www.samajalive.in
Sunday, December 7, 2025
23.1 C
Bhubaneswar

ମୋଦୀଙ୍କ ଡ୍ରିମ ପ୍ରୋଜେକ୍ଟରେ ଲାଗିଲା ବ୍ରେକ୍‍

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀଙ୍କ ଡ୍ରିମ ପ୍ରୋଜେକ୍ଟ କୁହାଯାଉ ଥିବା ବୁଲେଟ ଟ୍ରେନ ପ୍ରକଳ୍ପକୁ ବଡ଼ ଧରଣର ଝଟ୍‍କା ଲାଗିଛି। କାରଣ ଏହି ପ୍ରକଳ୍ପରେ ପାଣ୍ଠି ବିନିଯୋଗ କରୁଥିବା ଜାପାନ କମ୍ପାନୀ କାର୍ଯ୍ୟ ବନ୍ଦ କରିବାକୁ ନିଷ୍ପତ୍ତି ନେଇଛି। ଜାପାନ ଇଣ୍ଟରନ୍ୟାସନାଲ କୋଅପେରେସନ ଏଜେନ୍ସି(ଜିକା) ବୁଲେଟ ଟ୍ରେନ ନେଟୱାର୍କ ଫଣ୍ଡିଂକୁ ବନ୍ଦ କରିଦେଇଛନ୍ତି। ପ୍ରକଳ୍ପକୁ ଆଗକୁ ବଢାଇବା ପୂର୍ବରୁ ଦେଶର କୃଷକଙ୍କ ସମସ୍ୟା ସମାଧାନ କରିବା ଆବଶ୍ୟକ ବୋଲି କମ୍ପାନୀ ପକ୍ଷରୁ କେନ୍ଦ୍ର ସରକାରଙ୍କୁ ପରାମର୍ଶ ଦିଆଯାଇଛି।
ଏକ ଲକ୍ଷ କୋଟି ଟଙ୍କା ବିନିମୟରେ ନିର୍ମାଣ ହେବାକୁ ଥିବା ଏହି ପ୍ରକଳ୍ପ ଗୁଜରାଟ ଓ ମହାରାଷ୍ଟ୍ର କୃଷକଙ୍କ ଜମି ଅଧିଗ୍ରହଣ ସମସ୍ୟା ମଝିରେ ଲଟକି ରହିଛି। ଏହି ସମସ୍ୟାର ସମାଧାନ ନିମନ୍ତେ କେନ୍ଦ୍ର ସରକାର ସ୍ୱତନ୍ତ୍ର କମିଟି ଗଠନ କରିଛନ୍ତି। ତେବେ କୃଷକଙ୍କ ଆନ୍ଦୋଳନ ଓ କାର୍ଯ୍ୟ କ୍ଷେତ୍ରରେ ବାଧା ସୃଷ୍ଟି ହେବାରୁ ଜାପାନ କମ୍ପାନୀ କାର୍ଯ୍ୟ ବନ୍ଦ କରିବାକୁ ନିଷ୍ପତ୍ତି ନେଇଛି। ଏହି ପ୍ରକଳ୍ପ ୨୦୨୨ ସୁଦ୍ଧା ସମ୍ପନ୍ନ ହେବାର ଲକ୍ଷ୍ୟ ରଖାଯାଇ ଥିବାବେଳେ କୃଷକଙ୍କ ଆନ୍ଦୋଳନ ଯୋଗୁଁ ବିଳମ୍ବିତ ହେବାର ସମ୍ଭାବନା ରହିଛି।
ଜିକା ଜାପାନ ସରକାର ଅଧୀନରେ ଏକ ଏଜେନ୍ସି ଭାବେ କାର୍ଯ୍ୟ କରୁଥିବାବେଳେ ଅନ୍ତଃରାଷ୍ଟ୍ରୀୟ କ୍ଷେତ୍ରରେ ସାମାଜିକ ଓ ଆର୍ଥିକ ନୀତି ନିର୍ଦ୍ଧାରଣ ଦାୟିତ୍ୱ ଏହି ଏଜେନ୍ସି ଦ୍ୱାରା ସମ୍ପାଦିତ ହୋଇଥାଏ। ଅପରପକ୍ଷରେ ନ୍ୟାସନାଲ ହାଇସ୍ପିଡ୍‍ ରେଲ କର୍ପୋରେସନ ଲି. ନାମକ କମ୍ପାନୀକୁ ଭାରତର ବୁଲେଟ ଟ୍ରେନର ପ୍ରକଳ୍ପ ମିଳିଛି। ଭାରତ ସରକାରଙ୍କ ପକ୍ଷରୁ ଏହି ଏଜେନ୍ସିକୁ ଗୁଜରାଟ ଓ ମହାରାଷ୍ଟ୍ର କୃଷକଙ୍କ ଜମି ଅଧିଗ୍ରହଣ ଦାୟିତ୍ୱ ପ୍ରଦାନ କରାଯାଇଛି। ତେବେ ଏହି ଅଧିଗ୍ରହଣ ପ୍ରକ୍ରିୟାରେ ନାନା ସମସ୍ୟା ଦେଖା ଦେଇଛି। ଉଭୟ ରାଜ୍ୟର କୃଷକ ଜମି ଅଧିଗ୍ରହଣ ପାଇଁ ଅଧିକ ମୂଲ୍ୟ ଦାବି କରୁଛନ୍ତି। ଏହା ବ୍ୟତୀତ ସମ୍ପୃକ୍ତ ଅଞ୍ଚଳରେ ଜଳ ସମସ୍ୟା, ଶିକ୍ଷା, ସ୍ୱାସ୍ଥ୍ୟ ବ୍ୟବସ୍ଥାର ଉନ୍ନତି କରିବାକୁ କୃଷକମାନେ ଦାବି କରିଛନ୍ତି। ୫୦୮କିମି ବୁଲେଟ ଟ୍ରେନ ପ୍ରକଳ୍ପର ୧୧୦କିମି ମହାରାଷ୍ଟ୍ରର ପୋଲଘର ଅଞ୍ଚଳ ଦେଇ ଯାଇଛି। କେନ୍ଦ୍ର ସରକାରଙ୍କୁ ଏହି ଅଞ୍ଚଳରୁ କୃଷକଙ୍କ ଜମି ଅଧିଗ୍ରହଣ କରିବା ସବୁଠାରୁ ମୁଖ୍ୟ ଆହ୍ୱାନରେ ପରିଣତ ହୋଇଛି। ସେହିପରି ଗୁଜରାଟରେ ମଧ୍ୟ ୮ଟି ଜିଲାର ୫୦୦ କୃଷକଙ୍କ ପରିବାର ମଧ୍ୟରେ ବ୍ୟାପ୍ତ ରହିଥିବା ୮୫ହେକ୍ଟର ଜମି ଅଧିଗ୍ରହଣ କରିବାରେ ନାନା ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ୁଛି।
ଅପରପକ୍ଷରେ ଜାପାନ କମ୍ପାନୀ ଅଦ୍ୟାବଧି ଏହି ପ୍ରକଳ୍ପ ପାଇଁ ମାତ୍ର ୧୨୫କୋଟି ଟଙ୍କା ବିନିଯୋଗ କରିଛି। ଭାରତ-ଜାପାନ ମଧ୍ୟରେ ହୋଇଥିବା ଚୁକ୍ତି ଅନୁଯାୟୀ ୨୦୨୨ସୁଦ୍ଧା ଜାପାନ ୮୦ହଜାର କୋଟି ଟଙ୍କା ବିନିଯୋଗ କରିବ। ଅବଶିଷ୍ଟ ୨୦ହଜାର କୋଟି କେନ୍ଦ୍ର ସରକାର ପ୍ରଦାନ କରିବେ। ଜାପାନର ବିନିଯୋଗ ବନ୍ଦ ହେବାରୁ ଏବେ ଗୃହ ମନ୍ତ୍ରଣାଳୟ ପାଖରେ ଏହି ପ୍ରକଳ୍ପକୁ ସମୟସୀମା ମଧ୍ୟରେ ସମ୍ପନ୍ନ କରିବାକୁ ଅନ୍ୟ କୌଣସି ବିକଳ୍ପ ନାହିଁ।

Hot this week

୩ୟ ଦିନରେ ଶିକ୍ଷକଙ୍କ ଆନ୍ଦୋଳନ ଜାରି

ଭୁବନେଶ୍ୱର : ଆଜି ତୃତୀୟ ଦିନରେ ବି ଭୁବନେଶ୍ଵର ​‌ଲୋୟର ପିଏମ୍‌ଜିରେ...

ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା : ଯବାନଙ୍କ ସମେତ ଦୁଇ ଅଟକ

ଭୁବନେଶ୍ଵର : ପୁଲିସ ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା । ଏସ୍ଏ‌ସ୍‌ବି...

ଗୋଆ ଅଗ୍ନିକାଣ୍ଡ: ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କାର ଅନୁକମ୍ପା ଘୋଷଣା କଲେ ପ୍ରଧାନମନ୍ତ୍ରୀ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

Related Articles

Popular Categories