www.samajalive.in
Saturday, December 6, 2025
16.1 C
Bhubaneswar

ବିଶିଷ୍ଟ ବାୟକ ହାଡୁବନ୍ଧୁ ପ୍ରଧାନ ସମ୍ବର୍ଦ୍ଧିତ

କଳାପଥର(ବାଙ୍କୀ): କଳାପଥର-ଧଳାପଥର ଆଞ୍ଚଳିକ ସମାଜସେବୀ ଅନୁଷ୍ଠାନ ପକ୍ଷରୁ ଧଳାପଥର ପଞ୍ଚାୟତ ଅନ୍ତର୍ଗତ ଠଣାପଲ୍ଲୀ ଗ୍ରାମର ହାଡୁବନ୍ଧୁ ପ୍ରଧାନଙ୍କୁ ମଙ୍ଗଳବାରଦିନ କଳାପଥର (ବାଙ୍କୀ) ’ସମାଜ’ ପ୍ରତିନିଧିଙ୍କ କାର୍ୟ୍ୟାଳୟଠାରେ ସମ୍ବର୍ଦ୍ଧିତ କରାଯାଇଛି। ଶ୍ରୀ ପ୍ରଧାନ ପିଲାଦିନୁ ଠଣାପଲ୍ଲୀର ସୁନାମଧନ୍ୟ ସଙ୍କୀର୍ତ୍ତନ ବାୟକ ଗୁରୁ କେଶବ ଶତୃଶଲ୍ୟଙ୍କ ଠାରୁ ବିଭିନ୍ନ ଜ୍ଞାନ ଆହରଣ କରି ପାରଙ୍ଗମ ହୋଇଛନ୍ତି। ଗ୍ରାମରେ ହେଉଥିବା ବିଭିନ୍ନ ଉତ୍ସବ ଯଥା ଅଷ୍ଟପ୍ରହରୀ, ରାମଲୀଳା, ଭାଗବତ, ଦଣ୍ଡଯାତ୍ରା, ଗୀତିନାଟ୍ୟ ଓ ଓଡିଶୀ ନୃତ୍ୟରେ ସ୍ୱେଚ୍ଛାକୃତ୍ ଭାବେ ଆସି ବିନା ପାରିଶ୍ରମିକରେ ବାଜା ବଜାଇ ଦର୍ଶକଙ୍କୁ ମୁଗ୍ଧ କରିଥାନ୍ତି। ଏତଦ୍ ବ୍ୟତୀତ ବିଭିନ୍ନ ତାଳର ବୋଲ ଡାକି ନିର୍ଭୁଲ ଭାବରେ ଟୀପଣା ବାଦ୍ୟ ବଜାଇବାରେ ସେ ସିଦ୍ଧହସ୍ତ। ତେଣୁ ବିଶିଷ୍ଟ ବାୟକ ଭାବରେ ସେ ଏ ଅଞ୍ଚଳରେ ବେଶ ଜଣାଶୁଣା। ଉକ୍ତ ସମ୍ବର୍ଦ୍ଧନା ଉତ୍ସବରେ ଅନୁଷ୍ଠାନର ସଭାପତି ଧରମୁଧର ଯୁଝାରସିଂ, ଉପସଭାପତି ଗୋଦାବରୀଶ ମିଶ୍ର, ସମ୍ପାଦକ ରତ୍ନାକର ମହାପାତ୍ର ପ୍ରମୁଖ ଯୋଗଦାନ କରି କହିଥିଲେ ଯେ ଶ୍ରୀ ପ୍ରଧାନଙ୍କ ଏହି କଳା ନିପୁଣତା ବିଭିନ୍ନ ବାଜା ବଜାଇବାର ଉତ୍ସାହକୁ ଅନ୍ୟମାନେ ସର୍ବଦା ଅନୁକରଣ କରିବା ଉଚିତ। ଏହି ଅବସରରେ କାର୍ୟ୍ୟକାରୀ ସମ୍ପାଦକ ତଥା ବେତାର ଓ ଦୂରଦର୍ଶନ କଣ୍ଠଶିଳ୍ପୀ ନବକିଶୋର ମହାରଣା ଓ ସଂଯୋଜିକା ତୃପ୍ତିମୟୀ ସାହୁ ହାଡୁବନ୍ଧୁଙ୍କର ଏହି ମହତ ଗୁଣ ପାଇଁ ପ୍ରଶଂସା କରି ମାନପତ୍ର ଓ ପୁରସ୍କାର ପ୍ରଦାନ କରିଥିଲେ। କଳାପଥର (ବାଙ୍କୀ)ସମାଜ ପ୍ରତିନିଧି ତଥା କୋଷାଧ୍ୟକ୍ଷ ମାନସ ରଞନ ସାହୁ,ସାମ୍ବାଦିକ ଗଙ୍ଗାଧର ସାହୁ ସମସ୍ତ କାର୍ୟ୍ୟ ପରିଚାଳନାର ଦାୟିତ୍ୱ ବହନ କରିଥିବା ବେଳେ ସହ କୋଷାଧ୍ୟକ୍ଷ ଧୃବଚରଣ ମହାପାତ୍ର ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

Hot this week

ଶୀତଦିନେ ଗରମ ପାଣିରେ ଗାଧୋଉଛନ୍ତି କି? ସାବଧାନ, ହେବ ବଡ ବିପଦ

ସମାଜ ଡିଜିଟାଲ ଡେସ୍କ: ଶୀତଦିନେ ଗରମ ପାଣିରେ ଗାଧୋଇବା ବହୁତ ଆରାମଦାୟକ...

ଚୀନ୍‌ ଗଣମାଧ୍ୟମର ଉଚ୍ଚ ପ୍ରଶଂସା

ବେଜିଂ : ରୁଷ୍‌ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନଙ୍କ ଦୁଇ ଦିନିଆ ଭାରତ...

ଟିଏମ୍‌ସି ସାଂସଦଙ୍କୁ ସମ୍ବିତ ପାତ୍ରଙ୍କ କଡ଼ା ଜବାବ

‘ଓଡ଼ିଶାରେ ବାଂଲାଦେଶୀଙ୍କ ସ୍ଥାନ ନାହିଁ ’ ନୂଆଦିଲ୍ଲୀ : ଲୋକସଭା ଶୂନ୍ୟକାଳରେ ବାଂଲାଦେଶୀ...

ଇତ​ରେ ଦେଲେ ଉପଦେଶ…

ନର୍ମଦା ନଦୀର ତୀର ଦେଶରେ ଏକ ବିଶାଳ ବଟବୃକ୍ଷ କାହିଁ କେଉଁ...

ସମ୍ପାଦକୀୟ: ଇଣ୍ଡିଗୋ ସଂକଟ

ଭାରତୀୟ ବିମାନ ସେବା ଇତିହାସରେ ନିକଟ ଅତୀତରେ ଘଟିଥିବା ସବୁଠାରୁ ବଡ଼...

Related Articles

Popular Categories