କାଷ୍ଟିଂ କାଉଚକୁ ବିରୋଧ କରି ନିବସ୍ତ୍ର ହେଲେ ତେଲଗୁ ଅଭିନେତ୍ରୀ

0

ହାଇଦ୍ରାବାଦ: କାଷ୍ଟି କାଉଚକୁ ବିରୋଧ କରି  ହାଇଦ୍ରା ବାଦର ଜୁବଲି ହିଲସ୍‌ର ତେଲଗୁ ଫିଲ୍ମ ଚାମ୍ବର ବାହାରେ ଅଭିନେତ୍ରୀ ଶ୍ରୀ ରେଡି ନିବସ୍ତ୍ର ହୋଇଛନ୍ତି । ଏହାପରେ ପୁଲିସ ତାଙ୍କୁ ଅଟକ ରଖିଛି ।  ତେଲଗୁ ସିନେମା ଜଗତରେ ନବାଗତାମାନଙ୍କୁ ଶୋଷଣ କରାଯାଉଛି ବୋଲି ସେ ଅଭିଯୋଗ କରିଛନ୍ତି ।

ସେ କିଛି ଦିନ ତଳେ ତେଲଗୁ ସିନେମାର ପ୍ରଯୋଜକ, ନିର୍ଦେଶକ ଓ ପ୍ରତିଷ୍ଠିତ କଳାକାରମାନଙ୍କ ନାମରେ ଯୌନ ଶୋଷଣ ସହ କାଷ୍ଟି କାଉଚ୍‌ର ଅଭିଯୋଗ ଆଣିଥିଲେ । ବିଭିନ୍ନ ଟିଭିରେ ଏ ନେଇ ସେ ସାକ୍ଷାତ କାର ଦେଇଥିଲେ । କାଷ୍ଟିଂ କାଉଚକୁ ବିରୋଧ କରିବାରୁ ତାଙ୍କୁ ସିନେମା ମିଳୁ ନ ଥିବା ସେ ଅଭିଯୋଗ କରିଛନ୍ତି ।

ଶନିବାର ସକାଳେ ତେଲଗୁ ଫିଲ୍ମ ଚାମ୍ବରର କାର୍ଯ୍ୟାଳୟ ଆଗରେ ଏପରି ବିରୋଧ ପ୍ରଦର୍ଶନ କରିଛନ୍ତି । ସେ ନିବସ୍ତ୍ର ହେବାପରେ ପୁଲିସ ତାଙ୍କୁ ଅଟକ ରଖିଛି ।

Leave A Reply