BJD Bijuli 480×75 Mob

ଚନ୍ଦ୍ରଶେଖର ଆଜାଦଙ୍କୁ ଭେଟିଲେ ପ୍ରିୟଙ୍କା

BJD Bijuli 480×75 Mob
0

ନୂଆଦିଲ୍ଲୀ : କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଭୀମ ସେନା ମୁଖ୍ୟ ଚନ୍ଦ୍ରଶେଖର ଆଜାଦଙ୍କୁ ଭେଟିଛନ୍ତି। ମେରଠର ଏକ ଡାକ୍ତରଖାନାରେ ପୟଙ୍କା ଚନ୍ଦ୍ରଶେଖରଙ୍କୁ ଭେଟିଛନ୍ତି। ପ୍ରିୟଙ୍କା ସହ ୟୁପି ପଶ୍ଚିମ ନିର୍ବାଚନ ପ୍ରଭାରୀ ଜ୍ୟୋତିରାଦିତ୍ୟ ସିହ୍ନା ମଧ୍ୟ ରହିଥିଲେ। ଏହି ଭେଟିବା ପରେ ରାଜନୈତିକ ଚର୍ଚ୍ଚା ଆରମ୍ଭ ହୋଇଯାଇଛି। ଆଗାମୀ ଲୋକସଭା ନିର୍ବାଚନ ପ୍ରଧାନମନ୍ତ୍ରୀ ମୋଦୀଙ୍କ ବିରୋଧରେ ଲଢିବେ ବୋଲି ଚନ୍ଦ୍ରଶେଖର କହିଥିଲେ।
ଚନ୍ଦ୍ରଶେଖରଙ୍କୁ ଭେଟିବା ପରେ ପ୍ରିୟଙ୍କା କହିଛନ୍ତି, ଏହି ସରକାର ଅଂହକାରୀ, ଯୁବକ ମାନଙ୍କର ସ୍ୱରକୁ ବନ୍ଦ କରିବାକୁ ଚାହୁଁଛି। ଏହି ଭେଟିବାରେ କୌଣସି ରାଜନୈତିକ କଥାବାର୍ତ୍ତା ହୋଇନଥିବା ସେ କହିଛନ୍ତି।
ଏହାକୁ ନେଇ ଚନ୍ଦ୍ରଶେଖର କହିଛନ୍ତି ମୋ ଭଉଣୀ ପ୍ରିୟଙ୍କା ଗାନ୍ଧୀ ମତେ ଭେଟିବାକୁ ଆସିଥିଲେ। ସେ ମୋ ସ୍ୱାସ୍ଥ୍ୟ ବିଷୟରେ ପଚାରି ବୁଝିଛନ୍ତି। ସେ ଆହୁରି କହିଛନ୍ତି, ମୁଁ ବହୁଜନ ସମାଜ ପାର୍ଟିରେ ଜନ୍ମ ହୋଇଛି ଓ ସେହି ଦଳରୁ ହିଁ ନିର୍ବାଚନ ଲଢିବି। ପ୍ରଧାନମନ୍ତ୍ରୀ ମୋଦୀ ଯେଉଁଠୁ ଲଢିବେ ମୁଁ ସେଠି ଲଢିବି ବୋଲି ଚନ୍ଦ୍ରଶେଖର କହିଛନ୍ତି।
ସୂଚନାଯୋଗ୍ୟ ଯେ ଆଚର ସଂହିତା ଉଲଙ୍ଘନ ଅଭିଯୋଗରେ ଚନ୍ଦ୍ରଶେଖରଙ୍କୁ ପୁଲିସ ଗିରଫ କରିଥିଲା। ପରେ ତାଙ୍କ ସ୍ୱାସ୍ଥ୍ୟ ଖରାପ ହେବାପରେ ମେରଠରେ ତାଙ୍କୁ ଚିକିତ୍ସା କରାଯାଉଛି।

Leave A Reply