ସରକାରୀ ସ୍ୱାସ୍ଥ୍ୟ ଶିବିର ସମୟରେ ଅବ୍ୟବସ୍ଥା !

ସମ୍ବଲପୁର : ସମ୍ବଲପୁର ମହାନଗର ନିଗମ ଅର୍ନ୍ତଗତ ୱାର୍ଡ ନଂ ୨୪ ୱାର ନନ୍ଦପଡା ଠାରେ ଏନସିଡି ଶିବିର ବୁଧବାର ଆୟୋଜିତ ହୋଇଯାଇଥିଲା। ଜନତାଙ୍କ ସ୍ୱାସ୍ଥ୍ୟ ସୁରକ୍ଷା ନିମନ୍ତେ ଆୟୋଜିତ ଏହି କ୍ୟାମ୍ପରେ ମଧୁମେହ, ଉଚ୍ଚ ରକ୍ତଚାପ ଆଦି ବିଭିନ୍ନ ପରୀକ୍ଷା କରାଯାଇ ଆବଶ୍ୟକସ୍ଥଳରେ ରୋଗୀ ମାନଙ୍କୁ ଔଷଧ ବଣ୍ଟନ କରାଯାଇଥିଲା। ତେବେ ଏହି ଶିବିରର ଆୟୋଜନ ସମୟରେ ସ୍ଥାନୀୟ ଅଙ୍ଗନୱାଡି କର୍ମୀ ଓ କର୍ତ୍ତୃପକ୍ଷଙ୍କ ଭୂମିକାକୁ ନେଇ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଥିଲା। ବିଗତ ୨ ଦିନ ତଳେ ହୋଇଥିବା ବର୍ଷା ଓ ଝଡ ସମୟରେ ଉକ୍ତ ଅଙ୍ଗନୱାଡି କେନ୍ଦ୍ରର ବିଜୁଳି ସଂଯୋଗ କୌଣସି କାରଣରୁ ବିଚ୍ଛେଦ ହୋଇଯାଇଛି । ଏ ସର୍ମ୍ପକରେ ଶିବିର ପୂର୍ବରୁ ଅଙ୍ଗନୱାଡି କର୍ମୀ ଉପରିସ୍ଥ ଅଧିକାରୀଙ୍କୁ ସୂଚନା ଦେଇ ନ ଥିବାର ଅଭିଯୋଗ ହୋଇଛି । ଏଣୁ ଆଜି ଆୟୋଜିତ ଶିବିର ସମୟରେ ଉକ୍ତ କେନ୍ଦ୍ରରେ ବିଦ୍ୟୁତ ସଂଯୋଗ ନ ଥିବାରୁ ସ୍ଥାନୀୟ ଲୋକେ ଅନେକ ଅସୁବିଧାର ସମ୍ମୁଖୀନ ହୋଇଥିଲେ । ସ୍ୱାସ୍ଥ୍ୟ ସେବାକୁ ଜନତାଙ୍କ ନିକଟରେ ପହଞ୍ଚାଇବାରେ ସରକାରଙ୍କ ଠାରୁ ନେଇ ଅଙ୍ଗନୱାଡି କର୍ମୀଙ୍କ ଭୂମିକା ଗୁରୁତ୍ୱପୁର୍ଣ୍ଣ ହୋଇଥିବା ବେଳେ ଏହି ଶିବିର ସମୟରେ ଅଙ୍ଗନୱାଡି କର୍ମୀ ଓ କର୍ତ୍ତୃପକ୍ଷଙ୍କ ଭୂମିକାକୁ ନେଇ ସାଧାରଣରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଥିଲା।

kalyan agarbati

Comments are closed.