www.samajalive.in
Sunday, December 14, 2025
19.1 C
Bhubaneswar

୨ ନୂଆ ଭାଷା ଆବିଷ୍କାର କଲେ ଓଡ଼ିଆ ପ୍ରଫେସର

ହାଇଦ୍ରାବାଦ୍‍, ହାଇଦ୍ରାବାଦ୍‍ ବିଶ୍ୱବିଦ୍ୟାଳୟର ପ୍ରଫେସର ପଞ୍ଚାନନ ମହାନ୍ତି ଦୁଇଟି ନୂଆ ଭାଷା ଆବିଷ୍କାର କରିଥିବା ସୂଚନା ମିଳିଛି। ‘ୱାଲ୍‍ମିକି’ ଓ ‘ମହ୍ଲାର’ ନାମରେ ଏହି ନୂଆ ଭାଷାକୁ ନାମିତ କରାଯାଇଛି। ବାଲ୍ମୀକିଙ୍କ ରଚିତ ଭାଷା ରୂପେ ବିଶ୍ୱାସ କରାଯାଉଥିବା ‘ୱାଲମିକି’ କୋରାପୁଟ ଜିଲାର କିଛି ଅଞ୍ଚଳରେ ପ୍ରଚଳିତ ଅଛି। ସେହିପରି ଭୁବନେଶ୍ୱରଠାରୁ ପ୍ରାୟ ୧୬୫ କିମି ଦୂରବର୍ତ୍ତୀ ଏକ ଅଞ୍ଚଳରେ ରହୁଥିବା ୭୫ ସଦସ୍ୟ ବିଶିଷ୍ଟ ଏକ ନିର୍ଦିଷ୍ଟ ବର୍ଗ ‘ମହ୍ଲାର’ ଭାଷାରେ କଥାବାର୍ତ୍ତା କରୁଛନ୍ତି। ହାଇଦ୍ରାବାଦ ବିଶ୍ୱବିଦ୍ୟାଳୟର ବିରଳ ଭାଷା କେନ୍ଦ୍ର ଓ ମାତୃଭାଷା ବିଭାଗରେ କାର୍ଯ୍ୟରତ ପ୍ରଫେସର ମହାନ୍ତି ତାଙ୍କ ଗବେଷଣାଲବ୍ଧ ତଥ୍ୟକୁ ୟୁନାଇଟେଡ୍‍ କିଙ୍ଗଡମ୍‍ ସ୍ଥିତ ବିଲୁପ୍ତ ଭାଷା ଫାଉଣ୍ଡେସନ୍‍ର ବିଂଶତମ ବାର୍ଷିକ ସମ୍ମିଳନୀରେ ଉପସ୍ଥାପନ କରିଛନ୍ତି।

Hot this week

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

ସୋରାବାଡି ଜଙ୍ଗଲରେ ଗୋହତ୍ୟା, ୩ ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟ ସୋରାବାଡି ଜଙ୍ଗଲରେ ଗତ...

ମାଲକାନଗିରି ହିଂସା: ୧୨ ଗିରଫ

ସମାଜଲାଇଭ ଡ଼େସ୍କ: ମହିଳାଙ୍କ ମୃତ୍ୟୁ ଘଟଣାକୁ ନେଇ ମାଲକାନଗିରିରେ ସୃଷ୍ଟି ହୋଇଥିବା...

Related Articles

Popular Categories