ପଡାରେ ସଟ୍ ସର୍କିଟରୁ ନିଆଁ ଲାଗି ଏକ ଘର ପୋଡି ଯାଇଛି। ତାହା ରାମନାଥ ଝାଙ୍କ ଘର ବୋଲି ଜଣାପଡିଛି। ଘରେ କେହି ନଥିବା ବେଳେ ଏହି ଅଘଟଣ ହୋଇଥିଲା। ସ୍ଥାନୀୟ ପଡୋଶୀ ପୁଷ୍ପା ମହାକୁର ଉଭୟ ପୁଲିସ ଓ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ। ହେଲେ ରାସ୍ତା ସଂକୀର୍ଣ୍ଣ ହୋଇଥିବାରୁ ଅଗ୍ନିଶମ ଗାଡି ଆସି ପାରିନଥିଲା। ପରେ ସ୍ଥାନୀୟ ଲୋକେ ମିଳିତ ଭାବେ ମଟର ପାଇପ ଯୋଗେ ପାଣି ସିଞ୍ଚନ କରି ନିଆଁକୁ ଆୟତ୍ତ କରିଥିଲେ। ଦୀର୍ଘ ଦୁଇ ଘଣ୍ଟା କାଳ ସଂଘର୍ଷ ପରେ ସକ୍ଷମ ହୋଇଥିଲେ ବୋଲି ଦୁର୍ବାଦଳ ମହାକୁର କହିଛନ୍ତି। ତେବେ ଘର ପୋଡି ଯିବାରୁ ସର୍ବଶ୍ୱାନ୍ତ ହୋଇ ଗଲେ ବୋଲି ଉକ୍ତ ପରିବାର ଲୋକେ କହିଛନ୍ତି। ମୁଖ୍ୟ ମାର୍କେଟରେ କଦଳୀ ଠେଳା ଲଗେଇ ଗୁଜୁରାଣ ମେଣ୍ଟାଉଥିବା ବେଳେ ତୁରନ୍ତ ଜିଲା ପ୍ରଶାସନ ରିଲିଫ ବ୍ୟବସ୍ଥା କରୁ ବୋଲି ସଚେତନ ମହଲରେ ଦାବି ହୋଇଛି।
Popular Categories



