www.samajalive.in
Sunday, December 14, 2025
26.1 C
Bhubaneswar

ମାସେ ଗଲାନି ପାର୍କିଂ ଉନ୍ନତିକରଣ ; ସହରରେ ଏମିତି ହେଉଛି ବିକାଶ କାମ

ବଲାଙ୍ଗିର : ବଲାଙ୍ଗିର ସହରରେ ଅନେକ ଉନ୍ନତିକରଣ ହେଉଥିବା କଥା କୁହାଯାଉଛି। ସଭା ସମିତିରେ ବିକାଶର ଡିଣ୍ଡିମ ପିଟାଯାଉଛି। କିନ୍ତୁ ସହର ଭିତରେ ହେଉଥିବା ଅନେକ ଉନ୍ନତିକରଣ କାମରେ ଅନିୟମତତା ହେଉଥିବା ଅଭିଯୋଗ ହେଉଛି।

ସହରର ପାଟଣା ହୋଟେଲ ଛକରୁ ଡାହାଣ ପଟ ରାସ୍ତାରେ ନୂତନ ଭାବେ ନିର୍ମାଣ ହୋଇଛି ପାର୍କିଂ ସ୍ଥଳ। ଉଦ୍ଦେଶ୍ୟ ଘଣ୍ଟା ଘଣ୍ଟା ଧରି ହେଉଥିବା ରାସ୍ତା ଜାମରୁ ମୁକ୍ତି। ଏହା ସହ ପାର୍କିଂ ସ୍ଥାନରୁ ପୌର ପରିଷଦର ରାଜସ୍ୱ ଆଦାୟ। ହେଲେ ଲକ୍ଷାଧିକ ଟଙ୍କା ବ୍ୟୟ ଅଟକଳରେ ନିର୍ମାଣ କରାଯାଇଥିବା ପାର୍କିଂ ସ୍ଥଳର କାମ ନିମ୍ନ ମାନର ହୋଇଥିବା ପରିଲକ୍ଷିତ ହୋଇଛି। ପାର୍କିଂ ସ୍ଥଳରେ ଯେଉଁ ପ୍ଲେଟ ଗୁଡିକ ଲଗାଯାଇଛି ତାହା ଉଠି ଯାଉଛି। ସବୁଠୁ ବଡ କଥା ହେଲା ସାଇକେଲ, ମୋଟର ସାକେଲ ଏବଂ କାର ଷ୍ଟାଣ୍ଡ କରାଯାଇଛି। ସାଇକେଲ ପିଛା ୩ ଟଙ୍କା, ମୋଟର ସାଇକେଲ ପିଛା ୫ ଟଙ୍କା, କାର ପିଛା ୧୦ ଟଙ୍କା ପାର୍କିଂ ଫି ଆଦାୟ କରାଯିବାକୁ ସୂଚନା ଫଳକ ଲାଗିଛି। ଏହାକୁ ଜୟ ମାଁ ଦୁର୍ଗା ଅନୁଷ୍ଠାନ ଦ୍ୱାରା ପରିଚାଳନା କରାଯାଉଥିବା ଜଣାପଡିଛି। ହେଲେ ଏସବୁ ଭିତରେ କିନ୍ତୁ ଯେଉଁ କାମ କରାଯାଇଛି ତାହା ବେଶ ନିମ୍ନ ମାନର ବୋଲି ସ୍ଥାନୀୟ ଅଞ୍ଚଳର ଲୋକେ ଅଭିଯୋଗ କରିଛନ୍ତି। ନିର୍ମାଣର ମାସେ ଯାଇନଥିବା ବେଳେ କିଏ ଓ କାହାକୁ ପୌରପାଳିକା ଦାୟିତ୍ୱ ଦେଇଥିଲା ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏ ସମ୍ପର୍କରେ ଅତିରିକ୍ତ ପୌର ନିର୍ବାହୀ ଅଧିକାରୀ ବିପିନ ବିହାରୀ ଦୀପ ଏହି ଅଭିଯୋଗ ଉପରେ ଅବଗତ ଅଛନ୍ତି। ଫାଇନାଲ ବିଲ ମଧ୍ୟ ହୋଇନାହିଁ। ବିଭାଗୀୟ ସହକାରୀ ଯନ୍ତ୍ରୀ ଓ ଜେଇଙ୍କୁ ନିର୍ଦ୍ଦେଶ ଦିଆଯାଇଛି ଯେ, ସେମାନେ ନିର୍ମାଣ କାର୍ଯ୍ୟ ସ୍ଥଳକୁ ଯାଇ ତଦାରଖ କରି ରିପୋର୍ଟ ଦେବେ। ରିପୋର୍ଟ ପାଇଲା ପରେ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଶ୍ରୀ ଦୀପ କହିଛନ୍ତି।

Hot this week

ସାଂସଦ ଅପରାଜିତ ଷଡ଼ଙ୍ଗୀଙ୍କ ଝିଅ ବିବାହ ଭୋଜି ଅନୁଷ୍ଠିତ

ଭୁବନେଶ୍ୱର: ସାସଂଦ ଅପରାଜିତା ଷଡଙ୍ଗୀଙ୍କ ଝିଅଙ୍କ ବିବାହ ଭୋଜି ରବିବାର ଭୁବନେଶ୍ଵର...

ଟସ୍‌ ଜିତି ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଧର୍ମଶାଳାରେ ହେଉଥିବା ୩ୟ ଟି-୨୦ ମ୍ୟାଚରେ ଭାରତ ଟସ...

ଗୋପାଳପୁରରେ ୩ ଦିନିଆ ଦକ୍ଷିଣ ଏସୀୟ ମୈତ୍ରୀ ସମ୍ମିଳନୀ ଉଦଯାପିତ, ଯୋଗଦେଲେ ୧୮ଟି ରାଜ୍ୟର ପ୍ରତିନିଧି

ସମାଜ ନ୍ୟୁଜ ଡେସ୍କ- ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ଠାରେ ଥିବା...

କାର ଧକ୍କାରେ ବାଇକ୍ ଆରୋହୀ ମୃତ

ରେଙ୍ଗାଲିକ୍ୟାମ୍ପ: ଅତାବିରାସ୍ଥିତ ଏକ ପେଟ୍ରୋଲ ପମ୍ପ ସମ୍ମୁଖରେ ସଡ଼କ ଦୁର୍ଘଟଣାରେ ଜଣେ...

ନିତିନ ନବୀନ ବିଜେପିର ନୂତନ କାର୍ଯ୍ୟକାରୀ ସଭାପତି

ନୂଆଦିଲ୍ଲୀ: ବିଜେପିର ନୂତନ କାର୍ଯ୍ୟକାରୀ ସଭାପତି ଭାବରେ ନିତିନ ନବୀନ ମନୋନୀତ...

Related Articles

Popular Categories