ବିଚାରାଧୀନ କଏଦୀଙ୍କ ସନ୍ଦେହଜନକ ମୃତ୍ୟୁ: ୩ଦିନ ତଳେ କରିଥିଲେ ଆତ୍ମସମର୍ପଣ

କନ୍ଧମାଳ: ଫୁଲବାଣୀ ଜେଲରେ ବିଚାରାଧୀନ କଏଦୀଙ୍କ ସନ୍ଦେହଜନକ ମୃତ୍ୟୁ ହୋଇଛି। ମୃତକ ଫିରିଙ୍ଗିଆ ଡିମିରିଗୁଡା ଗାଁର ଅଭିରାମ ଦିଗାଲ ବୋଲି ଜଣାପଡିଛି। ବୁଧବାର ହଠାତ୍ ଜେଲରେ ଅଭିରାମଙ୍କ ଦେହ ଅସୁସ୍ଥ ହୋଇପଡିଥିଲା। ତାଙ୍କୁ ତୁରନ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ହେଲେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ। ତେବେ ମିଳିଥିବା ସୂଚନା ଅନୁଯାୟୀ ଗଞ୍ଜେଇ ଚୋରା ଚାଲାଣ ମାମଲାରେ ଅଭିରାମଙ୍କ ନାଁରେ ମାମଲା ରହିଥିଲା। ଗତ ୧୫ ତାରିଖରେ ସେ ଆତ୍ମସମର୍ପଣ କରିଥିଲେ। ଜାମିନ ନାମଞ୍ଜୁର ହେବାରୁ ତାଙ୍କୁ କୋର୍ଟ ବିଚାରାଧୀନ କଏଦୀ ଭାବେ ଫୁଲବାଣୀ ଜିଲ୍ଲା କାରାଗାରକୁ ପଠାଇଥିଲେ। ସେପଟେ ଅଭିରାମଙ୍କୁ ହତ୍ୟା କରାଯାଇଥିବା ପରିବାର ଲୋକ ଅଭିଯୋଗ ଆଣିଛନ୍ତି।

Comments are closed.