www.samajalive.in
Monday, December 15, 2025
14.1 C
Bhubaneswar

ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ

ବ୍ରଜରାଜନଗର : ଗାନ୍ଧିଛକ ଫାଣ୍ଡି ଅଞ୍ଚଳରେ ଜଣେ ୭ ବର୍ଷର ନାବାଳିକାଙ୍କୁ ପଡ଼ୋଶୀର ଜଣେ ଯୁବକ ଦୁଷ୍କର୍ମ କରିଥିବା​‌ ଅଭିଯୋଗ ହୋଇଛି । ଏ ନେଇ ପୀଡିତାଙ୍କ ପରିବାର ତରଫରୁ ଆଜି ବ୍ରଜରାଜନଗର ଥାନାରେ ଅଭିଯୋଗ କରାଯାଇଛି । ଅଭିଯୋଗ ପ​‌ରେ ପୁଲିସ ଘଟଣାର ତଦନ୍ତ କରି ଅଭିଯୁକ୍ତକୁ ଧରିବା ପାଇଁ ପ୍ରୟାସ ଚଳାଇଥିବା ବ୍ରଜରାଜନଗର ଆଇଆଇସି ନଳିତା ମୋଦି ସୂଚନା ଦେଇଛନ୍ତି ।

ଏ ଘଟଣା ଗତ ୧ ତାରିଖ ଘଟିଥିଲେ ହେଁ ପୀଡ଼ିତା ଭୟରେ କିଛି କହୁ ନ ଥିବାରୁ ପରିବାର ଲୋକେ ଏତଲା ଦେଇ ପାରି ନ ଥିଲେ । ମିଳିଥିବା ସୂଚନା ଅନୁସାରେ, ଗତ ୧ ତାରିଖ ସନ୍ଧ୍ୟାରେ ପୀଡିତା ନାବାଳିକା ଟ୍ୟୁସନ ପଢିବାକୁ ଯାଇଥିଲେ । ତେବେ ଫେରିବା ବେଳେ ନାବଳିକାଙ୍କ ବାପା କୁଆଡ଼େ ଯାଇଥିବାରୁ ନାବାଳିକାକୁ ଆଣିବା ପାଇଁ ତାଙ୍କର ମା’ ପଡ଼ୋଶୀର ଜଣେ ଯୁବକକୁ ପଠାଇଥିଲେ । ହେଲେ ଯୁବକ ଜଣକ ଘରକୁ ଆଣିବା ସମୟରେ ବାଟରେ ନାବାଳିକାଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ପୀଡିତା ଘରକୁ ଫେରିବା ପ​ରେ ସେ ବିଷୟରେ କିଛି ନ କହି ସେହି ଯୁବକକୁ ଆଉ କେବେ ଆଣିବା ପାଇଁ ନ ପଠାଇବାକୁ କହି କାନ୍ଦିବାରେ ଲାଗିଥିଲେ । ଘର ଲୋକେ ଯେତେ ପଚାରିଲେ ବି ନାବାଳିକା କିଛି କହି ନ ଥିଲେ । ତେବେ ଗତରାତିରେ ନାବାଳିକା ସମସ୍ତ ଘଟଣା ପରିବାର ଲୋକଙ୍କୁ ଜଣାଇବା ପରେ ଆଜି ବ୍ରଜରାଜନଗର ଥାନାରେ ଅଭିଯୋଗ କରାଯାଇଥିଲା । ଚାଇଲ୍ଡ ଲାଇନର ସଂଯୋଜକ ଆଶିଷ ପଣ୍ଡାଙ୍କ ସମେତ ଅନ୍ୟ କର୍ମକର୍ତ୍ତା ଏତଲା ଦାୟର କରିବାରେ ପରିବାର ଲୋକଙ୍କୁ ସହାୟତା କରିଥିଲେ ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories