ମେଡିକାଲରୁ ବିଚାରଧୀନ ବନ୍ଦୀ ଫେରାର

ସୁନ୍ଦରଗଡ : ସୁନ୍ଦରଗଡ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରୁ ବିଚାରଧୀନ ବନ୍ଦୀ ଫେରାର ହୋଇଯାଇଛନ୍ତି। କଏଦୀ ଜଣକ ଅର୍ଜୁନ ମୁଣ୍ଡା ବୋଲି ଜଣାପଡିଛି। ଅର୍ଜୁନ୍ ଭସ୍ମା ଥାନା ଅଞ୍ଚଳର ଏକ ହତ୍ୟା ମାମଲାରେ ଗିରଫ ହୋଇ ଡିସେମ୍ବର ମାସରୁ ସଜା କାଟୁଥିଲେ। ଗତ ୨୯ ତାରିଖରେ ଅପରେସନ୍ ପାଇଁ ତାଙ୍କୁ ସୁନ୍ଦରଗଡ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ହେଲେ ରବିବାର ବିଳମ୍ବିତ ରାତିରେ ଅର୍ଜୁନ୍ ଜେଲ କର୍ମଚାରୀଙ୍କୁ ଚକମା ଦେଇ କଏଦୀ ଜଣକ ଫେରାର ମାରିଛନ୍ତି। ଏନେଇ ଜେଲ କର୍ତ୍ତୃପକ୍ଷ ଜଣକ ସୁନ୍ଦରଗଡ ଟାଉନ ଥାନାରେ ଅଭିଯୋଗ କରିଛନ୍ତି । ଟାଉନ ଥାନା ପୁଲିସ ଘଟଣାରେ ଅଧିକ ତଦନ୍ତ ଜାରି ରଖିଛି।

Comments are closed.